ସମ୍ଭଲରେ ବ୍ଲାଇଣ୍ଡ୍ ରେପ୍ କେସ୍‌ର ପର୍ଦ୍ଦାଫାଶ କଲା ପୋଲିସ କୁକୁର 'ମେରୀ', ମିଳିଲା ୧୦ ହଜାର ଟଙ୍କା ପୁରସ୍କାର

Suryakanta Picture
Published On

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଏକ ୬ ବର୍ଷର ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ଘଟଣାର ସଫଳ ପର୍ଦ୍ଦାଫାଶ କରିଛି ପୋଲିସ ବିଭାଗର ଟ୍ରେଣ୍ଡ୍ କୁକୁର 'ମେରୀ'। ସିସିଟିଭି ଫୁଟେଜ୍ କିମ୍ବା କୌଣସି ସାକ୍ଷୀ ନଥିବା ଏହି ବ୍ଲାଇଣ୍ଡ୍ କେସ୍‌କୁ ସମାଧାନ କରିବାରେ ପୋଲିସ ଆରମ୍ଭରୁ ନାକେଦମ୍ ହେଉଥିଲା। ତେବେ ଘଟଣାସ୍ଥଳରୁ ମିଳିଥିବା କେବଳ ଗୋଟିଏ ଗାମୁଛା ଶୁଙ୍ଘି ଅଭିଯୁକ୍ତକୁ ଧରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ସ୍ୱତନ୍ତ୍ର ପୋଲିସ ସ୍ନିଫର୍ କୁକୁରକୁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

କିପରି ଘଟିଥିଲା ଘଟଣା?

ଗତ ଜୁନ୍ ୧୮ ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ବବ୍ରାଲା ଥାନା ଅଞ୍ଚଳର ଜଣେ ୬ ବର୍ଷର ନାବାଳିକା ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଘର ଠାରୁ ପ୍ରାୟ ୨୦୦ ରୁ ୩୦୦ ମିଟର ଦୂରରେ ଥିବା ଏକ ପୋଖରୀ ନିକଟ ବୁଦା ମୂଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ପୋକ୍ସୋ (POCSO) ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ଗାମୁଛା ଶୁଙ୍ଘି ଅଭିଯୁକ୍ତ ପାଖରେ ପହଞ୍ଚିଲା 'ମେରୀ'

ଘଟଣାର କୌଣସି ପ୍ରତ୍ୟକ୍ଷଦର୍ଶୀ କିମ୍ବା ସିସିଟିଭି ଫୁଟେଜ୍ ନଥିବାରୁ ପୋଲିସକୁ କୌଣସି ସୁରାକ୍ ମିଳୁନଥିଲା। ଘଟଣାସ୍ଥଳରୁ ଫରେନ୍ସିକ୍ ଟିମ୍ କେବଳ ଗୋଟିଏ ଗାମୁଛା ଜବତ କରିଥିଲା। ପରେ ସମ୍ଭଲର ଏସ୍‌ପି କୃଷ୍ଣ କୁମାର ବିଷ୍ଣୋଇ ତଦନ୍ତ ପାଇଁ ଡଗ୍ ସ୍କ୍ୱାଡ୍‌ର ସାହାଯ୍ୟ ନେଇଥିଲେ। ଗୋଲ୍ଡ ମେଡାଲିଷ୍ଟ୍ ସ୍ନିଫର୍ ଡଗ୍ 'ମେରୀ' ଉକ୍ତ ଗାମୁଛାକୁ ଶୁଙ୍ଘିବା ପରେ କ୍ଷେତ ଏବଂ ଜଙ୍ଗଲ ଦେଇ ସିଧାସଳଖ ଅଭିଯୁକ୍ତ ସନ୍ଦୀପର ଘରେ ଯାଇ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ଅଭିଯୁକ୍ତ ଗିରଫ ଏବଂ 'ମେରୀ'କୁ ପୁରସ୍କାର

ମେରୀର ସାହାଯ୍ୟରେ ପୋଲିସ ଅଭିଯୁକ୍ତ ସନ୍ଦୀପ ବିଷୟରେ ସୁରାକ୍ ପାଇଥିଲା ଏବଂ ପରେ ତାଙ୍କୁ ଏନ୍‌କାଉଣ୍ଟର ପରେ ଗିରଫ କରିବାରେ ସଫଳ ହୋଇଥିଲା। ଏହି ଜଟିଳ ମାମଲାର ସମାଧାନ କରିବାରେ ପୋଲିସ କୁକୁର ମେରୀର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଏସ୍‌ପି କୃଷ୍ଣ କୁମାର ବିଷ୍ଣୋଇ ତାଙ୍କୁ ୧୦,୦୦୦ ଟଙ୍କା ନଗଦ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର