ସବନମ୍‌ଙ୍କୁ କ୍ଷମା ଦେବାକୁ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ଅଯୋଧ୍ୟା ମଠାଧୀଶ

The Sakala Picture
Published On

ଅଯୋଧ୍ୟା: ପରିବାରର ସାତଜଣ ସଦସ୍ୟଙ୍କୁ ହତ୍ୟା କରିବା ଘଟଣାରେ ଉତ୍ତରପ୍ରଦେଶ ଆମରୋହାର ସବନମ୍‌ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ବେଳେ ଏଥିପାଇଁ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଏଭଳି ସ୍ଥିତିରେ ଅଯୋଧ୍ୟାର ଜଣେ ମଠାଧୀଶ ତଥା ତପସ୍ବୀ ମନ୍ଦିର ପୂଜକ ପରମହଂସ ଦାସ ସବନମ୍‌ଙ୍କୁ କ୍ଷମା କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆବେଦନ କରିଛନ୍ତି। ସବ୍‌ନମଙ୍କୁ ଅନ୍ତତଃ ମୃତ୍ୟୁଦଣ୍ଡ ନଦେବାକୁ ସେ ରାଷ୍ଟ୍ରପତିଙ୍କୁ ଗୁହାରି କରିଛନ୍ତି। ଯଦି ସବନମ୍‌ଙ୍କୁ ଫାଶୀ ଦିଆଯାଏ ତେବେ ସେ ସ୍ବାଧୀନୋତ୍ତର […]

ଅଯୋଧ୍ୟା: ପରିବାରର ସାତଜଣ ସଦସ୍ୟଙ୍କୁ ହତ୍ୟା କରିବା ଘଟଣାରେ ଉତ୍ତରପ୍ରଦେଶ ଆମରୋହାର ସବନମ୍‌ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ବେଳେ ଏଥିପାଇଁ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଏଭଳି ସ୍ଥିତିରେ ଅଯୋଧ୍ୟାର ଜଣେ ମଠାଧୀଶ ତଥା ତପସ୍ବୀ ମନ୍ଦିର ପୂଜକ ପରମହଂସ ଦାସ ସବନମ୍‌ଙ୍କୁ କ୍ଷମା କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆବେଦନ କରିଛନ୍ତି। ସବ୍‌ନମଙ୍କୁ ଅନ୍ତତଃ ମୃତ୍ୟୁଦଣ୍ଡ ନଦେବାକୁ ସେ ରାଷ୍ଟ୍ରପତିଙ୍କୁ ଗୁହାରି କରିଛନ୍ତି। ଯଦି ସବନମ୍‌ଙ୍କୁ ଫାଶୀ ଦିଆଯାଏ ତେବେ ସେ ସ୍ବାଧୀନୋତ୍ତର ଭାରତର ପ୍ରଥମ ମହିଳା ଭାବେ ଏଭଳି ଦଣ୍ଡ ପାଇବେ। କିନ୍ତୁ ଏହା ଦେଶ, ଜାତି ଏବଂ ସମାଜ ପାଇଁ ଆଦୌ ଶୁଭଙ୍କର ହେବ ନାହିଁ ବୋଲି ମଠାଧୀଶ ପରମହଂସ କହିଛନ୍ତି। ବେଦ, ପୁରାଣ ସମେତ ବିବିଧ ହିନ୍ଦୁଶାସ୍ତ୍ରରେ ପୁରୁଷ ଠାରୁ ଜଣେ ନାରୀକୁ ବହୁ ଉଚ୍ଚ ସ୍ଥାନ ଦିଆଯାଇଛି। ସେଥିପାଇଁ ଜଣେ ନାରୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଅର୍ଥ ପ୍ରକୃତି ବିରୋଧରେ ଯିବା ଏବଂ ଦୁର୍ଯୋଗକୁ ଆହ୍ବାନ କରିବା ସହିତ ସମାନ ବୋଲି ପରମହଂସ କହିଛନ୍ତି। ସବନମ୍‌ଙ୍କ ଅପରାଧ ନିଶ୍ଚିତ ଭାବେ ଅକ୍ଷମଣୀୟ। ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆନଯାଉ ବୋଲି ଜଣେ ହିନ୍ଦୁ ଧର୍ମଗୁରୁ ଭାବେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରୁଛନ୍ତି ବୋଲି ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

23 Feb 2021 By The Sakala

ସବନମ୍‌ଙ୍କୁ କ୍ଷମା ଦେବାକୁ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ଅଯୋଧ୍ୟା ମଠାଧୀଶ

ଅଯୋଧ୍ୟା: ପରିବାରର ସାତଜଣ ସଦସ୍ୟଙ୍କୁ ହତ୍ୟା କରିବା ଘଟଣାରେ ଉତ୍ତରପ୍ରଦେଶ ଆମରୋହାର ସବନମ୍‌ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା ବେଳେ ଏଥିପାଇଁ ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ଏଭଳି ସ୍ଥିତିରେ ଅଯୋଧ୍ୟାର ଜଣେ ମଠାଧୀଶ ତଥା ତପସ୍ବୀ ମନ୍ଦିର ପୂଜକ ପରମହଂସ ଦାସ ସବନମ୍‌ଙ୍କୁ କ୍ଷମା କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆବେଦନ କରିଛନ୍ତି। ସବ୍‌ନମଙ୍କୁ ଅନ୍ତତଃ ମୃତ୍ୟୁଦଣ୍ଡ ନଦେବାକୁ ସେ ରାଷ୍ଟ୍ରପତିଙ୍କୁ ଗୁହାରି କରିଛନ୍ତି। ଯଦି ସବନମ୍‌ଙ୍କୁ ଫାଶୀ ଦିଆଯାଏ ତେବେ ସେ ସ୍ବାଧୀନୋତ୍ତର ଭାରତର ପ୍ରଥମ ମହିଳା ଭାବେ ଏଭଳି ଦଣ୍ଡ ପାଇବେ। କିନ୍ତୁ ଏହା ଦେଶ, ଜାତି ଏବଂ ସମାଜ ପାଇଁ ଆଦୌ ଶୁଭଙ୍କର ହେବ ନାହିଁ ବୋଲି ମଠାଧୀଶ ପରମହଂସ କହିଛନ୍ତି। ବେଦ, ପୁରାଣ ସମେତ ବିବିଧ ହିନ୍ଦୁଶାସ୍ତ୍ରରେ ପୁରୁଷ ଠାରୁ ଜଣେ ନାରୀକୁ ବହୁ ଉଚ୍ଚ ସ୍ଥାନ ଦିଆଯାଇଛି। ସେଥିପାଇଁ ଜଣେ ନାରୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଅର୍ଥ ପ୍ରକୃତି ବିରୋଧରେ ଯିବା ଏବଂ ଦୁର୍ଯୋଗକୁ ଆହ୍ବାନ କରିବା ସହିତ ସମାନ ବୋଲି ପରମହଂସ କହିଛନ୍ତି। ସବନମ୍‌ଙ୍କ ଅପରାଧ ନିଶ୍ଚିତ ଭାବେ ଅକ୍ଷମଣୀୟ। ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆନଯାଉ ବୋଲି ଜଣେ ହିନ୍ଦୁ ଧର୍ମଗୁରୁ ଭାବେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରୁଛନ୍ତି ବୋଲି ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି।

https://www.thesakala.in/national-international/ayodhya-mahant-paramhans-das-appeal-president-kovind-to-pardon-shabnam-hanging/article-193
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର