କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

The Sakala Picture
Published On

କିଭ୍ : କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜନସନ୍ । ଦୁଇ ମାସ ମଧ୍ୟରେ ଜନସନଙ୍କ ଏହା ହେଉଛି ଦ୍ୱିତୀୟ କିଭ୍ ଗସ୍ତ । ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ୟୁରୋପିଆନ ୟୁନିଅନରେ ସାମିଲ ହେବା ଲାଗି […]

କିଭ୍ : କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜନସନ୍ । ଦୁଇ ମାସ ମଧ୍ୟରେ ଜନସନଙ୍କ ଏହା ହେଉଛି ଦ୍ୱିତୀୟ କିଭ୍ ଗସ୍ତ । ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ୟୁରୋପିଆନ ୟୁନିଅନରେ ସାମିଲ ହେବା ଲାଗି ବାଟ ସଫା ହେଉଥିବା ବେଳେ, ଜନସନଙ୍କ ଏହି ଗସ୍ତ ଗୁରତ୍ୱପୂର୍ଣ୍ଣ ହୋଇଛି ।

ଆହୁରି ପଢ଼ନ୍ତୁ: ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପୁଣି ପାରୋଲ: ଜେଲ୍ ବାହାରେ ବିତାଇସାରିଲେଣି ୪୦୬ ଦିନ

ସେପଟେ ଆସନ୍ତା ୨୩ ଓ ୨୪ରେ ବସୁଥିବା ୟୁରୋପୀୟ ରାଷ୍ଟ୍ରସଂଘ ବୈଠକରେ ୟୁକ୍ରେନକୁ ସଦସ୍ୟତା ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି । ଗତ ଏପ୍ରିଲ ୯ ତାରିଖରେ ଗ୍ରୁପ-୭ର ପ୍ରଥମ ନେତା ଭାବେ ଜନସନ୍ କିଭ୍ ଗସ୍ତ କରିଥିଲେ । ଦିନକୁ ଦିନ ଋଷ ବିରୋଧରେ ୟୁକ୍ରେନ ଶକ୍ତିହୀନ ହେଉଥିବା ବେଳେ ଖୁବ୍ ଶୀଘ୍ର ଜନସନ୍ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନେଇ ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକ ରାଜନୀତିରେ ବଡ଼ ପରିବର୍ତ୍ତନ: ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟାଙ୍କ ଇସ୍ତଫା, ଡି.କେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ସେପଟେ ପୂର୍ବ ୟୁକ୍ରେନରେ ମାନବିକ ସ୍ଥିତି ଗୁରୁତର ଆକାର ଧାରଣ କଲାଣି ବୋଲି କହିଛି ଜାତିସଂଘ । ସେଭେରୋ ଡୋନେସ୍କ ସମେତ ଅନ୍ୟାନ ସହରରେ ହଜାର ହଜାର ଲୋକ ହାହାକାର ମଧ୍ୟରେ ଗତି କରୁଛନ୍ତି ଏବଂ ସେମାନଙ୍କ ନିକଟରେ କୌଣସି ପ୍ରକାର ସହାୟତା ମିଳିପାରୁନାହିଁ । ଏକ କେମିକାଲ ପ୍ଲାଣ୍ଟରେ ସହସ୍ରାଧିକ ବିପନ୍ନ ଆଶ୍ରୟ ନେଇଛନ୍ତି । ସେଠାରେ ପାନୀୟ ଜଳ, ଖାଦ୍ୟ, ପରିମଳ ଓ ବିଦ୍ୟୁତ ସଂକଟ ତୀବ୍ର ହେଲାଣି । ୟୁକ୍ରେନର ପ୍ରାୟ ୮୮ ଲକ୍ଷ ଲୋକ ବେଘର ହେବା ସହ ଶରଣାର୍ଥୀ ହେଲେଣି ବୋଲି ଜାତିସଂଘ ସୂଚନା ଦେଇଛି । ତେଣେ ପାଶ୍ଚାତ୍ୟ ରାଷ୍ଟ୍ରକୁ ଯାଇଥିବା କେତେକ ଗ୍ୟାସ ପାଇପ ଲାଇନକୁ ଋଷ ବିଚ୍ଛିନ୍ନ କରିଥିବା ବେଳେ ଅନେକ ସହରରେ ବୋମାମାଡ଼ ଜାରି ରଖିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ଶାଶୁ ତଥା ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହ ଗିରଫ

18 Jun 2022 By The Sakala

କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

କିଭ୍ : କିଭ୍‌ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ଜନସନ୍ । ଦୁଇ ମାସ ମଧ୍ୟରେ ଜନସନଙ୍କ ଏହା ହେଉଛି ଦ୍ୱିତୀୟ କିଭ୍ ଗସ୍ତ । ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ୟୁରୋପିଆନ ୟୁନିଅନରେ ସାମିଲ ହେବା ଲାଗି ବାଟ ସଫା ହେଉଥିବା ବେଳେ, ଜନସନଙ୍କ ଏହି ଗସ୍ତ ଗୁରତ୍ୱପୂର୍ଣ୍ଣ ହୋଇଛି ।

ସେପଟେ ଆସନ୍ତା ୨୩ ଓ ୨୪ରେ ବସୁଥିବା ୟୁରୋପୀୟ ରାଷ୍ଟ୍ରସଂଘ ବୈଠକରେ ୟୁକ୍ରେନକୁ ସଦସ୍ୟତା ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି । ଗତ ଏପ୍ରିଲ ୯ ତାରିଖରେ ଗ୍ରୁପ-୭ର ପ୍ରଥମ ନେତା ଭାବେ ଜନସନ୍ କିଭ୍ ଗସ୍ତ କରିଥିଲେ । ଦିନକୁ ଦିନ ଋଷ ବିରୋଧରେ ୟୁକ୍ରେନ ଶକ୍ତିହୀନ ହେଉଥିବା ବେଳେ ଖୁବ୍ ଶୀଘ୍ର ଜନସନ୍ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନେଇ ସୂଚନା ମିଳିଛି ।

ସେପଟେ ପୂର୍ବ ୟୁକ୍ରେନରେ ମାନବିକ ସ୍ଥିତି ଗୁରୁତର ଆକାର ଧାରଣ କଲାଣି ବୋଲି କହିଛି ଜାତିସଂଘ । ସେଭେରୋ ଡୋନେସ୍କ ସମେତ ଅନ୍ୟାନ ସହରରେ ହଜାର ହଜାର ଲୋକ ହାହାକାର ମଧ୍ୟରେ ଗତି କରୁଛନ୍ତି ଏବଂ ସେମାନଙ୍କ ନିକଟରେ କୌଣସି ପ୍ରକାର ସହାୟତା ମିଳିପାରୁନାହିଁ । ଏକ କେମିକାଲ ପ୍ଲାଣ୍ଟରେ ସହସ୍ରାଧିକ ବିପନ୍ନ ଆଶ୍ରୟ ନେଇଛନ୍ତି । ସେଠାରେ ପାନୀୟ ଜଳ, ଖାଦ୍ୟ, ପରିମଳ ଓ ବିଦ୍ୟୁତ ସଂକଟ ତୀବ୍ର ହେଲାଣି । ୟୁକ୍ରେନର ପ୍ରାୟ ୮୮ ଲକ୍ଷ ଲୋକ ବେଘର ହେବା ସହ ଶରଣାର୍ଥୀ ହେଲେଣି ବୋଲି ଜାତିସଂଘ ସୂଚନା ଦେଇଛି । ତେଣେ ପାଶ୍ଚାତ୍ୟ ରାଷ୍ଟ୍ରକୁ ଯାଇଥିବା କେତେକ ଗ୍ୟାସ ପାଇପ ଲାଇନକୁ ଋଷ ବିଚ୍ଛିନ୍ନ କରିଥିବା ବେଳେ ଅନେକ ସହରରେ ବୋମାମାଡ଼ ଜାରି ରଖିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର