ନାସାର ବଡ ସଫଳତା; ଶୁଣାଗଲା ମଙ୍ଗଳ ଗ୍ରହର ସ୍ବର, ରୋଭର ଅବତରଣ ଅଡିଓ ଏବଂ ଭିଡିଓ କଲା ସାର୍ବଜନୀନ

The Sakala Picture
Published On

ୱାଶିଂଟନ: ମଙ୍ଗଳ ଅଭିଯାନରେ ନାସାକୁ ଆଉ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି । ମଙ୍ଗଳ ଗ୍ରହର ପ୍ରଥମ ଅଡିଓ ରେକର୍ଡିଂ ପ୍ରକାଶ କରିିଛି। ଏଥିସହ ନାସା ଏହାର ରୋଭର ଅବତରଣର ଏକ ଭିଡିଓ ମଧ୍ୟ ଜାରି କରିଛି। ଏହି ରୋଭର ଗୁରୁବାର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା। ନାସା ସୂଚନା  ଅନୁଯାୟୀ, ଏହି ଧ୍ୱନି ରୋଭର ଅବତରଣ କରିବା ପରେ ସେଠାରେ ଥିବା ଧୂଳି ଏବଂ ମାଟି […]

ୱାଶିଂଟନ: ମଙ୍ଗଳ ଅଭିଯାନରେ ନାସାକୁ ଆଉ ଏକ ବଡ଼ ସଫଳତା ମିଳିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ସଫଳ ହୋଇଛି । ମଙ୍ଗଳ ଗ୍ରହର ପ୍ରଥମ ଅଡିଓ ରେକର୍ଡିଂ ପ୍ରକାଶ କରିିଛି। ଏଥିସହ ନାସା ଏହାର ରୋଭର ଅବତରଣର ଏକ ଭିଡିଓ ମଧ୍ୟ ଜାରି କରିଛି। ଏହି ରୋଭର ଗୁରୁବାର ମଙ୍ଗଳ ଗ୍ରହରେ ଅବତରଣ କରିଥିଲା।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ନାସା ସୂଚନା  ଅନୁଯାୟୀ, ଏହି ଧ୍ୱନି ରୋଭର ଅବତରଣ କରିବା ପରେ ସେଠାରେ ଥିବା ଧୂଳି ଏବଂ ମାଟି ଉପରେ ଚାପ ଯୋଗୁଁ ହୋଇଥିବା କହିଛି।

ଆହୁରି ପଢ଼ନ୍ତୁ: ବିହାର ପୋଲିସ ଦାରୋଗା ନିଯୁକ୍ତି ଓ BPSC ପରୀକ୍ଷାରେ ଜାଲିଆତି ଅଭିଯୋଗ: ପାଟନାରେ ଛାତ୍ରଙ୍କ ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ରୋଭର ପର୍ସେଭେରାନ୍ସ ପ୍ରୋଜେରେ ମୁଖ୍ୟ ଯନ୍ତ୍ରୀ ଡେଭ୍ ଗୃଲ କହିଛନ୍ତି ଯେ, ଏହାର ପ୍ରାମାଣିକ ନମୁନା ଆଣିବାକୁ ଚେଷ୍ଟା କରିବି । ନାସାର ରୋଭର  ଶୁକ୍ରବାର ଦିନ ମଙ୍ଗଳ ଗ୍ରହରେ ଅବତରଣ କରିଛି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ନାସା ଦ୍ୱାରା ପଠାଯାଇଥିବା ସର୍ବ ବୃହତ ଏବଂ ଉନ୍ନତ ରୋଭର ଅଟେ।

ଏହି ଭିଡିଓ ଏବଂ ଫଟୋ ଆମର ସ୍ୱପ୍ନର ଏକ ଅଂଶ। ଏହାପୂର୍ବରୁ ନାସା ମଙ୍ଗଳ ଗ୍ରହରେ ଅବତରଣ କରୁଥିବା ରୋଭରର ପ୍ରଥମ ଚିତ୍ର ପ୍ରକାଶ କରିଥିଲା। ଏହି କାର୍ଯ୍ୟ ପାଇଁ ନାସା ମହାକାଶଯାନରେ ୨୫ଟି କ୍ଯାମେରେ ଖଞ୍ଜିଛି।

ନାସା ପକ୍ଷରୁ ସାର୍ବଜନୀନ ହୋଇଥିବା ଭିଡିଓରେ ରୋଭର ଏକ ଲାଲ ଏବଂ ଧଳା ପାରାଚ୍ୟୁଟ୍ ସାହାଯ୍ୟରେ ଭୂପୃଷ୍ଠରେ ଅବତରଣ କରୁଥିବା ଦେଖାଯାଉଛି। ଏହି ଭିଡିଓଟି ୩ ମିନିଟ୍ ୨୫ ସେକେଣ୍ଡର ଅଟେ। ଭିଡିଓରେ ଦର୍ଶାଯାଇଛି ଯେ ଧୂଳି ଧୂଳି ମଧ୍ୟରେ ରୋଭର ଭୂପୃଷ୍ଠରେ ଅବତରଣ କରୁଛି। ଏହା ପୂର୍ବରୁ, ଲାଲ ଗ୍ରହ ପୃଷ୍ଠରେ ଅବତରଣ କରିବାର ୨୪ ଘଣ୍ଟା ତଳେ ନାସାର ରୋଭର ପ୍ରଥମ ରଙ୍ଗର ଚିତ୍ର ପଠାଇଥିଲା |

ଏନେଇ ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ମଙ୍ଗଳ ପୃଷ୍ଠ ଛୁଇଁଲାବେଳେ ମାଇକ୍ରୋଫୋନ କାମ କରିନଥିଲା। ହେଲେ ପୃଷ୍ଠରେ ଅବତରଣ ପରେ ମାଇକ୍ରୋଫୋନ୍ କାମ କରିବାରୁ ଶବ୍ଦ ସଂଗ୍ରହ ସମ୍ଭବ ହୋଇଥିଲା ବୋଲି ରୋଭର ପର୍ସେଭେରାନ୍ସ ପ୍ରୋଜେରେ ମୁଖ୍ୟ ଯନ୍ତ୍ରୀ ଥିବା ଦାଭେ ଗ୍ରୁଏଲ କହିଛନ୍ତି।

ନାସା ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ, ଗୁରୁବାର ଦିନ ପେରେସିଭର୍ସ ମଙ୍ଗଳ ଗ୍ରହରେ ଅବତରଣ କଲାବେଳେ ଏହାର ମାଇକ୍ରୋଫୋନ୍ ହଠାତ୍ କାମ ବନ୍ଦ କରିଦେଲା। କିନ୍ତୁ କିଛି ସମୟ ପରେ ମାଇକ୍ରୋଫୋନ୍ କାମ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏହାର ପ୍ରଥମ କ୍ଲିପ୍ ନାସା ଦ୍ୱାରା ମୁକ୍ତିଲାଭ କରିଛି।

ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀର ନିର୍ଦ୍ଦେଶକ ମାଇକେଲ୍ ୱାଟକିନ୍ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ହୋଇଛି । ମଙ୍ଗଳ ଗ୍ରହରେ ଅବତରଣ ଭଳି କୌଣସି ଘଟଣାକୁ କ୍ୟାପଚର କରିବାରେ ସକ୍ଷମ ଆମେ ହୋଇପାରିଛୁ। ଏହା ଏକ ପ୍ରକୃତରେ ସବୁଠୁ ଆଶ୍ଚର୍ଯ୍ଯ ଜନକ ଭିଡିଓ ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର