ଟି-୨୦ ବିଶ୍ୱକପ୍‌ ୨୦୨୬: ଭାରତରେ ଖେଳିବାକୁ ବାଂଲାଦେଶର ମନାକରିବା ପରେ ବଦଳିପାରେ ମ୍ୟାଚର ପୂରା ଖେଳସୂଚୀ

Madhusudan Das Picture
Published On

ନୂଆଦିଲ୍ଲୀ: ବଦଳିବ ଆଗାମୀ ଟି-୨୦ ବିଶ୍ୱକପ୍‌ ମ୍ୟାଚର ପୂରା ଖେଳସୂଚୀ । ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ଯାଉଛି। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଭାରତରେ ମ୍ୟାଚ୍ ଖେଳିବାକୁ ମନା କରିବା ପରେ ଏହି ବଡ଼ ନିଷ୍ପତ୍ତି ନେଇପାରେ ICC । କୋଲକାତା ନାଇଟ୍ ରାଇଡର୍ସ (KKR) ଦଳରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ବାଦ୍ ଦିଆଯିବା ପରେ ବିସିସିଆଇ ଏବଂ ବିସିବି ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ତେବେ ଟି-୨୦ବିଶ୍ୱକପ୍ ୨୦୨୬ ମସିହା ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାର ଥିଲା ଏବଂ ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ମିଶି ଆୟୋଜନ କରିବାକୁ ଯାଉଛନ୍ତି । ହେଲେ ତା ପୂର୍ବରୁ ବାଂଲାଦେଶ ଖେଳାଳି ଆଇପିଏଲରୁ ବାଦ୍ ପଡ଼ିବା ଏବଂ ଏହାକୁ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତରେ ବିଶ୍ୱକପ୍ ଖେଳିବାକୁ ମନା କରିବା ପରେ ବିଶ୍ୱକପର ପୂରା ସିଡ୍ୟୁଲ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି ।

ଆହୁରି ପଢ଼ନ୍ତୁ: 'ଶ୍ରୀମନ୍ଦିର ଉପରେ ବୋମାମାଡ଼ ହେବ', ସୋସିଆଲ ମିଡିଆରେ ଆସିଲା ଧମକପୂର୍ଣ୍ଣ ପୋଷ୍ଟ

ଏହି ବିବାଦର ମୂଳ କାରଣ ହେଉଛି ଆଇପିଏଲ୍ ନିଲାମ ଓ ରାଜନୈତିକ ଉତ୍ତେଜନା। ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି। ଏହି ପରିପ୍ରେକ୍ଷୀରେ BCCI କୋଲକାତା ନାଇଟ୍ ରାଇଡର୍ସକୁ ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା, ଯଦିଓ ଦଳ ତାଙ୍କୁ ନିଲାମରେ ୯.୨୦ କୋଟି ଟଙ୍କାରେ କିଣିଥିଲା। ଔପଚାରିକ ଭାବେ କେକେଆର ତାଙ୍କୁ ଦଳରୁ ବାଦ୍ ଦେବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ ଜରୁରୀକାଳୀନ ବୈଠକ ଡାକି କଡ଼ା ପଦକ୍ଷେପ ନେଇଛି।

ଆହୁରି ପଢ଼ନ୍ତୁ: ପ୍ରୟାଗରାଜରେ ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍

ବାଂଲାଦେଶର ଯୁବ ଓ କ୍ରୀଡ଼ା ଉପଦେଷ୍ଟା ଆସିଫ ନଜରୁଲ ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, "ଆମେ ବାଂଲାଦେଶ କ୍ରିକେଟ୍ ଏବଂ ଦେଶର ଅପମାନ ସହ୍ୟ କରିବୁ ନାହିଁ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଜଣେ ବାଂଲାଦେଶୀ ଖେଳାଳି ଭାରତରେ ସୁରକ୍ଷିତ ନୁହଁନ୍ତି, ତେବେ ପୁରା ଦଳ ସେଠାକୁ ଯିବା ଉଚିତ୍ ନୁହେଁ। ଏହା ସହିତ ବାଂଲାଦେଶରେ ଆଇପିଏଲ୍ ପ୍ରସାରଣ ବନ୍ଦ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା, ୧୮୦୦ ବଦଳରେ ପାଇବେ ୨୫୦୦ ଟଙ୍କା

ଫେବୃଆରୀ ୭ରୁ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବାବେଳେ ହାତରେ ମାତ୍ର ଗୋଟିଏ ମାସ ସମୟ ରହିଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶର ମ୍ୟାଚ୍ କୋଲକାତା ଏବଂ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ହେବାର ଥିଲା। କିନ୍ତୁ ବାଂଲାଦେଶ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାକୁ ଦାବି କରିଛି। ଏଭଳି ପରିସ୍ଥିତିରେ ଆଇସିସି ଚେୟାରମ୍ୟାନ୍ ଜୟ ଶାହାଙ୍କ ନେତୃତ୍ୱରେ ଏକ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଉଛି, ଯାହା ଆୟୋଜକଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp