ରାଜ୍ୟରେ ରେକର୍ଡ ଭାଙ୍ଗୁଛି ହାଡଭଙ୍ଗା ଶୀତ, ୧୦ ଡିଗ୍ରି ତଳେ ୨୫ ସହରର ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ମାଘ ମାସରେ ଅନୁଭୂତ ହେଉଛି ବାଘ ଭଳି ଶୀତ। ଲଗାତାର ଭାବେ ପାରଦ ତଳମୁହାଁ ହେତୁ ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି। ଉପାନ୍ତରୁ ଉପକୂଳ ଯାଏଁ ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା। ୨୫ଟି ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରେକର୍ଡ ହୋଇଛି । ରାଜ୍ୟର ପାହାଡ଼ିଆ ଅଞ୍ଚଳ ଭଳି ସମତଳ ଅଞ୍ଚଳରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବା ସଙ୍ଗେ ସଙ୍ଗେ ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ କାଠୁଆ ଶୀତ ପଡ଼ିଛି। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ଶୂନ ଡିଗ୍ରିକୁ ଖସିଛି ।  ଯାହା ରାଜ୍ୟର ସବୁଠାରୁ କମ୍ । ସେହିପରି ଝାରସୁଗୁଡ଼ାରେ ଆଜି ୬.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୧୦.୨ ଡୀଗ୍ରି ସେଲସିୟସକୁ ଖସିଛି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

୨୦୧୪ ମସିହାରୁ ଶିମିଳିପାଳରେ ତାପମାତ୍ରା ରେକର୍ଡ ହେଉଥିବା ବେଳେ ୧୩ବର୍ଷ ମଧ୍ୟରେ ତାପମାତ୍ରା ବିଯୁକ୍ତକୁ କେବେ ଖସି ନଥିଲା। ଏଥିଯୋଗୁଁ ଉପରବାରହାକାମୁଡା ସଂଲଗ୍ନ ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁହିନର ଆସ୍ତରଣ ଦେଖାଦେଇଛି। ଅପରପକ୍ଷେ, ଏପରି ହାଡ଼ଭଙ୍ଗା ଶୀତର ପ୍ରକୋପ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲ୍ଲାବ୍ୟାପୀ ଦେଖିବାକୁ ମିଳିଛି। ଶୀତର ପ୍ରକୋପରେ ଜିଲ୍ଲାବାସୀ ଅସମ୍ଭାଳ ହୋଇପଡ଼ିଛନ୍ତି। ବିଶେଷକରି, ଗୃହପାଳିତ ପଶୁ ଓ ବନ୍ୟଜନ୍ତୁ ଅସହ୍ୟ ଜାଡ଼ରେ କଲବଲ ହେଉଥିବା ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ତେବେ ଆଜି ଠାରୁ ରାଜ୍ୟରେ କିଛି ପରିମାଣରେ ତାପମାତ୍ରା ବଢିବା ସହ କମିବ ଶୀତ । ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତର ବାହ୍ୟ ବାଦଲ ପ୍ରଭାବରେ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହିତ ତାପମାତ୍ରାରେ ବୃଦ୍ଧି ହେବା ନେଇ ସମ୍ଭାବନା ରହିଛି । ୧୨ ଜାନୁଆରୀ ପରେ ରାଜ୍ୟରେ ପୁଣି ଖସିବ ପାରଦ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର