ପଶ୍ଚିମବଙ୍ଗରେ ‘ଆଡେନୋଭାଇରସ୍‌’ ଆତଙ୍କ: ୯ ଦିନରେ ଗଲାଣି ୪୦ ଶିଶୁଙ୍କ ଜୀବନ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଏବେ ଆଡେନୋଭାଇରସ୍‌’ର ଆତଙ୍କ ବଢିବାରେ ଲାଗିଛି। ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରବିବାର ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ୬ ଶିଶୁଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୯ ଦିନ ମଧ୍ୟରେ ୪୦ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଛି। ଆଡେନୋଭାଇରସ୍‌’ ଭୂତାଣୁ ଯେକୌଣସି ସମୟରେ ଏବଂ […]

କୋଲକାତା: ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଏବେ ଆଡେନୋଭାଇରସ୍‌’ର ଆତଙ୍କ ବଢିବାରେ ଲାଗିଛି। ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରବିବାର ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ୬ ଶିଶୁଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୯ ଦିନ ମଧ୍ୟରେ ୪୦ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ମିରଟ ହତ୍ୟାକାଣ୍ଡର ବଡ଼ ଖୁଲାସା: ଅର୍ଚିତା ନୁହେଁ, ମୃତ ମହିଳା ହେଲେ ତୁର୍କମେନିସ୍ତାନର 'ମହବତ'

ଆଡେନୋଭାଇରସ୍‌’ ଭୂତାଣୁ ଯେକୌଣସି ସମୟରେ ଏବଂ ଛୋଟ ଠାରୁ ବୟସ୍କ ଲୋକଙ୍କୁ ସଂକ୍ରମିତ କରିପାରେ। ତେବେ ପଶ୍ଚିମବଙ୍ଗରେ ବିଗତ ଦୁଇ ସପ୍ତାହ ମଧ୍ୟରେ ସର୍ବାଧିକ ଶିଶୁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସରକାରୀ ଏବଂ ଘରୋଇ ଡାକ୍ତରଖାନାର ଶିଶୁ ବିଭାଗକୁ ସତର୍କ କରିଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୌଣସି ଫ୍ଲୁ ଦେଖାଯାଇ ନଥିବା କୁହାଯାଇଥିଲେ ହେଁ ଶିଶୁମାନଙ୍କ ଠାରେ ଏହି ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଚିନ୍ତାଜନକ ହୋଇପଡ଼ିଛି। ଯେଉଁ ଶିଶୁମାନଙ୍କ ନିକଟରେ ଏହି ଭୂତାଣୁର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେ ଥଣ୍ଡା ଏବଂ ଜ୍ବର ଲାଗି ରହିବା ସହିତ ଗଳାରେ ପୀଡ଼ା ଏବଂ ଦରଜ ରହିବ। ଏହାବ୍ୟତୀତ ନିଶ୍ବାସ ପ୍ରଶ୍ବାସରେ ମଧ୍ୟ କଷ୍ଟ ଅନୁଭବ ହେବ। ଚର୍ମ ସ୍ପର୍ଶ ଦ୍ବାରା ଏହା ସଂକ୍ରମିତ ହେବା ସହିତ ବାୟୁରେ କାଶ କିମ୍ବା ଛିଙ୍କ ଦ୍ବାରା ମଧ୍ୟ ଏହି ଭୂତାଣୁ ଅନ୍ୟକୁ ବ୍ୟାପିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

06 Mar 2023 By The Sakala

ପଶ୍ଚିମବଙ୍ଗରେ ‘ଆଡେନୋଭାଇରସ୍‌’ ଆତଙ୍କ: ୯ ଦିନରେ ଗଲାଣି ୪୦ ଶିଶୁଙ୍କ ଜୀବନ

କୋଲକାତା: ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ଏବେ ଆଡେନୋଭାଇରସ୍‌’ର ଆତଙ୍କ ବଢିବାରେ ଲାଗିଛି। ଏହି ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ସରକାରୀ ଏବଂ ଘରୋଇ ହସ୍ପିଟାଲଗୁଡିକରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରବିବାର ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ୬ ଶିଶୁଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଗତ ୯ ଦିନ ମଧ୍ୟରେ ୪୦ ଶିଶୁଙ୍କ ମୃତ୍ୟୁ ହୋଇସାରିଥିବା କୁହାଯାଇଛି।

ଆଡେନୋଭାଇରସ୍‌’ ଭୂତାଣୁ ଯେକୌଣସି ସମୟରେ ଏବଂ ଛୋଟ ଠାରୁ ବୟସ୍କ ଲୋକଙ୍କୁ ସଂକ୍ରମିତ କରିପାରେ। ତେବେ ପଶ୍ଚିମବଙ୍ଗରେ ବିଗତ ଦୁଇ ସପ୍ତାହ ମଧ୍ୟରେ ସର୍ବାଧିକ ଶିଶୁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ସରକାରୀ ଏବଂ ଘରୋଇ ଡାକ୍ତରଖାନାର ଶିଶୁ ବିଭାଗକୁ ସତର୍କ କରିଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କୌଣସି ଫ୍ଲୁ ଦେଖାଯାଇ ନଥିବା କୁହାଯାଇଥିଲେ ହେଁ ଶିଶୁମାନଙ୍କ ଠାରେ ଏହି ଭୂତାଣୁକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଚିନ୍ତାଜନକ ହୋଇପଡ଼ିଛି। ଯେଉଁ ଶିଶୁମାନଙ୍କ ନିକଟରେ ଏହି ଭୂତାଣୁର ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଲେ ଥଣ୍ଡା ଏବଂ ଜ୍ବର ଲାଗି ରହିବା ସହିତ ଗଳାରେ ପୀଡ଼ା ଏବଂ ଦରଜ ରହିବ। ଏହାବ୍ୟତୀତ ନିଶ୍ବାସ ପ୍ରଶ୍ବାସରେ ମଧ୍ୟ କଷ୍ଟ ଅନୁଭବ ହେବ। ଚର୍ମ ସ୍ପର୍ଶ ଦ୍ବାରା ଏହା ସଂକ୍ରମିତ ହେବା ସହିତ ବାୟୁରେ କାଶ କିମ୍ବା ଛିଙ୍କ ଦ୍ବାରା ମଧ୍ୟ ଏହି ଭୂତାଣୁ ଅନ୍ୟକୁ ବ୍ୟାପିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।

https://www.thesakala.in/national-international/adenovirus-alarm-40-children-die-in-last-nine-days-in-bengal/article-19574
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର