ଝିଅ ମାଟ୍ରିକ ପରୀକ୍ଷା ଦେବା ଯୋଗୁଁ ବାପାର ଆତ୍ମହତ୍ୟା

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ରାଣାଘାଟ ଥାନା ଅନ୍ତର୍ଗତ ହବିବ ପୁର୍ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଝିଅ ମାଟ୍ରିକ ପରୀକ୍ଷା ଦେବା ଯୋଗୁଁ ବାପା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ମଣ୍ଡଳ ପରିବାରର ରାମ ପ୍ରସାଦ ମଣ୍ଡଳ ଟ୍ରକରେ ଚାଳକ ଭାବରେ କାମ କରୁଥିବାବେଳେ ସ୍ତ୍ରୀ ବହୁ ବର୍ଷ ଧରି ଶାରୀରିକ ଅସୁସ୍ଥ ହୋଇ ଘରେ ପଡିଛନ୍ତି। ଅନ୍ୟପଟେ ରାମ ପ୍ରସାଦ ମଣ୍ଡଳଙ୍କ ଏକ ମାତ୍ର ଝିଅ ମାନିକା ମଣ୍ଡଳ ଅଞ୍ଚଳରେ ଥିବା ରାଣାଘାଟ […]

କୋଲକାତା: ପଶ୍ଚିମବଙ୍ଗ ନଦିଆ ଜିଲ୍ଲା ରାଣାଘାଟ ଥାନା ଅନ୍ତର୍ଗତ ହବିବ ପୁର୍ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଝିଅ ମାଟ୍ରିକ ପରୀକ୍ଷା ଦେବା ଯୋଗୁଁ ବାପା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଖବର ଅନୁଯାୟୀ, ମଣ୍ଡଳ ପରିବାରର ରାମ ପ୍ରସାଦ ମଣ୍ଡଳ ଟ୍ରକରେ ଚାଳକ ଭାବରେ କାମ କରୁଥିବାବେଳେ ସ୍ତ୍ରୀ ବହୁ ବର୍ଷ ଧରି ଶାରୀରିକ ଅସୁସ୍ଥ ହୋଇ ଘରେ ପଡିଛନ୍ତି। ଅନ୍ୟପଟେ ରାମ ପ୍ରସାଦ ମଣ୍ଡଳଙ୍କ ଏକ ମାତ୍ର ଝିଅ ମାନିକା ମଣ୍ଡଳ ଅଞ୍ଚଳରେ ଥିବା ରାଣାଘାଟ ବ୍ରୋଜ ବାଲା ବାଳିକା ହାଇସ୍କୁଲରେ ମାଟ୍ରିକରେ ପଢୁଥିଲେ।  ମାଟ୍ରିକ ପରୀକ୍ଷା ଦେବ ବୋଲି ମାନିକା ମଣ୍ଡଳ ନିଜ୍ ବାପାକୁ କହିଥିଲା । କିନ୍ତୁ ଅସୁସ୍ଥ ସ୍ତ୍ରୀ ଓ ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ନିଜ ଝିଅ ମାନିକାକୁ ମାଟ୍ରିକ ପରୀକ୍ଷା ନ ଦେବା ପାଇଁ ମନା କରି ଦେଇଥିଲେ ବାପା।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ବାପା ରାମ ପ୍ରସାଦ ଝିଅର ମାଟ୍ରିକ ପରୀକ୍ଷା ଆଡମିଟ କାର୍ଡ ଏବଂ ରେଜିଷ୍ଟ୍ରେସନ ପେପରକୁ ନିଆଁ ଲଗାଇ ଦେଇଥିଲେ। ଝିଅ ମାନିକାର ସ୍ଵପ୍ନ ଥିଲା ଯେ ଆହୁରି ପାଠ ପଢି ଭଲ ଚାକିରି କରି ବାପାମାଆଙ୍କୁ ସାହଯ୍ୟ କରିବ। ଝିଅ ମାନିକାଙ୍କ ବାପା ମାଟ୍ରିକ ପରୀକ୍ଷାର ଆଡମିଟ କାର୍ଡ ଓ ରେଜିଷ୍ଟ୍ରେସନ ପେପରର ପୋଡି ଦେଇଥିଲେ । ହେଲେ ତାହାର ଫଟୋକପି ରଖି ଥିଲା ମାନିକା । ଉକ୍ତ ଫଟୋକପି ଦେଖାଇ ସେ ମାଟ୍ରିକ ପରୀକ୍ଷା ଦେଇଥିଲା। ବାପା ରାମ ପ୍ରସାଦ ମଣ୍ଡଳ ଝିଅ ମାଟ୍ରିକ ପରୀକ୍ଷା ଦେଇଛି ବୋଲି ଜାଣି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର