ମନୋରଞ୍ଜନ
ଓଡ଼ିଶା
ରାଉରକେଲାରେ ଚାର୍ଟର ବିମାନ କ୍ରାସ, ପାଇଲଟଙ୍କ ସମେତ ୬ଜଣ ଆହତ
ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣା । ଭୁବନେଶ୍ବରରୁ ରାଉରକେଲା ଯାଉଥିବା ବେଳେ ରଘୁନାଥପାଲିର ଜଲଦା ଏ ବ୍ଳକ ନିକଟରେ ଏକ ପଡ଼ିଆରେ ଦୁର୍ଘଟଣାଗ୍ରସ୍ତ ହେଲା ଇଣ୍ଡିଆ ଓ୍ବାନର ଛୋଟ ଚାର୍ଟର ବିମାନ । ଉଡ଼ାଣ ଭରିବାର ଅଳ୍ପ ସମୟରେ ଘରୋଇ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପାଇଲଟ୍ଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ୯ ସିଟ ବିଶିଷ୍ଟ ବିମାନରେ ପାଇଲଟ ଏବଂ ୬ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ଦୁଇ କ୍ରୁ ମେମ୍ବର ଏବଂ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଉଡାଣ ଭରିବାର ଅଳ୍ପ ସମୟର ଭିତରେ ଇଞ୍ଜିନରେ ସମସ୍ୟା ଯୋଗୁ ଏକ ଜମିରେ ଜରୁରୀ ଅବତରଣ ପାଇଁ ଚେଷ୍ଟା କରିଥିଲେ ପାଇଲଟ୍ । ଆଉ ସେହି ଜରୁରୀ ଅବତରଣ ସମୟରେ ହିଁ ଏଭଳି ଏକ ଅଘଟଣ ଘଟିଥିବା ସୂଚନା ମିଳିଛି ।
ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଏକ ଦୁର୍ଘଟଣା ଘଟିଗଲା ତା'ର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ରାଉରକେଲା ଏସ୍ପି ପହଞ୍ଚି ତଦନ୍ତ କରୁଛନ୍ତି ।





