ମନୋରଞ୍ଜନ
ଓଡ଼ିଶା
ବର୍ଷର ପ୍ରଥମ ଦିନରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ହମ୍ଲା : ୩ ସାଧାରଣ ନାଗରିକଙ୍କ ମୃତ୍ୟୁ, ୭ ଆହତ
ଜମ୍ମୁ କଶ୍ମୀର : ୨୦୨୩ ବର୍ଷର ପ୍ରଥମ ଦିନରେ ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ହମ୍ଲା। ଆତଙ୍କବାଦୀମାନେ ବର୍ଷର ପ୍ରଥମ ଦିନରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ସଧାରଣ ନାଗକରିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। 3 people killed & 7 others injured in firing incident in Dangri area of Rajouri. Injured are […]
ଜମ୍ମୁ କଶ୍ମୀର : ୨୦୨୩ ବର୍ଷର ପ୍ରଥମ ଦିନରେ ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ହମ୍ଲା। ଆତଙ୍କବାଦୀମାନେ ବର୍ଷର ପ୍ରଥମ ଦିନରେ ନିରୀହ ଲୋକଙ୍କୁ ଟାର୍ଗେଟ କରି ଗୁଳି ଚଳାଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଗୁଳିରେ ୩ ଜଣ ସଧାରଣ ନାଗକରିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି।
3 people killed & 7 others injured in firing incident in Dangri area of Rajouri. Injured are being treated. Police & Dist administration have reached the spot. Multiple bullet injuries found on the body of injured: Dr Mehmood, Medical Superintendent, Associated Hospital, Rajouri https://t.co/obY9JP0NE6 pic.twitter.com/oG4VsXIWKH
ଆହୁରି ପଢ଼ନ୍ତୁ: ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁ ପିଲା ଘଣ୍ଟା ଚିହ୍ନିପାରୁ ନାହାନ୍ତି— ANI (@ANI) January 1, 2023
ସୂଚନା ମୁତାବକ ଆଜି ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ ରଜୌରୀ ଜିଲ୍ଲାର ଧଙ୍ଗ୍ରି ଅଞ୍ଚଳରେ ଥିବା ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ ମହିଳା ଏବଂ ଶିଶୁ ସମେତ ଗୋଟିଏ ହିନ୍ଦୁ ପରିବାରର ପ୍ରାୟ ୧୦ ଆହତ ହୋଇଥିଲେ। ୧୦ ଜଣଙ୍କ ମଧ୍ୟରୁ ସତୀଶ ଏବଂ ଦୀପକ ନାମକ ଦୁଇଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନଙ୍କୁ ଜିଏମସି ରଜୌରୀରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି।
ଆକ୍ରମଣର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ସୁରକ୍ଷା କର୍ମୀମାନେ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ତେବେ ଗୁଳି ବିନିମୟରେ କେତେ ଆତଙ୍କବାଦୀ ସମ୍ପୃକ୍ତ ଅଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଜିଏମସି ରଜୌରୀରେ ଚିକିତ୍ସିତ ହେଉଥିବା ଜଣେ ଆହତ ବ୍ୟକ୍ତିଙ୍କ କହିବା ମୁତାବକ, ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା। ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ।





