ଚାଲୁଥିବା ବେଳେ ମଝି ରାସ୍ତାରେ ଜଳିଗଲା 'ଆମ ବସ୍', ସମସ୍ତ ଯାତ୍ରୀ ସୁରକ୍ଷିତ

Madhusudan Das Picture
Published On

ଭୁବନେଶ୍ୱର: ମଝି ରାସ୍ତାରେ ଜଳିଗଲା ଆମ ବସ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ଚାଲୁଥିବା ବେଳେ ବସ୍‌ରୁ ହଠାତ ଧୂଆଁ ବାହାରିଥିଲା । ଧୂଆଁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ସମସ୍ତ ଯାତ୍ରୀ । ଗାଡ଼ିରୁ ବାହାରିବା ପରେ ହୁ ହୁ ହୋଇ ଜଳିଗଲା ବସ୍‌ । ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭଗବାନଙ୍କ କୃପାରୁ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆଜି ଭୋରୁ ଭୋରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସାର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

10 Jan 2026 By Madhusudan Das

ଚାଲୁଥିବା ବେଳେ ମଝି ରାସ୍ତାରେ ଜଳିଗଲା 'ଆମ ବସ୍', ସମସ୍ତ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ମଝି ରାସ୍ତାରେ ଜଳିଗଲା ଆମ ବସ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ଚାଲୁଥିବା ବେଳେ ବସ୍‌ରୁ ହଠାତ ଧୂଆଁ ବାହାରିଥିଲା । ଧୂଆଁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ସମସ୍ତ ଯାତ୍ରୀ । ଗାଡ଼ିରୁ ବାହାରିବା ପରେ ହୁ ହୁ ହୋଇ ଜଳିଗଲା ବସ୍‌ । ଅଗ୍ନିଶମ ଟିମ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭଗବାନଙ୍କ କୃପାରୁ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । 

ଆଜି ଭୋରୁ ଭୋରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସାର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

https://www.thesakala.in/latest-odisha-news/ama-bus-caught-fire-on-road-in-bhubaneswar/article-44016
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର