କଟକ ବାଲିଯାତ୍ରାରେ ବଡ ଅଘଟଣ: ଦୋଳିରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

Madhusudan Das Picture
Published On

କଟକ: କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ବଡ ଅଘଟଣ । କଟକ ଇନ୍‌ କଟକ ନିକଟରେ ଦୋଳିରେ ଝୁଲୁଥିବା ସମୟରେ ଜଣେ ଯୁବକ ତଳକୁ ଖସିପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। କଟକ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୋଳିର ସୁରକ୍ଷା ବ୍ୟବସ୍ଥା ଏବଂ ଯୁବକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି। ଏହି ଘଟଣା ପରେ ସମଗ୍ର ବାଲିଯାତ୍ରା ପଡ଼ିଆରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ସମ୍ୱଲପୁରରେ ଛାତିଥରା ସଡକ ଦୁର୍ଘଟଣା: ରାସ୍ତା ପାର୍‌ ହେଉଥିବାବେଳେ ଅଜଣା ଗାଡ଼ି ଧକ୍କାରେ ଅଜା ଓ ନାତି ମୃତ

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବାଲିଯାତ୍ରା ପଡ଼ିଆରେ ଥିବା ଏକ ଦୋଳିରେ ଉକ୍ତ ଯୁବକ ଜଣକ ଝୁଲୁଥିଲେ। ଦୋଳି ଚାଲୁଥିବା ସମୟରେ ସେ ଗୋଟିଏ ସିଟ୍‌ରୁ ଅନ୍ୟ ସିଟ୍‌କୁ ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କର ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ସେ ସିଧା ତଳକୁ ଖସିପଡ଼ିଥିଲେ। 

ଆହୁରି ପଢ଼ନ୍ତୁ: କୁହୁଡି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୫ ଗୁରୁତର

ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବାଲିଯାତ୍ରା ପଡ଼ିଆରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। କାନ ଏବଂ ନାକରୁ ପ୍ରବଳ ରକ୍ତସ୍ରାବ ହେଉଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ହୋଇପଡ଼ିଥିଲା। ପରେ ତାଙ୍କୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ (SCB Medical College and Hospital) କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଆହୁରି ପଢ଼ନ୍ତୁ: ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତକ୍ଷୟୀ ସଂଘର୍ଷ: ଜଣଙ୍କର ମୃତ୍ୟୁ, ୨୦ରୁ ଅଧିକ ଆହତ

ବାଲିଯାତ୍ରା ଭଳି ଜନଗହଳିପୂର୍ଣ୍ଣ ମେଳାରେ ଏଭଳି ଅଘଟଣ ଦର୍ଶକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି । ପ୍ରତିଦିନ ହଜାର ହଜାର ଲୋକ ମେଳା ବୁଲିବାକୁ ଆସୁଥିବା ବେଳେ ଦୋଳିର ସୁରକ୍ଷା ଯାଞ୍ଚ ଓ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଛି କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର