ବିଦେଶରେ ଲୁଚିଛନ୍ତି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର, ୨୮ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି ଏନ୍‌ଆଇଏ

The Sakala Picture
Published On

ନୂଆଦିଲ୍ଲୀ:ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିଦେଶରେ ଲୁଚି ରହିଛନ୍ତି। ଏମାନେ ବିଦେଶରୁ ଭାରତର ବିରୋଧୀ କାର୍ଯ୍ୟକଳାପ ଚଲାଇଛନ୍ତି। ନିଜ ଗ୍ୟାଙ୍ଗ ମାଧ୍ୟମରେ ଦେଶରେ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ଚାନ୍ଦା ଆଦାୟ କାମ କରୁଛନ୍ତି। ଭାରତ ବିରୋଧୀଙ୍କ ଗଡ଼ ପାଲଟି ଥିବା କାନାଡାରେ ସର୍ବାଧିକ ୯ ଗ୍ୟାଙ୍ଗଷ୍ଟର ଅଛନ୍ତି। ଆମେରିକାରେ ମଧ୍ୟ ୫ ଜଣ ରହିଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଏଭଳି ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାର ଶୀର୍ଷରେ ପଞ୍ଜାବୀ […]

ନୂଆଦିଲ୍ଲୀ:ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିଦେଶରେ ଲୁଚି ରହିଛନ୍ତି। ଏମାନେ ବିଦେଶରୁ ଭାରତର ବିରୋଧୀ କାର୍ଯ୍ୟକଳାପ ଚଲାଇଛନ୍ତି। ନିଜ ଗ୍ୟାଙ୍ଗ ମାଧ୍ୟମରେ ଦେଶରେ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ଚାନ୍ଦା ଆଦାୟ କାମ କରୁଛନ୍ତି। ଭାରତ ବିରୋଧୀଙ୍କ ଗଡ଼ ପାଲଟି ଥିବା କାନାଡାରେ ସର୍ବାଧିକ ୯ ଗ୍ୟାଙ୍ଗଷ୍ଟର ଅଛନ୍ତି। ଆମେରିକାରେ ମଧ୍ୟ ୫ ଜଣ ରହିଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଏଭଳି ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାର ଶୀର୍ଷରେ ପଞ୍ଜାବୀ ଗୀତିକାର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ସାମିଲ ରହିଛି। ପଞ୍ଜାବ ଏବଂ ରାଜସ୍ଥାନରେ ରହ କିଛି ଗ୍ୟାଙ୍ଗଷ୍ଟର ମଧ୍ୟରେ ଏଥିରେ ସାମିଲ ଅଛନ୍ତି। ସେମାନେ ଲରେନ୍ସ ଏବଂ ବବିହା ଗ୍ୟାଙ୍ଗରେ ଜଡ଼ିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଏନ୍‌ଆଇଏ ଅନୁଯାୟୀ, ଏହି ଗ୍ୟାଙ୍ଗଷ୍ଟର ଦେଶରେ ଅପରାଧ କରିବା ପରେ ଜାଲ୍‌ ପାସ୍‌ପୋର୍ଟ ବନାଇ ବିଦେଶ ପଳାଇ ଥିଲେ। ଗୋଲ୍ଡି ବରାଡ ଆମେରିକାରେ ଲୁଚି ରହିଛି। ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ)କୁ ଚଲାଉ ଥିବା ଲଖବୀର ସିଂହ ଓରଫ ଲଣ୍ଡା ସହ ବରାଡର ସମ୍ପର୍କ ରହିଛି। ଲଣ୍ଡା ବିରୋଧରେ ମୋହାଲି ଏବଂ ତରନତାରନରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ ଆକ୍ରମଣ କରିବାର ଅଭିଯୋଗ ରହିଛି। ଏହି ତାଲିକାରେ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲ ଏବଂ ଭଣଜା ସଚ୍ଚିନ ଥାପନ ମଧ୍ୟ ସାମିଲ ଅଛି। ଅନମୋଲ ଆମେରିକାରେ ଏବଂ ଥାପନ ଅଜରବୈଜାନରେ ଲୁଚିଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅବରୋଧ: ଆସନ୍ତା ସପ୍ତାହରେ ହେଡ୍ସ ଅଫ୍ ମିଶନ୍ ସମ୍ମିଳନୀରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଅନମୋଲ ଆମେରିକାରୁ ନିଜ ଗ୍ୟାଙ୍ଗ ମାଧ୍ୟମରେ ଆପରାଧିକ ଷଡ଼ଯନ୍ତ୍ର କରି ଫିଲ୍ମ ଷ୍ଟାର, ଗୀତିକାର ଏବଂ ବ୍ୟବସାୟୀଙ୍କୁ ନିଶାଣ କରୁଛି। ପାକିସ୍ତାନ ସହ ମଧ୍ୟ ତାର ସମ୍ବନ୍ଧ ରହିଛି। କିଛି ଦିନ ତଳେ ଅନମୋଲକୁ ଦୁବାଇ ଏବଂ ସଚିନକୁ ଅଜରବୈଜାନରେ ଅଟକ ରଖାଯାଇଥିବା ଖବର ସାମ୍‌ନାକୁ ଆସିଥିଲା। ଏନଆଇଏର ଏହି ତାଲିକାରେ ବବିହା ଗ୍ୟାଙ୍ଗର ଲକି ପଟିଆଲା ମଧ୍ୟ ରହିଛି। ସେ ଆର୍ମିନିଆରେ ଲୁଚିଛି। ସାର୍ପସୁଟର ଦବିନ୍ଦର ବବିହାର ଏନକାଉଣ୍ଟର ପରେ ଲକି ପଟିୟାଲ ଏବଂ ସୁଖପ୍ରୀତ ବୁଢା ଏହି ଗ୍ୟାଙ୍ଗ ଚଲାଉଛି। ସୁଖପ୍ରୀତ ଏବେ ଜେଲ୍‌ରେ ରହିଛି। ଏହି ତାଲିକାରେ ପାକିସ୍ତାନରେ ଥିବା ଆତଙ୍କବାଦୀ ହରବିନ୍ଦର ରିନ୍ଦାର ନାମ ମଧ୍ୟ ରହିଛି। କିଛି ଦିନ ତଳେ ରିନ୍ଦାର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ସେହିପରି ଗୋଲ୍ଡି ବରାଡକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌କୁ ସମାଲୋଚନା କରାଯାଉଛି। ବରାଡକୁ ଆମେରିକାରେ ଚିହ୍ନଟ କରାଯାଇଥିବା କୁହାଯାଇଥିଲା। ଏହି ଗ୍ୟାଙ୍ଗଷ୍ଟରକୁ ଦେଶକୁ ଆଣିବା ପାଇଁ ଅନ୍ୟ ଦେଶ ସହ ପ୍ରତ୍ୟର୍ପଣ ଚୁକ୍ତି କରିବାକୁ ପଡିଥାଏ। ୧୪ ଦେଶରେ ଏହି ୨୮ ଗ୍ୟାଙ୍ଗଷ୍ଟର ଲୁଚି ରହିଛନ୍ତି। ଏଥିରୁ ୨ ରାଷ୍ଟ୍ର ପାକିସ୍ତାନ ଏବଂ ଆର୍ମେନିଆ ସହ ଭାରତ ଚୁକ୍ତି କରିନାହିଁ। ଅନ୍ୟ ୧୨ ଦେଶ ଆମେରିକା, କାନାଡା, ୟୁଏଇ, ୟୁରୋପ, ଅଜରବୈଜାନ, ମାଲେସିଆ, ବ୍ରାଜିଲ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ହଂକଂ ସହିତ ଚୁକ୍ତି ରହିଛି। ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରୁ ହରଜୋତ ସିଂହ ଗିଲ, ଦରମନଜିତ ସିଂହ, ଅମୃତ ବଲ୍‌ ଆମେରିକାରେ, ସୁଖଦୁଲ ସିଂହ, ଗୁରପିନ୍ଦର ସିଂହ, ସତବୀର ସିଂହ, ସନୋୱର ସିଂହ, ଅର୍ଶଦୀପ ସିଂହ, ଚରନଜିତ ସିଂହ, ରାମଦୀପ ସିଂହ, ଗଗନଦୀପ ସିଂହ କାନାଡାରେ ରହିଛି।

ଆହୁରି ପଢ଼ନ୍ତୁ: ଆମ୍ ଆଦମୀ ପାର୍ଟିକୁ ଶକ୍ତ ଝଟକା: ବିଜେପିରେ ସାମିଲ ହେଲେ ଆପ୍‌ର ୭ ରାଜ୍ୟସଭା ସାଂସଦ

04 Apr 2023 By The Sakala

ବିଦେଶରେ ଲୁଚିଛନ୍ତି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର, ୨୮ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି ଏନ୍‌ଆଇଏ

ନୂଆଦିଲ୍ଲୀ:ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବିଦେଶରେ ଲୁଚି ରହିଛନ୍ତି। ଏମାନେ ବିଦେଶରୁ ଭାରତର ବିରୋଧୀ କାର୍ଯ୍ୟକଳାପ ଚଲାଇଛନ୍ତି। ନିଜ ଗ୍ୟାଙ୍ଗ ମାଧ୍ୟମରେ ଦେଶରେ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ଚାନ୍ଦା ଆଦାୟ କାମ କରୁଛନ୍ତି। ଭାରତ ବିରୋଧୀଙ୍କ ଗଡ଼ ପାଲଟି ଥିବା କାନାଡାରେ ସର୍ବାଧିକ ୯ ଗ୍ୟାଙ୍ଗଷ୍ଟର ଅଛନ୍ତି। ଆମେରିକାରେ ମଧ୍ୟ ୫ ଜଣ ରହିଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଏଭଳି ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାର ଶୀର୍ଷରେ ପଞ୍ଜାବୀ ଗୀତିକାର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ସାମିଲ ରହିଛି। ପଞ୍ଜାବ ଏବଂ ରାଜସ୍ଥାନରେ ରହ କିଛି ଗ୍ୟାଙ୍ଗଷ୍ଟର ମଧ୍ୟରେ ଏଥିରେ ସାମିଲ ଅଛନ୍ତି। ସେମାନେ ଲରେନ୍ସ ଏବଂ ବବିହା ଗ୍ୟାଙ୍ଗରେ ଜଡ଼ିତ ରହିଛନ୍ତି।

ଏନ୍‌ଆଇଏ ଅନୁଯାୟୀ, ଏହି ଗ୍ୟାଙ୍ଗଷ୍ଟର ଦେଶରେ ଅପରାଧ କରିବା ପରେ ଜାଲ୍‌ ପାସ୍‌ପୋର୍ଟ ବନାଇ ବିଦେଶ ପଳାଇ ଥିଲେ। ଗୋଲ୍ଡି ବରାଡ ଆମେରିକାରେ ଲୁଚି ରହିଛି। ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ)କୁ ଚଲାଉ ଥିବା ଲଖବୀର ସିଂହ ଓରଫ ଲଣ୍ଡା ସହ ବରାଡର ସମ୍ପର୍କ ରହିଛି। ଲଣ୍ଡା ବିରୋଧରେ ମୋହାଲି ଏବଂ ତରନତାରନରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ ଆକ୍ରମଣ କରିବାର ଅଭିଯୋଗ ରହିଛି। ଏହି ତାଲିକାରେ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲ ଏବଂ ଭଣଜା ସଚ୍ଚିନ ଥାପନ ମଧ୍ୟ ସାମିଲ ଅଛି। ଅନମୋଲ ଆମେରିକାରେ ଏବଂ ଥାପନ ଅଜରବୈଜାନରେ ଲୁଚିଛି।

ଅନମୋଲ ଆମେରିକାରୁ ନିଜ ଗ୍ୟାଙ୍ଗ ମାଧ୍ୟମରେ ଆପରାଧିକ ଷଡ଼ଯନ୍ତ୍ର କରି ଫିଲ୍ମ ଷ୍ଟାର, ଗୀତିକାର ଏବଂ ବ୍ୟବସାୟୀଙ୍କୁ ନିଶାଣ କରୁଛି। ପାକିସ୍ତାନ ସହ ମଧ୍ୟ ତାର ସମ୍ବନ୍ଧ ରହିଛି। କିଛି ଦିନ ତଳେ ଅନମୋଲକୁ ଦୁବାଇ ଏବଂ ସଚିନକୁ ଅଜରବୈଜାନରେ ଅଟକ ରଖାଯାଇଥିବା ଖବର ସାମ୍‌ନାକୁ ଆସିଥିଲା। ଏନଆଇଏର ଏହି ତାଲିକାରେ ବବିହା ଗ୍ୟାଙ୍ଗର ଲକି ପଟିଆଲା ମଧ୍ୟ ରହିଛି। ସେ ଆର୍ମିନିଆରେ ଲୁଚିଛି। ସାର୍ପସୁଟର ଦବିନ୍ଦର ବବିହାର ଏନକାଉଣ୍ଟର ପରେ ଲକି ପଟିୟାଲ ଏବଂ ସୁଖପ୍ରୀତ ବୁଢା ଏହି ଗ୍ୟାଙ୍ଗ ଚଲାଉଛି। ସୁଖପ୍ରୀତ ଏବେ ଜେଲ୍‌ରେ ରହିଛି। ଏହି ତାଲିକାରେ ପାକିସ୍ତାନରେ ଥିବା ଆତଙ୍କବାଦୀ ହରବିନ୍ଦର ରିନ୍ଦାର ନାମ ମଧ୍ୟ ରହିଛି। କିଛି ଦିନ ତଳେ ରିନ୍ଦାର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ସେହିପରି ଗୋଲ୍ଡି ବରାଡକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌କୁ ସମାଲୋଚନା କରାଯାଉଛି। ବରାଡକୁ ଆମେରିକାରେ ଚିହ୍ନଟ କରାଯାଇଥିବା କୁହାଯାଇଥିଲା। ଏହି ଗ୍ୟାଙ୍ଗଷ୍ଟରକୁ ଦେଶକୁ ଆଣିବା ପାଇଁ ଅନ୍ୟ ଦେଶ ସହ ପ୍ରତ୍ୟର୍ପଣ ଚୁକ୍ତି କରିବାକୁ ପଡିଥାଏ। ୧୪ ଦେଶରେ ଏହି ୨୮ ଗ୍ୟାଙ୍ଗଷ୍ଟର ଲୁଚି ରହିଛନ୍ତି। ଏଥିରୁ ୨ ରାଷ୍ଟ୍ର ପାକିସ୍ତାନ ଏବଂ ଆର୍ମେନିଆ ସହ ଭାରତ ଚୁକ୍ତି କରିନାହିଁ। ଅନ୍ୟ ୧୨ ଦେଶ ଆମେରିକା, କାନାଡା, ୟୁଏଇ, ୟୁରୋପ, ଅଜରବୈଜାନ, ମାଲେସିଆ, ବ୍ରାଜିଲ, ଇଣ୍ଡୋନେସିଆ, ଫିଲିପାଇନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ହଂକଂ ସହିତ ଚୁକ୍ତି ରହିଛି। ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରୁ ହରଜୋତ ସିଂହ ଗିଲ, ଦରମନଜିତ ସିଂହ, ଅମୃତ ବଲ୍‌ ଆମେରିକାରେ, ସୁଖଦୁଲ ସିଂହ, ଗୁରପିନ୍ଦର ସିଂହ, ସତବୀର ସିଂହ, ସନୋୱର ସିଂହ, ଅର୍ଶଦୀପ ସିଂହ, ଚରନଜିତ ସିଂହ, ରାମଦୀପ ସିଂହ, ଗଗନଦୀପ ସିଂହ କାନାଡାରେ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର