ଜାଭିୟର କର୍ତ୍ତୃପକ୍ଷଙ୍କ ମନମାନୀ ଅଭିଯୋଗ : ସ୍କୁଲ୍‍ ଘେରାଉ, ରାସ୍ତା ଅବରୋଧ

The Sakala Picture
Published On

ନନ୍ଦନକାନନ : ପଟିଆସ୍ଥିତ ସେଣ୍ଟ ଜାଭିୟର ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନେ ମିଶି ସିବିଏସି ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେହି ଶିକ୍ଷା ଅନୁଷ୍ଠାନରେ ଦ୍ୱାଦଶରେ ନାମ ଲେଖାଇବାକୁ ବାଧ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଉକ୍ତ ସ୍କୁଲରେ ପାଠ ପଢ଼଼ିବାକୁ ମନା କରିବାରୁ ଜାଣିଶୁଣି ସେମାନଙ୍କୁ ଅନ୍ୟ ଛାତ୍ରଙ୍କ ଠାରୁ କମ୍‍ ମାର୍କ ଦିଆ ଯାଇଥିବା ଅଭିଯୋଗରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆଜି ସ୍କୁଲକୁ ଘେରାଉ କରିବା ସହ ନନ୍ଦନକାନନ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। […]

ନନ୍ଦନକାନନ : ପଟିଆସ୍ଥିତ ସେଣ୍ଟ ଜାଭିୟର ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନେ ମିଶି ସିବିଏସି ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେହି ଶିକ୍ଷା ଅନୁଷ୍ଠାନରେ ଦ୍ୱାଦଶରେ ନାମ ଲେଖାଇବାକୁ ବାଧ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଉକ୍ତ ସ୍କୁଲରେ ପାଠ ପଢ଼଼ିବାକୁ ମନା କରିବାରୁ ଜାଣିଶୁଣି ସେମାନଙ୍କୁ ଅନ୍ୟ ଛାତ୍ରଙ୍କ ଠାରୁ କମ୍‍ ମାର୍କ ଦିଆ ଯାଇଥିବା ଅଭିଯୋଗରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆଜି ସ୍କୁଲକୁ ଘେରାଉ କରିବା ସହ ନନ୍ଦନକାନନ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ପରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ଅଭିଭାବକମାନେ ଥାନାର ଦ୍ୱାରସ୍ଥ ହୋଇ ଏନେଇ ଅଭିଯୋଗ କରିଛନ୍ତି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାଇ ସେଣ୍ଟ ଜାଭିୟର ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନେ ମିଶି ଏହି ସ୍କୁଲରେ ପଢ଼ୁଥିବା କେତେକ ପିଲାଙ୍କ ଅଭିଭାବକମାନଙ୍କୁ ଗତ ୪ ମାସ ପୁର୍ବେ କରୋନା ସମୟରେ ଡାକି ସେମାନଙ୍କ ପିଲାମାନଙ୍କୁ ତାଙ୍କ ସ୍କୁଲର ଦ୍ୱାଦଶ ଶ୍ରେଣୀରେ ପଢ଼଼ାଇବାକୁ କହିଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

ସେଥିପାଇଁ ସ୍କୁଲ ତରଫରୁ ପ୍ରତି ପିଲାଙ୍କୁ ୯୫%ରୁ ଊର୍ଦ୍ଧ୍ବ ମାର୍କ ଦେବାକୁ କୁହାଯାଇଥିଲା। ଏପରିକି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ କପି ଯୋଗାଇ ଦିଆଯିବାକୁ କୁହାଯାଇଥିଲା। ମଙ୍ଗଳବାର ଅଭିଯୋଗ କରିବାକୁ ଆସିିଥିବା ଅଭିଭାବକମାନେ ଉକ୍ତ ସ୍କୁଲରେ ତାଙ୍କ ପିଲାଙ୍କୁ ଦ୍ୱାଦଶ ଶ୍ରେଣୀରେ ପଢ଼ାଇବାକୁ ମନା କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କ ପିଲାଙ୍କୁ ୫୦%ରୁ ୬୦% ନମ୍ବର ଦେଇଥିବା ସ୍ଥଳରେ ଅନ୍ୟ ପିଲାଙ୍କୁ ୯୦% ରୁ ଅଧିକ ନମ୍ବର ଦେଇଛନ୍ତି। ସ୍କୁଲର ପକ୍ଷପାତିତାକୁ ନେଇ ଅଭିଭାବକ ମାନେ ଆଜି ସ୍କୁଲ ପରିସରକୁ ଅଧ୍ୟକ୍ଷଙ୍କ ସହ ଅଧ୍ୟକ୍ଷଙ୍କୁ ଦେଖା କରିବାକୁ ଆସିଥିଲେ। କିନ୍ତୁ ସ୍କୁଲର କୈାଣସି ଅଧିକାରୀ ସେମାନଙ୍କୁ ଦେଖା ଦେଇ ନ ଥିଲେ। ଫଳରେ ଆସିିଥିବା ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ମିଶି ସ୍କୁଲକୁ ଘେରାଉ କରିଥିଲେ। ପରେ ସେମାନେ ଜୟଦେବ ବିହାର-ନନ୍ଦନ କାନନ ମୁଖ୍ୟ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଥାନାକୁ ଆସିବାକୁ କହିଥିଲା।

ଆହୁରି ପଢ଼ନ୍ତୁ: ପତ୍ନୀ ଓ ଶାଳକ ଲଗାଇଦେଇଥିଲେ ନିଆଁ ! ଏମ୍ସରେ କନଷ୍ଟେବଳ ଆଶୁତୋଷ ମୃଦୁଙ୍ଗିଆଙ୍କ ପରଲୋକ, ସିବିଆଇ ତଦନ୍ତ ଦାବି

04 Aug 2021 By The Sakala

ଜାଭିୟର କର୍ତ୍ତୃପକ୍ଷଙ୍କ ମନମାନୀ ଅଭିଯୋଗ : ସ୍କୁଲ୍‍ ଘେରାଉ, ରାସ୍ତା ଅବରୋଧ

ନନ୍ଦନକାନନ : ପଟିଆସ୍ଥିତ ସେଣ୍ଟ ଜାଭିୟର ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନେ ମିଶି ସିବିଏସି ଦଶମରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେହି ଶିକ୍ଷା ଅନୁଷ୍ଠାନରେ ଦ୍ୱାଦଶରେ ନାମ ଲେଖାଇବାକୁ ବାଧ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଉକ୍ତ ସ୍କୁଲରେ ପାଠ ପଢ଼଼ିବାକୁ ମନା କରିବାରୁ ଜାଣିଶୁଣି ସେମାନଙ୍କୁ ଅନ୍ୟ ଛାତ୍ରଙ୍କ ଠାରୁ କମ୍‍ ମାର୍କ ଦିଆ ଯାଇଥିବା ଅଭିଯୋଗରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଆଜି ସ୍କୁଲକୁ ଘେରାଉ କରିବା ସହ ନନ୍ଦନକାନନ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ପରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ଅଭିଭାବକମାନେ ଥାନାର ଦ୍ୱାରସ୍ଥ ହୋଇ ଏନେଇ ଅଭିଯୋଗ କରିଛନ୍ତି। ଅଭିଭାବକମାନଙ୍କ ଅଭିଯୋଗ ଅନୁଯାଇ ସେଣ୍ଟ ଜାଭିୟର ସ୍କୁଲର ଅଧ୍ୟକ୍ଷ ଓ ଅନ୍ୟ କର୍ମଚାରୀମାନେ ମିଶି ଏହି ସ୍କୁଲରେ ପଢ଼ୁଥିବା କେତେକ ପିଲାଙ୍କ ଅଭିଭାବକମାନଙ୍କୁ ଗତ ୪ ମାସ ପୁର୍ବେ କରୋନା ସମୟରେ ଡାକି ସେମାନଙ୍କ ପିଲାମାନଙ୍କୁ ତାଙ୍କ ସ୍କୁଲର ଦ୍ୱାଦଶ ଶ୍ରେଣୀରେ ପଢ଼଼ାଇବାକୁ କହିଥିଲେ।

ସେଥିପାଇଁ ସ୍କୁଲ ତରଫରୁ ପ୍ରତି ପିଲାଙ୍କୁ ୯୫%ରୁ ଊର୍ଦ୍ଧ୍ବ ମାର୍କ ଦେବାକୁ କୁହାଯାଇଥିଲା। ଏପରିକି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷାରେ କପି ଯୋଗାଇ ଦିଆଯିବାକୁ କୁହାଯାଇଥିଲା। ମଙ୍ଗଳବାର ଅଭିଯୋଗ କରିବାକୁ ଆସିିଥିବା ଅଭିଭାବକମାନେ ଉକ୍ତ ସ୍କୁଲରେ ତାଙ୍କ ପିଲାଙ୍କୁ ଦ୍ୱାଦଶ ଶ୍ରେଣୀରେ ପଢ଼ାଇବାକୁ ମନା କରିବାରୁ ସ୍କୁଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କ ପିଲାଙ୍କୁ ୫୦%ରୁ ୬୦% ନମ୍ବର ଦେଇଥିବା ସ୍ଥଳରେ ଅନ୍ୟ ପିଲାଙ୍କୁ ୯୦% ରୁ ଅଧିକ ନମ୍ବର ଦେଇଛନ୍ତି। ସ୍କୁଲର ପକ୍ଷପାତିତାକୁ ନେଇ ଅଭିଭାବକ ମାନେ ଆଜି ସ୍କୁଲ ପରିସରକୁ ଅଧ୍ୟକ୍ଷଙ୍କ ସହ ଅଧ୍ୟକ୍ଷଙ୍କୁ ଦେଖା କରିବାକୁ ଆସିଥିଲେ। କିନ୍ତୁ ସ୍କୁଲର କୈାଣସି ଅଧିକାରୀ ସେମାନଙ୍କୁ ଦେଖା ଦେଇ ନ ଥିଲେ। ଫଳରେ ଆସିିଥିବା ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ମିଶି ସ୍କୁଲକୁ ଘେରାଉ କରିଥିଲେ। ପରେ ସେମାନେ ଜୟଦେବ ବିହାର-ନନ୍ଦନ କାନନ ମୁଖ୍ୟ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଥାନାକୁ ଆସିବାକୁ କହିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର