୬ ଲକ୍ଷ କୋଟିର ସରକାରୀ ସମ୍ପତ୍ତି ବିକିବ କେନ୍ଦ୍ର, ବିକ୍ରି ତାଲିକାରେ ବନ୍ଦର,ଖଣି, ରେଳ ଷ୍ଟେସନ୍‌, ଷ୍ଟାଡିୟମ୍‌

The Sakala Picture
Published On

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ପୂର୍ବ ଘୋଷଣା ଅନୁଯାୟୀ, ଆଜି ଜାତୀୟ ମୁଦ୍ରୀକରଣ ପାଇପ୍‌ଲାଇନ୍‌ ଆରମ୍ଭ କରିଛନ୍ତି। ଜାତୀୟ ବିମୁଦ୍ରୀକରଣ ପାଇପ୍‌ଲାଇନ୍‌ରେ କେନ୍ଦ୍ର ସରକାର ଦେଶର ଜାତୀୟ ସମ୍ପତ୍ତି ଗୁଡିକୁ ବିକ୍ରି କରିଦେବେ। ଏଥିରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିଦେବେ। ଏହି ସମ୍ପତ୍ତି ବିକ୍ରି ପ୍ରକ୍ରିୟା ୨୦୨୨ ରୁ ୨୦୨୫ ଆର୍ଥିକବର୍ଷ ମଧ୍ୟରେ ସମ୍ପନ୍ନ ହେବ ବୋଲି ଅର୍ଥ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। […]

ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ସରକାର ପୂର୍ବ ଘୋଷଣା ଅନୁଯାୟୀ, ଆଜି ଜାତୀୟ ମୁଦ୍ରୀକରଣ ପାଇପ୍‌ଲାଇନ୍‌ ଆରମ୍ଭ କରିଛନ୍ତି। ଜାତୀୟ ବିମୁଦ୍ରୀକରଣ ପାଇପ୍‌ଲାଇନ୍‌ରେ କେନ୍ଦ୍ର ସରକାର ଦେଶର ଜାତୀୟ ସମ୍ପତ୍ତି ଗୁଡିକୁ ବିକ୍ରି କରିଦେବେ। ଏଥିରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବିକ୍ରି କରିଦେବେ। ଏହି ସମ୍ପତ୍ତି ବିକ୍ରି ପ୍ରକ୍ରିୟା ୨୦୨୨ ରୁ ୨୦୨୫ ଆର୍ଥିକବର୍ଷ ମଧ୍ୟରେ ସମ୍ପନ୍ନ ହେବ ବୋଲି ଅର୍ଥ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ଏହି ସମ୍ପତ୍ତି ବିକ୍ରି ତାଲିକାରେ ବିକ୍ରି ତାଲିକାରେ ଦେଶର ପ୍ରମୁଖ ବନ୍ଦର, ଟ୍ରେନ, ରେଳ ଷ୍ଟେସନ୍‌ ଏବଂ ଷ୍ଟାଡିୟମ୍‌ ଆଦି ରହିଛି। ଆହୁରିମଧ୍ୟ ଏଥିରେ ସଡକ, ପରିବହନ ଏବଂ ରାଜପଥ, ରେଳ, ଶକ୍ତି, ପାଇପଲାଇନ ଏବଂ ପ୍ରାକୃତିକ ଗ୍ୟାସ, ବେସାମରିକ ବିମାନ ଚଳାଚଳ, ଜଳପଥ, ଟେଲି ଯୋଗାଯୋଗ, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ, ଖଣି, କୋଇଲା ,ଗୃହ ଏବଂ ସହରାଞ୍ଚଳ ମନ୍ତ୍ରାଳୟର ସମ୍ପତ୍ତି ରହିଛି।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜାତୀୟ ପରିସମ୍ପତ୍ତି ମୁଦ୍ରୀକରଣ ପାଇପ ଲାଇନ (ଏନଏମପିର ଭଲ୍ୟୁମ ୧ ଏବଂ ୨)ର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିଭିନ୍ନ କେନ୍ଦ୍ର ମନ୍ତ୍ରାଳୟ ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ର ଉଦ୍ୟୋଗଗୁଡ଼ିକର ମୁଦ୍ରୀକରଣ ବା ସମ୍ପତ୍ତି ବିକ୍ରି କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ହୋଇଥିବା ଘୋଷଣା ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବଜେଟରେ ସମ୍ଭାବ୍ୟ ବ୍ରାଉନଫିଲ୍ଡ ସମ୍ପତ୍ତିଗୁଡ଼ିକର ଜାତୀୟ ମୁଦ୍ରୀକରଣ ପାଇପଲାଇନ ପ୍ରସ୍ତୁତି କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

୨୦୨୨ ଆର୍ଥିକ ବର୍ଷ ଠାରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ଚାରି ବର୍ଷର ଅବଧି ଲାଗି କେନ୍ଦ୍ର ସରକାରଙ୍କ ମୌଳିକ ସମ୍ପତି ଜରିଆରେ ୬ ଲକ୍ଷ କୋଟି ଟଙ୍କାର ସମ୍ଭାବ୍ୟ ମୁଦ୍ରୀକରଣ ଏନଏମପି ଜରିଆରେ କରାଯିବ ବୋଲି ଆକଳନ କରାଯାଇଛି। ନୂତନ ଭିତ୍ତିଭୂମି ସୃଷ୍ଟି କରିବା କ୍ଷେତ୍ରରେ ଘରୋଇ କ୍ଷେତ୍ରର ନିବେଶ ଆକୃଷ୍ଟ କରିବା ଦିଗରେ ଏହା ସହାୟକ ହୋଇପାରିବ। ନିଯୁକ୍ତି ସୁଯୋଗ ସୃଷ୍ଟି, ଉଚ୍ଚ ଆର୍ଥିକ ଅଭିବୃଦ୍ଧି, ଗ୍ରାମୀଣ ଓ ଉପସହରାଞ୍ଚଳ କ୍ଷେତ୍ରକୁ ବାଧାମୁକ୍ତ ଭାବେ ସାର୍ବଜନୀନ ଜନ କଲ୍ୟାଣ ପାଇଁ ସମନ୍ବିତ କରିବା ଲାଗି ଏହା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀମତୀ ସୀତାରମଣ କହିଥିଲେ। ଅର୍ଥମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି ଯେ, ସରକାର କେବଳ ଅଣ-ବ୍ୟବହୃତ ସମ୍ପତ୍ତି ବିକ୍ରି କରିବେ। ଏହାର ଅଧିକାର ସରକାରଙ୍କ ପାଖରେ ରହିବ ଏବଂ ବେସରକାରୀ କ୍ଷେତ୍ରର ଅଂଶୀଦାରମାନେ ନିର୍ଦ୍ଦିଷ୍ଟ ସମୟ ପରେ ଏହାକୁ ବାଧ୍ୟତାମୂଳକ ଭାବେ ଫେରସ୍ତ କରିବାକୁ ପଡ଼ିବ। ସେ କହିଛନ୍ତି ଯେ, ଆମେ କୌଣସି ଜମି ବିକ୍ରି କରୁନାହୁଁ। ବିକ୍ରି ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ରମୁଖ ବନ୍ଦର ଏବଂ ୨ ଟି ଜାତୀୟ ଷ୍ଟାଡିୟମ୍ ୧୫ ରେଳ ଷ୍ଟାଡିୟମ, ୨୫ ବିମାନ ବନ୍ଦର ଏବଂ ୧୬୦ଟି କୋଇଲା ପ୍ରକଳ୍ପ ରହିଛି। ୧୨ଟି ଲାଇନ ମନ୍ତ୍ରାଳୟର ୨୦ରୁ ଅଧିକ ସମ୍ପତ୍ତିକୁ ଏଥିରେ ସାମିଲ କରାଯାଇଛି। ସାମଗ୍ରୀକ ରଣନୀତି ଭାବେ ସମ୍ପତ୍ତିର ଗୁରୁତ୍ବପୂର୍ଣ୍ଣ ଅଂଶଧନ ସରକାରଙ୍କ ସହିତ ରହିବ। ସରକାର ଆବଶ୍ୟକ ନୀତିଗତ ଏବଂ ନିୟାମକ ହସ୍ତକ୍ଷେପ ଜରିଆରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବେ। ଯାହାଫଳରେ ସମ୍ପତିର ମୂଦ୍ରୀକରଣ ପ୍ରଭାବୀ ଓ ଦକ୍ଷ ପ୍ରକ୍ରିୟାରେ ହୋଇପାରିବ। ‘ମୁଦ୍ରୀକରଣ ଜରିଆରେ ଭିତ୍ତିଭୂମି ସୃଷ୍ଟି’ ଏହି ଯୋଜନାର ଲକ୍ଷ୍ୟ, ଯେଉଁଥିରେ ଘରୋଇ ଓ ସରକାରୀ କ୍ଷେତ୍ରର ସହଭାଗିତା ରହିଥିବ। ଏହା ଦେଶର ନାଗରିକମାନଙ୍କ ପାଇଁ ସାମାଜିକ ଆର୍ଥିକ ଅଭିବୃଦ୍ଧି ଆଣିବା ସହିତ ସେମାନଙ୍କ ଜୀବନଧାରଣ ଗୁଣବତ୍ତାରେ ସୁଧାର ଆଣିପାରିବ।

ଆହୁରି ପଢ଼ନ୍ତୁ: ଭାରତୀୟ ନୌସେନା ଜାହାଜ ସହିତ ପାକିସ୍ତାନୀ ଜାହାଜର ଧକ୍କା, ଇସଲାମାବାଦକୁ କଡ଼ା ଚେତାବନୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର