ମନୋରଞ୍ଜନ
ଓଡ଼ିଶା
ଚାଲୁଥିବା ବେଳେ ମଝି ରାସ୍ତାରେ ଜଳିଗଲା 'ଆମ ବସ୍', ସମସ୍ତ ଯାତ୍ରୀ ସୁରକ୍ଷିତ
ଭୁବନେଶ୍ୱର: ମଝି ରାସ୍ତାରେ ଜଳିଗଲା ଆମ ବସ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ହୁତୁହୁତୁ ହୋଇ ଜଳିଗଲା ଆମ ବସ୍ । ଚାଲୁଥିବା ବେଳେ ବସ୍ରୁ ହଠାତ ଧୂଆଁ ବାହାରିଥିଲା । ଧୂଆଁ ଦେଖି ଗାଡ଼ିରୁ ଓହ୍ଲାଇ ପଡ଼ିଲେ ସମସ୍ତ ଯାତ୍ରୀ । ଗାଡ଼ିରୁ ବାହାରିବା ପରେ ହୁ ହୁ ହୋଇ ଜଳିଗଲା ବସ୍ । ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଭଗବାନଙ୍କ କୃପାରୁ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ସର୍ଟିସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ: ନିଲମ୍ବିତ ହେଲେ କଟକ CRRI ଥାନା ଅଧିକାରୀ ବିଜୟ ବାରିକ, ଲାଞ୍ଚ କାରବାରରେ ସମ୍ପୃକ୍ତି ପରେ କାର୍ଯ୍ୟାନୁଷ୍ଠାନ
ଆଜି ଭୋରୁ ଭୋରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସାର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।





