ସାମାଜିକ ଗଣମାଧ୍ୟମରେ ହଇଚଇ: ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି ଜଣେ ଝିଅ !

Madhusudan Das Picture
Published On

ପାଟନା: ସାମାଜିକ ଗଣମାଧ୍ୟମଗୁଡିକରେ ଏବେ ଏକ ଭିଡିଓ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓରେ ଦାବି କରାଯାଇଛି ଯେ, ଜଣେ ଝିଅ ୧୦, ୨୦, ୩୦ କିମ୍ବା ୫୦ ନୁହେଁ ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି। ଏ ନେଇ ସୂଚନା ମିଳିବା ପରେ ଲୋକେ ସେହି ଝିଅକୁ ଧରିବା ପାଇଁ ପ୍ରୟାସ କରିଥିଲେ। ଏଥିସହ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେହି ଝିଅକୁ ବିହାର ରାଜଧାନୀ ପାଟନାର ବସ ଷ୍ଟାଣ୍ଡରେ ଧରିନିଆଯାଇଛି ବୋଲି କୁହାଯାଉଛି। ଏହାର ଭିଡିଓ ହିଁ ଭାଇରାଲ ହୋଇଛି। 

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ପାଟନାରେ ଏଚ୍‌‌ଆଇଭି ମାମଲା ବୃଦ୍ଧି ପାଇବା ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଥିଲା। ଫଳରେ ଏହି ଖବରକୁ ବେଶ୍‌‌ ଗୁରୁତ୍ୱ ଦିଆଯାଉଛି। ତେବେ ଏହି ଭିଡିଓରେ ଦିଆଯାଇଥିବା ଖବର କେତେ ସତ ବା ମିଛ ସେ ବିଷୟରେ କାହାକୁ ଜଣାନାହିଁ। ଲୋକଙ୍କୁ ଦେଖି ସମ୍ପୃକ୍ତ ଝିଅ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଏହି ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରୟା ଦେଇଛନ୍ତି। ଅବଶ୍ୟ ଏ ନେଇ କୌଣସି ପ୍ରାମାଣିକ ତଥ୍ୟ ମିଳିପାରିନାହିଁ।  ଭିଡିଓରେ ଝିଅଙ୍କ ମୁହଁ କଭର ହୋଇଛି। ସାମାଜିକ ଜଣମାଧ୍ୟମ ଏକ୍ସରେ ଏହି ଭିଡିଓ ବେଶ୍‌‌ ଭାଇରାଲ ହୋଇଛି। ସ୍ଥାନୀୟ ପୁଲିସ ମଧ୍ୟ ଏ ନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ଏହାକୁ ନେଇ ପାଟନାରେ ଚର୍ଚ୍ଚା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଭାରତ ଏବଂ ଚୀନ୍‌କୁ 'ନର୍କ' କହିଲେ ଟ୍ରମ୍ପ! ଜନ୍ମଗତ ନାଗରିକତ୍ୱକୁ ନେଇ କଲେ ବିବାଦୀୟ ପୋଷ୍ଟ

09 Jan 2026 By Madhusudan Das

ସାମାଜିକ ଗଣମାଧ୍ୟମରେ ହଇଚଇ: ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି ଜଣେ ଝିଅ !

ପାଟନା: ସାମାଜିକ ଗଣମାଧ୍ୟମଗୁଡିକରେ ଏବେ ଏକ ଭିଡିଓ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି। ଏହି ଭିଡିଓରେ ଦାବି କରାଯାଇଛି ଯେ, ଜଣେ ଝିଅ ୧୦, ୨୦, ୩୦ କିମ୍ବା ୫୦ ନୁହେଁ ୮୦୦ ଲୋକଙ୍କୁ ଏଚ୍‌‌ଆଇଭି ସଂକ୍ରମିତ କରିଛି। ଏ ନେଇ ସୂଚନା ମିଳିବା ପରେ ଲୋକେ ସେହି ଝିଅକୁ ଧରିବା ପାଇଁ ପ୍ରୟାସ କରିଥିଲେ। ଏଥିସହ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସେହି ଝିଅକୁ ବିହାର ରାଜଧାନୀ ପାଟନାର ବସ ଷ୍ଟାଣ୍ଡରେ ଧରିନିଆଯାଇଛି ବୋଲି କୁହାଯାଉଛି। ଏହାର ଭିଡିଓ ହିଁ ଭାଇରାଲ ହୋଇଛି। 

ପାଟନାରେ ଏଚ୍‌‌ଆଇଭି ମାମଲା ବୃଦ୍ଧି ପାଇବା ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଥିଲା। ଫଳରେ ଏହି ଖବରକୁ ବେଶ୍‌‌ ଗୁରୁତ୍ୱ ଦିଆଯାଉଛି। ତେବେ ଏହି ଭିଡିଓରେ ଦିଆଯାଇଥିବା ଖବର କେତେ ସତ ବା ମିଛ ସେ ବିଷୟରେ କାହାକୁ ଜଣାନାହିଁ। ଲୋକଙ୍କୁ ଦେଖି ସମ୍ପୃକ୍ତ ଝିଅ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଏହି ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରୟା ଦେଇଛନ୍ତି। ଅବଶ୍ୟ ଏ ନେଇ କୌଣସି ପ୍ରାମାଣିକ ତଥ୍ୟ ମିଳିପାରିନାହିଁ।  ଭିଡିଓରେ ଝିଅଙ୍କ ମୁହଁ କଭର ହୋଇଛି। ସାମାଜିକ ଜଣମାଧ୍ୟମ ଏକ୍ସରେ ଏହି ଭିଡିଓ ବେଶ୍‌‌ ଭାଇରାଲ ହୋଇଛି। ସ୍ଥାନୀୟ ପୁଲିସ ମଧ୍ୟ ଏ ନେଇ କୌଣସି ସୂଚନା ଦେଇନାହାନ୍ତି। କିନ୍ତୁ ଏହାକୁ ନେଇ ପାଟନାରେ ଚର୍ଚ୍ଚା ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର