ଜାଣନ୍ତୁ ବାସ୍ତୁ ଅନୁସାରେ କେଉଁ ଉପହାର ଦେବା ଅନୁଚିତ...

Deviprasad Mohanty Picture
Published On

ବାସ୍ତୁ ଶାସ୍ତ୍ର ଅନୁସାରେ, ଉପହାର ଦେବା ସମୟରେ କୌଣସି ଜିନିଷର କେବଳ ସୁନ୍ଦରତା କି ଉପଯୋଗିତା ନୁହେଁ, ବରଂ ତାହାର ପ୍ରଭାବକୁ ମଧ୍ୟ ଦୃଷ୍ଟିରେ ରଖିବା ଉଚିତ। ବେଳେବେଳେ ଅଜାଣତରେ ଦିଆଯାଉଥିବା ଉପହାର ଅବସାଦ, ଆର୍ଥିକ କ୍ଷତି ଏବଂ ମାନସିକ ଅସ୍ଥିରତାର କାରଣ ହୋଇପାରେ। ବାସ୍ତୁ ଅନୁସାରେ, କେଉଁ ଉପହାର ଦେବା ଅନୁଚିତ, ସେ ସମ୍ପର୍କରେ ଜାଣିବା। 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଶ୍ରୀରାମ ନବମୀ, ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

ଧାରୁଆ ଜିନିଷ: ବାସ୍ତୁ ଶାସ୍ତ୍ର ଅନୁସାରେ, କାହାକୁ ଛୁରି, କଇଁଚି ଭଳି ଧାରୁଆ ବା ତୀକ୍ଷ୍ଣ ଜିନିଷ ଦେବାକୁ ହାନିକାରକ ବୋଲି କୁହାଯାଇଛି। କୁହାଯାଏ, ଏହି ଜିନିଷ ଦେବା ଦ୍ବାରା ସମ୍ପର୍କରେ ଦୂରତ୍ବ ସୃଷ୍ଟି ହୁଏ। 

ଆହୁରି ପଢ଼ନ୍ତୁ: ସକାଳେ ଉଠିବା ମାତ୍ରେ କରନ୍ତୁ ନାହିଁ ଏହି ୩ଟି ଭୁଲ୍, ଅଟକି ଯାଇପାରେ ଆପଣଙ୍କ ଉନ୍ନତି

ପର୍ସ: ପର୍ସ ଆକର୍ଷଣୀୟ ଓ ଉପଯୋଗୀ ଉପହାର ଲାଗିଲେ ବି ବାସ୍ତୁ ମାନ୍ୟତା ଅନୁସାରେ, ଏହାକୁ ଉପହାରରେ ଦେବା ଅଶୁଭ। ଏହା ଦ୍ବାରା ଉପହାର ଦେବା ବ୍ୟକ୍ତି ଓ ପାଇବା ବ୍ୟକ୍ତି ଉଭୟଙ୍କର ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପଡ଼େ। ଏହା ସହ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇପାରେ।

ଆହୁରି ପଢ଼ନ୍ତୁ: ଆର୍ଥିକ ବର୍ଷ ୨୦୨୫-୨୬ର ଶେଷ କାର୍ଯ୍ୟ ଦିବସ ଆଜି; ଆସନ୍ତାକାଲି ବନ୍ଦ ରହିବ ସେୟାର ବଜାର ଓ ବ୍ୟାଙ୍କ

 ଘଣ୍ଟା: ଘଣ୍ଟା ସାଧାରଣ ଉପହାର ସମସ୍ତଙ୍କୁ ଲାଗିଲେ ବି ବାସ୍ତୁ ଶାସ୍ତ୍ରରେ ଏହା ଉପଯୋଗୀ ଉପହାର ନୁହେଁ। ଏହାକୁ ଉପହାରରେ ଦେବା ଦ୍ବାରା ଜୀବନରେ ବାଧା ଏବଂ ନକାରାତ୍ମକତା ବୃଦ୍ଧି ପାଏ। ତେଣୁ ବାସ୍ତୁ ଅନୁସାରେ, ଏହି ଉପହାର ଦେବାକୁ ବାରଣ କରାଯାଏ। 

ଜୋତା-ଚପଲ: ବାସ୍ତୁ ଶାସ୍ତ୍ର ଜୋତା ଚପଲକୁ ଅଶୁଦ୍ଧ ଶ୍ରେଣୀରେ ରଖିଛି। ଏହାକୁ ଉପହାର ଦେବା ଦ୍ବାରା ମତଭେଦର କାରଣ ସାଜେ। ଅନେକ ମାନ୍ୟତାନୁସାରେ, ଉକ୍ତ ଉପହାର ଚିନ୍ତା ଓ ବିବାଦର ସଙ୍କେତ ଦେଇଥାଏ। 

08 Dec 2025 By Deviprasad Mohanty

ଜାଣନ୍ତୁ ବାସ୍ତୁ ଅନୁସାରେ କେଉଁ ଉପହାର ଦେବା ଅନୁଚିତ...

ବାସ୍ତୁ ଶାସ୍ତ୍ର ଅନୁସାରେ, ଉପହାର ଦେବା ସମୟରେ କୌଣସି ଜିନିଷର କେବଳ ସୁନ୍ଦରତା କି ଉପଯୋଗିତା ନୁହେଁ, ବରଂ ତାହାର ପ୍ରଭାବକୁ ମଧ୍ୟ ଦୃଷ୍ଟିରେ ରଖିବା ଉଚିତ। ବେଳେବେଳେ ଅଜାଣତରେ ଦିଆଯାଉଥିବା ଉପହାର ଅବସାଦ, ଆର୍ଥିକ କ୍ଷତି ଏବଂ ମାନସିକ ଅସ୍ଥିରତାର କାରଣ ହୋଇପାରେ। ବାସ୍ତୁ ଅନୁସାରେ, କେଉଁ ଉପହାର ଦେବା ଅନୁଚିତ, ସେ ସମ୍ପର୍କରେ ଜାଣିବା। 

ଧାରୁଆ ଜିନିଷ: ବାସ୍ତୁ ଶାସ୍ତ୍ର ଅନୁସାରେ, କାହାକୁ ଛୁରି, କଇଁଚି ଭଳି ଧାରୁଆ ବା ତୀକ୍ଷ୍ଣ ଜିନିଷ ଦେବାକୁ ହାନିକାରକ ବୋଲି କୁହାଯାଇଛି। କୁହାଯାଏ, ଏହି ଜିନିଷ ଦେବା ଦ୍ବାରା ସମ୍ପର୍କରେ ଦୂରତ୍ବ ସୃଷ୍ଟି ହୁଏ। 

ପର୍ସ: ପର୍ସ ଆକର୍ଷଣୀୟ ଓ ଉପଯୋଗୀ ଉପହାର ଲାଗିଲେ ବି ବାସ୍ତୁ ମାନ୍ୟତା ଅନୁସାରେ, ଏହାକୁ ଉପହାରରେ ଦେବା ଅଶୁଭ। ଏହା ଦ୍ବାରା ଉପହାର ଦେବା ବ୍ୟକ୍ତି ଓ ପାଇବା ବ୍ୟକ୍ତି ଉଭୟଙ୍କର ଆର୍ଥିକ ସ୍ଥିତି ଉପରେ ନକାରାତ୍ମକ ପ୍ରଭାବ ପଡ଼େ। ଏହା ସହ ସମ୍ପର୍କରେ ଫାଟ ମଧ୍ୟ ସୃଷ୍ଟି ହୋଇପାରେ।

 ଘଣ୍ଟା: ଘଣ୍ଟା ସାଧାରଣ ଉପହାର ସମସ୍ତଙ୍କୁ ଲାଗିଲେ ବି ବାସ୍ତୁ ଶାସ୍ତ୍ରରେ ଏହା ଉପଯୋଗୀ ଉପହାର ନୁହେଁ। ଏହାକୁ ଉପହାରରେ ଦେବା ଦ୍ବାରା ଜୀବନରେ ବାଧା ଏବଂ ନକାରାତ୍ମକତା ବୃଦ୍ଧି ପାଏ। ତେଣୁ ବାସ୍ତୁ ଅନୁସାରେ, ଏହି ଉପହାର ଦେବାକୁ ବାରଣ କରାଯାଏ। 

ଜୋତା-ଚପଲ: ବାସ୍ତୁ ଶାସ୍ତ୍ର ଜୋତା ଚପଲକୁ ଅଶୁଦ୍ଧ ଶ୍ରେଣୀରେ ରଖିଛି। ଏହାକୁ ଉପହାର ଦେବା ଦ୍ବାରା ମତଭେଦର କାରଣ ସାଜେ। ଅନେକ ମାନ୍ୟତାନୁସାରେ, ଉକ୍ତ ଉପହାର ଚିନ୍ତା ଓ ବିବାଦର ସଙ୍କେତ ଦେଇଥାଏ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର