ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁ ପିଲା ଘଣ୍ଟା ଚିହ୍ନିପାରୁ ନାହାନ୍ତି

Madhusudan Das Picture
Published On

ନ୍ୟୁୟର୍କ ସହରର ଅନେକ ସ୍କୁଲରୁ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଛାତ୍ରଛାତ୍ରୀ ଏବେ ପାରମ୍ପରିକ ତଥା ଆନାଲଗ୍‌ ଘଣ୍ଟା ଚିହ୍ନି ପାରୁ ନାହାନ୍ତି।  ତେବେ ଏକ ସ୍କୁଲରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା ଲାଗିବାରୁ ଏହିକଥା ସାମ୍ନାକୁ ଆସିଛି। କ୍ବିନ୍ସ ସ୍ଥିତ କାର୍ଡୋଜୋ ହାଇସ୍କୁଲର ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ଟିଆନା ମିଲେନ୍ କହିଛନ୍ତି, ‘ମୋବାଇଲ ଉପରେ କଟକଣା ଲାଗିବା ପରେ ଅନେକ କିଶୋର କାନ୍ଥ ଘଣ୍ଟା ଦେଖି ସମୟ ଜାଣି ପାରି ନ ଥିଲେ। ତେବେ କାନ୍ଥଘଣ୍ଟା ଦେଖି ସମୟ ଚିହ୍ନିବା ଏକ ମୌଳିକ ଦକ୍ଷତା ଯାହା ଏବେ ପିଲାମାନେ କରିପାରୁ ନାହାନ୍ତି।’ ମିଲେନ୍ ସ୍କୁଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିବା ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ସେହିପରି ମୋବାଇଲ ନ ରହିବା ଯୋଗୁଁ ଛାତ୍ରଛାତ୍ରୀ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବା ସହ ମଧ୍ୟାହ୍ନ ଭୋଜନରେ ପରସ୍ପର ସହିତ କଥାବାର୍ତ୍ତା କରୁଥିବା ସେ କହିଛନ୍ତି। ସ୍କୁଲ ପରିସରରେ ବି ପିଲାମାନେ ଆଗ ଅପେକ୍ଷା ଅଧିକ ଚଳପ୍ରଚଳ କରୁଛନ୍ତି।  

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ସବୁଠୁ ବଡ଼ କଥା ହେଉଛି, ପିଲାମାନେ ଏବେ ଠିକ୍‌ ସମୟରେ ଶ୍ରେଣୀଗୃହରେ ପହଞ୍ଚୁଛନ୍ତି। ତେବେ ସେମାନେ ଏକଥା ଜାଣିପାରୁ ନାହାନ୍ତି ଯେ, ସେମାନେ ଠିକ୍‌ ସମୟରେ ସ୍କୁଲକୁ ଆସୁଛନ୍ତି କି ନାହିଁ। କାରଣ ସେମାନେ ଘଣ୍ଟା ଚିହ୍ନିବା ଜାଣନ୍ତି ନାହିଁ। ଅନ୍ୟପଟେ ଡିଜିଟାଲ ଯୁଗରେ ବଡ଼ ହେଉଥିବା ପିଲାଙ୍କ ଲାଗି ଆନାଲଗ୍‌ ଘଣ୍ଟା ଏକ ଅଜବ ଜିନିଷ ପାଲଟିଛି। ସେହିପରି ନ୍ୟୁୟର୍କ  ଶିକ୍ଷା ବିଭାଗ ଏବେ  ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଘଣ୍ଟା ଚିହ୍ନିବା ଶିକ୍ଷା ପ୍ରଦାନ କରୁଛନ୍ତି। ଏହାସତ୍ତ୍ବେ ମଧ୍ୟ ବ୍ରୁକଲିନ୍‌ର ମିଡ୍‌ଉଡ୍‌ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ କହିବା କଥା, ଅନେକ ପିଲା ଏଥିରେ ଦୁର୍ବଳ ଅଛନ୍ତି। କାରଣ ଫୋନ୍‌ରେ ସମୟ ଦେଖୁଥିବାରୁ ସେମାନେ କାନ୍ଥଘଣ୍ଟାରେ ସମୟ ଜାଣିପାରୁ ନାହାନ୍ତି। ସେହିପରି ବର୍ତ୍ତମାନ ଏହି ସମସ୍ୟା ନୂଆ ନୁହେଁ। 

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

୨୦୧୭ ମସିହାରେ ଓକ୍ଲାହୋମାରେ ହୋଇଥିବା ଏକ ଗବେଷଣା ଅନୁସାରେ, ୬-୧୨ ବର୍ଷ ବୟସର ପିଲାଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣକରୁ ଜଣେ ପିଲା ଘଣ୍ଟା ଚିହ୍ନିବା ଜାଣନ୍ତି। ଏହି ସମସ୍ୟା ଅନେକ ବର୍ଷ ଧରି ଧୀରେ ଧୀରେ ବଢ଼ି ଚାଲିଛି। ଅବଶ୍ୟ ସ୍ମାର୍ଟଫୋନ୍‌ ଉପରେ ରୋକ ଲାଗିବାରୁ ଏହା ସାମ୍ନାକୁ ଆସିଲା। ଅନ୍ୟପଟେ ପିଲା ଆନାଲଗ ଘଣ୍ଟା ଚିହ୍ନିବା ଜାଣି ନ ଥିବା ବେଳେ ସେମାନଙ୍କ ଡିଜିଟାଲ ଜ୍ଞାନ କୌଶଳ ଖୁବ୍ ଆଗରେ। ଏପରିକି ଅନେକ ସମୟରେ ପିଲାମାନେ ଶିକ୍ଷକମାନଙ୍କର ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟା ଦୂର କରୁଛନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ନୂଆପିଢ଼ିଙ୍କ ଦକ୍ଷତା କମିନାହିଁ, ବରଂ ସେମାନେ ଡିଜିଟାଲ୍‌ରେ ଅଧିକ ସକ୍ରିୟ ହୋଇ ଯାଉଛନ୍ତି। 

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

04 Jan 2026 By Madhusudan Das

ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁ ପିଲା ଘଣ୍ଟା ଚିହ୍ନିପାରୁ ନାହାନ୍ତି

ନ୍ୟୁୟର୍କ ସହରର ଅନେକ ସ୍କୁଲରୁ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଛାତ୍ରଛାତ୍ରୀ ଏବେ ପାରମ୍ପରିକ ତଥା ଆନାଲଗ୍‌ ଘଣ୍ଟା ଚିହ୍ନି ପାରୁ ନାହାନ୍ତି।  ତେବେ ଏକ ସ୍କୁଲରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ କଟକଣା ଲାଗିବାରୁ ଏହିକଥା ସାମ୍ନାକୁ ଆସିଛି। କ୍ବିନ୍ସ ସ୍ଥିତ କାର୍ଡୋଜୋ ହାଇସ୍କୁଲର ଆସିଷ୍ଟାଣ୍ଟ ପ୍ରିନ୍ସିପାଲ ଟିଆନା ମିଲେନ୍ କହିଛନ୍ତି, ‘ମୋବାଇଲ ଉପରେ କଟକଣା ଲାଗିବା ପରେ ଅନେକ କିଶୋର କାନ୍ଥ ଘଣ୍ଟା ଦେଖି ସମୟ ଜାଣି ପାରି ନ ଥିଲେ। ତେବେ କାନ୍ଥଘଣ୍ଟା ଦେଖି ସମୟ ଚିହ୍ନିବା ଏକ ମୌଳିକ ଦକ୍ଷତା ଯାହା ଏବେ ପିଲାମାନେ କରିପାରୁ ନାହାନ୍ତି।’ ମିଲେନ୍ ସ୍କୁଲରେ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିବା ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ସେହିପରି ମୋବାଇଲ ନ ରହିବା ଯୋଗୁଁ ଛାତ୍ରଛାତ୍ରୀ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବା ସହ ମଧ୍ୟାହ୍ନ ଭୋଜନରେ ପରସ୍ପର ସହିତ କଥାବାର୍ତ୍ତା କରୁଥିବା ସେ କହିଛନ୍ତି। ସ୍କୁଲ ପରିସରରେ ବି ପିଲାମାନେ ଆଗ ଅପେକ୍ଷା ଅଧିକ ଚଳପ୍ରଚଳ କରୁଛନ୍ତି।  

ସବୁଠୁ ବଡ଼ କଥା ହେଉଛି, ପିଲାମାନେ ଏବେ ଠିକ୍‌ ସମୟରେ ଶ୍ରେଣୀଗୃହରେ ପହଞ୍ଚୁଛନ୍ତି। ତେବେ ସେମାନେ ଏକଥା ଜାଣିପାରୁ ନାହାନ୍ତି ଯେ, ସେମାନେ ଠିକ୍‌ ସମୟରେ ସ୍କୁଲକୁ ଆସୁଛନ୍ତି କି ନାହିଁ। କାରଣ ସେମାନେ ଘଣ୍ଟା ଚିହ୍ନିବା ଜାଣନ୍ତି ନାହିଁ। ଅନ୍ୟପଟେ ଡିଜିଟାଲ ଯୁଗରେ ବଡ଼ ହେଉଥିବା ପିଲାଙ୍କ ଲାଗି ଆନାଲଗ୍‌ ଘଣ୍ଟା ଏକ ଅଜବ ଜିନିଷ ପାଲଟିଛି। ସେହିପରି ନ୍ୟୁୟର୍କ  ଶିକ୍ଷା ବିଭାଗ ଏବେ  ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ ଘଣ୍ଟା ଚିହ୍ନିବା ଶିକ୍ଷା ପ୍ରଦାନ କରୁଛନ୍ତି। ଏହାସତ୍ତ୍ବେ ମଧ୍ୟ ବ୍ରୁକଲିନ୍‌ର ମିଡ୍‌ଉଡ୍‌ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ କହିବା କଥା, ଅନେକ ପିଲା ଏଥିରେ ଦୁର୍ବଳ ଅଛନ୍ତି। କାରଣ ଫୋନ୍‌ରେ ସମୟ ଦେଖୁଥିବାରୁ ସେମାନେ କାନ୍ଥଘଣ୍ଟାରେ ସମୟ ଜାଣିପାରୁ ନାହାନ୍ତି। ସେହିପରି ବର୍ତ୍ତମାନ ଏହି ସମସ୍ୟା ନୂଆ ନୁହେଁ। 

୨୦୧୭ ମସିହାରେ ଓକ୍ଲାହୋମାରେ ହୋଇଥିବା ଏକ ଗବେଷଣା ଅନୁସାରେ, ୬-୧୨ ବର୍ଷ ବୟସର ପିଲାଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣକରୁ ଜଣେ ପିଲା ଘଣ୍ଟା ଚିହ୍ନିବା ଜାଣନ୍ତି। ଏହି ସମସ୍ୟା ଅନେକ ବର୍ଷ ଧରି ଧୀରେ ଧୀରେ ବଢ଼ି ଚାଲିଛି। ଅବଶ୍ୟ ସ୍ମାର୍ଟଫୋନ୍‌ ଉପରେ ରୋକ ଲାଗିବାରୁ ଏହା ସାମ୍ନାକୁ ଆସିଲା। ଅନ୍ୟପଟେ ପିଲା ଆନାଲଗ ଘଣ୍ଟା ଚିହ୍ନିବା ଜାଣି ନ ଥିବା ବେଳେ ସେମାନଙ୍କ ଡିଜିଟାଲ ଜ୍ଞାନ କୌଶଳ ଖୁବ୍ ଆଗରେ। ଏପରିକି ଅନେକ ସମୟରେ ପିଲାମାନେ ଶିକ୍ଷକମାନଙ୍କର ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟା ଦୂର କରୁଛନ୍ତି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ନୂଆପିଢ଼ିଙ୍କ ଦକ୍ଷତା କମିନାହିଁ, ବରଂ ସେମାନେ ଡିଜିଟାଲ୍‌ରେ ଅଧିକ ସକ୍ରିୟ ହୋଇ ଯାଉଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର