କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବିବାର ବହୁ ଦିନର ସ୍ବପ୍ନ ପୂରଣ ହେବ। ମହିଳାମାନେ ହତୋତ୍ସାହ ହେବେ। ସୋମ, ମଙ୍ଗଳବାରରେ  ପ୍ରସନ୍ନତା ବୃଦ୍ଧି ପାଇବ। ଘରୋଇ ମାମଲାରେ ଫସି ରହିବେ। ବୁଧ, ଗୁରୁବାରରେ ଧାର୍ମିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଶୁକ୍ର, ଶନିବାରରେ ପଡ଼ୋଶୀଙ୍କ ସହ ସମ୍ପର୍କ ଉତ୍ତମ ରହିବ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୨୨-୦୧-୨୦୨୬ )

ବୃଷ: ରବିବାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବେ। ସୋମ, ମଙ୍ଗଳବାରରେ ନିଜ ସ୍ବାଧୀନତାରେ ବାଧା ସୃଷ୍ଟି ହୋଇପାରେ। ଦୀର୍ଘଦିନର ଆଶା ପୂରଣ ହେବ। ବୁଧ, ଗୁରୁବାରରେ ମହିଳାମାନେ ନୂତନ ନିଯୁକ୍ତି ପାଇବାର ଯୋଗ ରହିଛି। ଶୁକ୍ର, ଶନିବାରରେ କୋର୍ଟକଚେରୀ ମାମଲାରେ ସଫଳତା ହାସଲ କରିବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୭-୦୧-୨୦୨୬)

ମିଥୁନ: ରବିବାର  ଖାଦ୍ୟ ପାନୀୟ ପ୍ରତି ସତର୍କ ରୁହନ୍ତୁ । ପରିବାରବର୍ଗଙ୍କ ସହାୟତା ପାଇବେ। ସୋମ,ମଙ୍ଗଳବାରରେ ଅତିଥିଙ୍କ ଆଗମନ ହୋଇପାରେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ବୁଧ,ଗୁରୁବାରରେ ସନ୍ତାନମାନେ କ୍ୟାରିୟରରେ ଉନ୍ନତି କରିବେ। ଶୁକ୍ର, ଶନିବାରରେ ଅଚିହ୍ନା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: Friday horoscope: ଶୁକ୍ରବାର ରାଶିଫଳ ( ୨୩-୦୧-୨୦୨୬ )

କର୍କଟ: ରବିବାରରେ ଭବିଷ୍ୟତ ଯୋଜନା ଫଳପ୍ରଦ ହୋଇପାରେ। ସୋମ, ମଙ୍ଗଳବାରରେ ଅଟକି ରହିଥିବା ଧନ ଫେରିପାଇବେ। ମହିଳାମାନେ ଅବହେଳିତ ହେବେ। ବୁଧ, ଗୁରୁବାରରେ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ। କ୍ଷମତାର ସଠିକ ଉପଯୋଗ କରିବେ। ଶୁକ୍ର, ଶନିବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ।

ସିଂହ: ରବିବାର ସମାଜରେ ମାନସମ୍ମାନର ଅଧିକାରୀ ହେବେ। ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରରେ ଅସ୍ଥିରତା ଅନୁଭବ କରିବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ। ବୁଧ, ଗୁରୁବାରରେ ବେରୋଜଗାରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଶୁକ୍ର, ଶନିବାରରେ ସାଙ୍ଗସାଥୀଙ୍କ ସହ ଭୁଲ୍‌ ବୁଝାମଣା ପାଇଁ ଦୂରତା ବଢ଼ିବ।

କନ୍ୟା: ରବିବାର ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ।  ସୋମ, ମଙ୍ଗଳବାରରେ ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ପଡ଼ିଯାଇ ପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନରେ  ତିକ୍ତତା ଦେଖାଦେଇ ପାରେ। ଶୁକ୍ର, ଶନିବାରରେ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ପଥ ଉନ୍ମୋଚିତ ହେବ।

ତୁଳା: ରବିବାର ନିଜ ଦକ୍ଷତା ବଳରେ ଲୋକମାନଙ୍କୁ ପ୍ରଭାବିତ କରିବେ। ସୋମ,ମଙ୍ଗଳବାରରେ ଦୀର୍ଘ ଦିନ ପରେ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ବୁଧ,ଗୁରୁବାରରେ ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ସୁଯୋଗ ରହିଛି।  ଛାତ୍ରଛାତ୍ରୀ ଲେଖାପଢ଼ାରେ ଉନ୍ନତି କରିବେ।

ବିଛା: ରବିବାର ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ସୋମ,ମଙ୍ଗଳବାରରେ ଆର୍ଥିକ ସ୍ଥିତି ମଜଭୁତ ରହିବ। ଶତ୍ରୁମାନଙ୍କର କୂଟଚକ୍ରାନ୍ତରେ ପଡ଼ିପାରନ୍ତି। ବୁଧ,ଗୁରୁବାରରେ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଶୁକ୍ର, ଶନିବାରରେ ମହିଳାମାନେ ସ୍ବାଧୀନମନା ହେବେ। ନିଜ ଦାୟିତ୍ବକୁ ସୁଚାରୁ ରୂପରେ ସମାପନ କରିବେ।

ଧନୁ: ରବିବାରରେ ଅକସ୍ମାତ୍ ଧନଲାଭର ଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ସୋମ,ମଙ୍ଗଳବାରରେ ପାରିବାରିକ କ୍ଷେତ୍ରରେ ବୁଝାମଣା ରହିବ। ବୁଧ,ଗୁରୁବାରରେ ଭାଇଭଉଣୀଙ୍କ ସହଯୋଗ ପାଇବେ। ଶୁକ୍ର, ଶନିବାରରେ ଈର୍ଷାପରାୟଣ ବ୍ୟକ୍ତିମାନେ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ସମସ୍ୟା ବଢ଼ାଇବେ।

ମକର: ରବିବାର ପରିବାରରେ ତିକ୍ତତା ଦେଖାଦେବ।  ମହିଳାମାନେ ଦୁର୍ବଳମନା ହେବେ। ସୋମ, ମଙ୍ଗଳବାରରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ବୁଧ, ଗୁରୁବାରରେ ଅସହାୟ ବ୍ୟକ୍ତିଙ୍କୁ ସହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ଶୁକ୍ର,ଶନିବାରରେ ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

କୁମ୍ଭ: ରବିବାର ପରିବାରରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମହିଳାମାନେ କର୍ମତତ୍ପର ହେବେ। ସୋମ, ମଙ୍ଗଳବାରରେ ପଦୋନ୍ନତି ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଇବେ। ବୁଧ,ଗୁରୁବାରରେ ବ୍ୟାବସାୟିକ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ଶୁକ୍ର, ଶନିବାରରେ ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ।  

ମୀନ: ରବିବାର ମାନସିକ ତଥା ପାରିବାରିକ ଶାନ୍ତି ହରାଇ ବସିବେ। ସୋମ, ମଙ୍ଗଳବାରରେ ଉନ୍ନତିମୂଳକ କାର୍ଯ୍ୟରେ ବ୍ୟସ୍ତ ରହିବେ। ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ରହିବ। ବୁଧ, ଗୁରୁବାରରେ କାର୍ଯ୍ୟସ୍ଥଳୀରେ ଉନ୍ନତି କରିବା ପାଇଁ ଉଚ୍ଚଅଧିକାରୀଙ୍କ ପରାମର୍ଶ ଲୋଡ଼ିବେ। ଶୁକ୍ର,ଶନିବାରରେ ନୂତନ କର୍ମାରମ୍ଭ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିବେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp