ସ୍କୁଲ୍‌ରେ ପିଲା ସପ୍ତାହେ ଅନୁପସ୍ଥିତ ରହିଲେ ଘରକୁ ଯିବେ ଶିକ୍ଷକ, ଡିଇଓ ଓ ବିଇଓଙ୍କୁ ଗଣଶିକ୍ଷା ବିଭାଗର ଚିଠି

Madhusudan Das Picture
Published On

ଭୁବନେଶ୍ୱର: ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଗଲେ ଘରକୁ ଯିବେ ଶିକ୍ଷକ । ସପ୍ତାହେ ପିଲା ସ୍କୁଲ୍‌କୁ ନଆସିଲେ ଘରକୁ ଯାଇ କାହିଁକି ପିଲା ଅନୁପସ୍ଥିତ ଅଛନ୍ତି ବୁଝିବେ ସ୍କୁଲ୍ କର୍ତ୍ତୃପକ୍ଷ । ଏନେଇ ସମସ୍ତ ଡିଇଓ ଓ ବିଇଓଙ୍କୁ ଚିଠି ଲେଖିଲା ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ । ବିଶେଷ କରି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ବଢୁଥିବା 'ଡ୍ରପ୍‌ଆଉଟ୍‌' ହାରକୁ କମାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । 

ଆହୁରି ପଢ଼ନ୍ତୁ: ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ

ଯଦି କୌଣସି ପିଲା ସ୍କୁଲକୁ ସପ୍ତାହେ ଧରି ଅଆସନ୍ତି, ତେବେ ଘରକୁ ସ୍କୁଲ କର୍ତ୍ତୃପକ୍ଷ ଯିବେ । କାହିଁକି ସ୍କୁଲ ଆସୁନାହିଁ ପିଲା ? ସ୍କୁଲକୁ ଆସିବାରେ ଅସୁବିଧା କଣ ରହିଛି ? ଏହି ସମସ୍ତ ତଥ୍ୟ ସଂଗ୍ରହ କରିବେ। ବାପା-ପାଆଙ୍କ ସହିତ ଆଲୋଚନା କରିବେ । ପିଲାକୁ ପୁଣି ସ୍କୁଲକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ । ଏହା ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ପାଇଁ କାର୍ଯ୍ୟକାରୀ ବାଧ୍ୟତାମୂଳକ ବୋଲି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି। ସରକାରଙ୍କ ଏହି ପ୍ରୟାସ ଦ୍ୱାରା ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ହେବ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଶିକ୍ଷକମାନେ ନିକଟରୁ ବୁଝିପାରିବେ । ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ପ୍ରତ୍ୟେକ ଶିଶୁକୁ ଶିକ୍ଷାର ଅଧିକାର ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ଦଙ୍ଗା ମାମଲା: ଉମର ଖାଲିଦ ଓ ଶରଜିଲ ଇମାମଙ୍କ ଜାମିନ୍ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp