ମନୋରଞ୍ଜନ
ଓଡ଼ିଶା
ପ୍ରଭାସଙ୍କ ଫିଲ୍ମ ଚାଲିଥିଲା ବେଳେ ଅଶୋକା ସିନେମା ହଲରେ ଲାଗିଲା ନିଆଁ
ରାୟଗଡା: ସିନେମା ହଲ୍ରେ ଲାଗିଲା ନିଆଁ । ରାୟଗଡ଼ା ଅଶୋକ ଟକିଜ୍ ହଲ୍ରେ ଅଗ୍ନିକାଣ୍ଡ । ରାୟଗଡା ସହରର ଅଶୋକା ସିନେମା ହଲରେ ତେଲୁଗୁ ସିନେ ତାରକା ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ସିନେମା 'ରାଜା ସାହେବ୍' ଚାଲିଥିଲା ବେଳେ ଅଘଟଣ । ସିନେମାରେ ପ୍ରଭାସଙ୍କ ଏଣ୍ଟ୍ରି ବେଳେ ସମର୍ଥକମାନେ ସିନେମା ହଲ ପରିସରରେ ନିଆଁ ଲଗାଇ ଆଳତୀ କରୁଥିଲେ । ଏହି ସମୟରେ ହଲରେ ଝୁଲୁଥିବା ପରଦାରେ ନିଆଁ ଲାଗିଯାଇଥିଲା । ଯାହାପରେ ହଠାତ୍ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା । ହଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ନିଆଁ ଲିଭା ଯନ୍ତ୍ରରେ ନିଆଁକୁ ଆୟତ୍ତ କରିଥିଲେ। ଯାହାଦ୍ବାରା ଏକ ବଡ ଦୁର୍ଘଟଣାକୁ ଏଡେଇ ଦିଆଯାଇ ପାରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।





