ଥ୍ରୀଡି ପ୍ରତିମୂର୍ତ୍ତିରେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବ୍ରାଜିଲ ମୂର୍ତ୍ତିକାର

The Sakala Picture
Published On

ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବ୍ରାଜିଲର ମୂର୍ତ୍ତିକାର ତଥା ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର ଜୋଆଓ ଡୋସେ। ସେ ମହାରାଣୀଙ୍କର ଏକ କ୍ଷୁଦ୍ର ଥ୍ରୀଡି ଚିନାମାଟି ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଯାହା ଦେଖିବାକୁ ଅବିକଳ ମହାରାଣୀଙ୍କ ସଦୃଶ। ଏଥିରେ ମହାରାଣୀ ହସୁଥିବାର ନଜର ଆସିଛନ୍ତି। ଚିନାମାଟିରେ ମହାରାଣୀଙ୍କ ମୁହଁର ଆକାର ଦେବା ପାଇଁ ସେ କେତେକ ଉପକରଣର ବ୍ୟବହାର କରିଛନ୍ତି। ଏହାପରେ ସେ ଦାନ୍ତ, ଓଠ, ଆଖି ଆଦି ତିଆରି କରିଛନ୍ତି। ସାତ […]

ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବ୍ରାଜିଲର ମୂର୍ତ୍ତିକାର ତଥା ଡିଜିଟାଲ କଣ୍ଟେଣ୍ଟ୍ କ୍ରିଏଟର ଜୋଆଓ ଡୋସେ। ସେ ମହାରାଣୀଙ୍କର ଏକ କ୍ଷୁଦ୍ର ଥ୍ରୀଡି ଚିନାମାଟି ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଯାହା ଦେଖିବାକୁ ଅବିକଳ ମହାରାଣୀଙ୍କ ସଦୃଶ। ଏଥିରେ ମହାରାଣୀ ହସୁଥିବାର ନଜର ଆସିଛନ୍ତି। ଚିନାମାଟିରେ ମହାରାଣୀଙ୍କ ମୁହଁର ଆକାର ଦେବା ପାଇଁ ସେ କେତେକ ଉପକରଣର ବ୍ୟବହାର କରିଛନ୍ତି। ଏହାପରେ ସେ ଦାନ୍ତ, ଓଠ, ଆଖି ଆଦି ତିଆରି କରିଛନ୍ତି। ସାତ ବର୍ଷ ବୟସରୁ ଜୋଆଓ ବିଭିନ୍ନ କଳାକୃତି ଚିନାମାଟିରେ କରି ଆସୁଛନ୍ତି। ସେହିପରି ଏଭଳି ନିଖୁଣ ତଥା ସୁନ୍ଦର କଳାକୃତି ପାଇଁ ସେ କାହାଠାରୁ ତାଲିମ ମଧ୍ୟ ନେଇ ନାହାନ୍ତି। ୨୩ ବର୍ଷୀୟ ଜୋଆଓ ନିଜେ ନିଜେ ଏସବୁ ଶିଖିଛନ୍ତି। ସେହିପରି ସେ ଏହାପୂର୍ବରୁ ଅନେକ ହଲିଉଡ୍‌ ସେଲିବ୍ରିଟି, ମଡେଲ୍‌ ଏବଂ ଜୀବଜନ୍ତୁଙ୍କ ପ୍ରତିମୂର୍ତ୍ତି ଚୀନାମାଟିରେ ତିଆରି କରିଛନ୍ତି। ଏହି କଳାକାରଙ୍କ ଏଭଳି ନିଆରା କଳାକୁ ଲୋକମାନେ ବେଶ୍ ପସନ୍ଦ ଓ ପ୍ରଶଂସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନାଯୋଗ୍ୟ, ୭୦ ବର୍ଷ ଧରି ବ୍ରିଟେନ୍‌ ରାଜଗାଦିରେ ବିରାଜମାନ ହୋଇଥିଲେ ମହାରାଣୀ ଏଲିଜାବେଥ ଦ୍ୱିତୀୟ । ସେପ୍ଟେମ୍ବର ୮ ତାରିଖରେ ବାଲମୋରାଲ କ୍ୟାସେଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୯୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର