ବାଂଲାଦେଶରେ ଥମିବାର ନାଁ ଧରୁନି ହିନ୍ଦୁ ବିରୋଧୀ ହିଂସା: ଆଉଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା, ବିଧବାଙ୍କୁ ଗଣଦୁଷ୍କର୍ମ

Madhusudan Das Picture
Published On

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ବିରୋଧୀ ହିଂସା ଥମିବାର ନା ଧରୁନି। ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାର ଚୁପ ହୋଇ ବସିଥିବାବେଲେ ଚରମପନ୍ଥୀ ମାନେ ଆଉ ଜଣେ ହିନ୍ଦୁ ବ୍ୟବସାୟୀ ତଥା ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକଙ୍କୁ ହତ୍ୟା କରିଥିବାବେଳେ ଅନ୍ୟ ଜଣେ ବିଧବାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ସୂଚନା ଅନୁଯାୟୀ, ମଣିପାରମପୁରର କୋପାଲିଆ ବଜାରରେ ରାଣା ପ୍ରତାପଙ୍କ ବରଫ କାରଖାନା ରହିଛି। ସନ୍ଧ୍ୟାରେ ତାଙ୍କୁ କିଛି ଲୋକ କାରଖାନା ବାହାରକୁ ଡାକି ଆଣି ଗୁଳି କରି ହତ୍ୟା କରିଛନ୍ତି। ରାଣାଙ୍କ ଶରୀରରୁ ୭ ବୁଲେଟ ଉଦ୍ଧାର ହୋଇଛି। କିଛି ଚରମପନ୍ଥୀଙ୍କ ବିରୋଧରେ ରାଣା ପ୍ରତାପ ଅନେକ ମାମଲା ରୁଜୁ କରିଥିଲେ। 

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁସାରେ, ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସିଥିଲେ ଏବଂ ପ୍ରତାପଙ୍କ ସହ ଯୁକ୍ତିତର୍କ କରିଥିଲେ, ତାଙ୍କ ମୁଣ୍ଡକୁ ଅନେକ ରାଉଣ୍ଡ ଗୁଳି କରି ପଳାଇ ଯାଇଥିଲେ। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ପ୍ରତାପଙ୍କ ମୁଣ୍ଡରେ ତିନିଟି ଗୁଳି ବାଜିଥିଲା। ତେବେ କିଏ ଏଥିରେ ସମ୍ପୃକ୍ତ ତାହାର ତଦନ୍ତ ଆମେ କରୁଛୁ ବୋଲି ପୁଲିସ କହିଛି । 

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଅନ୍ୟପଟେ ଜଣେ ୪୫ ବର୍ଷୀୟା ହିନ୍ଦୁ ବିଧବା ମହିଳାଙ୍କୁ ଦୁଇଜଣ ଦୁଷ୍କର୍ମ କରିବା ପରେ ଗଛରେ ବାନ୍ଧି ବାଡ଼େଇଥିଲେ। ଏହି ଘଟଣା ଝେନାଇଦାହ ଜିଲ୍ଲାର କାଲିଗଞ୍ଜରେ ଘଟିଛି। ପୁଲିସ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଓ ବାକି ଅଭିଯୁକ୍ତଙ୍କୁ ଖୋଜିବା ଜାରି ରଖିଛି। ପୀଡିତା ସୋମବାର ଦ୍ୱିପହରରେ କାଲିଗଞ୍ଜ ଥାନାରେ ୪ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ପୀଡିତାଙ୍କ ଚୁଟି ମଧ୍ୟ କାଟିଥିଲେ ଓ ପୂରା ଘଟଣାର ଭିଡିଓ ରେକର୍ଡିଂ କରିଥିଲେ। ମହିଳାଙ୍କ ସମ୍ପର୍କୀୟଙ୍କୁ ଗୋଟିଏ ଘରେ ବନ୍ଦ କରି ଅଭିଯୁକ୍ତମାନେ ତାଙ୍କୁ ଅନ୍ୟ ଏକ ଘରେ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ନିଜର ୧୦ ବର୍ଷର ପୁଅ ସହ ସେହି ଗାଁରେ ରୁହନ୍ତି। ଶନିବାର ରାତିରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ପାଇ ସ୍ଥାନୀୟ ଲୋକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। 

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର