ଇଟାଲୀରେ ଭାରତୀୟ ମହିଳାଙ୍କ ଦବଦବା: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ୱେଟରଙ୍କୁ କଲେ ସାମ୍ନା, ଭିଡିଓ ଭାଇରାଲ

Suryakanta Picture
Published On

ଇଟାଲୀର ଏକ ରେସ୍ତୋରାଁରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣେ ୱେଟରଙ୍କୁ ସାମ୍ନା କରି ଏବେ ଚର୍ଚ୍ଚାରେ ଅଛନ୍ତି କିଛି ଭାରତୀୟ ମହିଳା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମହିଳାମାନେ ନିଜ ଦେଶର ସମ୍ମାନ ପାଇଁ ଦୃଢ଼ତାର ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀ ଖୁସି ଦୁବେଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଏବେ ଇଣ୍ଟରନେଟରେ ବହୁଳ ମାତ୍ରାରେ ପ୍ରଶଂସା ସାଉଁଟୁଛି।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରେ ନିଜର ଯନ୍ତ୍ରଣାଦାୟକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜଣାଇଲେ ସୋନୁ ନିଗମ: କହିଲେ 'ଏମ୍ଆର୍ଆଇ (MRI) ଏବଂ ସିଟି (CT) ସ୍କାନ୍ କରୁଛି'

ରେସ୍ତୋରାଁରେ କ'ଣ ଘଟିଥିଲା?

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଖୁସି ଦୁବେ ଏବଂ ତାଙ୍କ ବାନ୍ଧବୀମାନେ ଇଟାଲୀର ଏକ ରେସ୍ତୋରାଁରେ ହୋସେନ ନାମକ ଜଣେ ୱେଟରଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ବିବାଦ ଆରମ୍ଭ ହୋଇଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କଥା କଟାକଟି ଏକ ଉତ୍ତପ୍ତ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ସମୟରେ ୱେଟର ଜଣକ ଅଶ୍ଳୀଳ ଭାଷାର ପ୍ରୟୋଗ କରି କହିଥିଲେ, 'ପୋଲିସକୁ ଡାକ, ମୁଁ ଏଠାରୁ ଯାଉଛି'। ଏହାର କଡ଼ା ଜବାବ ଦେଇ ଜଣେ ମହିଳା କହିଥିଲେ, 'ନିଜ ଭାଷା ଉପରେ ନିୟନ୍ତ୍ରଣ ରଖ। ପ୍ରଥମ କଥା ହେଉଛି ଆମେ ମହିଳା, ତେଣୁ ସମ୍ମାନ ଦେବା ଶିଖ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ କେରଳର ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ଼ ଘଟଣା: ୫ରୁ ଅଧିକ ଗିରଫ

ଭାରତ ବିରୋଧୀ ମନ୍ତବ୍ୟ ଏବଂ ପୋଲିସର ହସ୍ତକ୍ଷେପ

ବିବାଦ ବଢ଼ିବା ସହିତ ୱେଟର ଜଣକ ଭାରତ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ସେ କହିଥିଲେ, 'ତୁମେମାନେ ତୁମ ଦେଶକୁ ଖରାପ କରୁଛ, ତୁମେମାନେ ସେହି ଭାରତରୁ ଆସିଛ।' ଏହା ଶୁଣିବା ପରେ ମହିଳାମାନେ ଆହୁରି ରାଗିଯାଇ ତାଙ୍କୁ ମହିଳା ଓ ଅନ୍ୟ ଦେଶକୁ ସମ୍ମାନ ଦେବାକୁ ଚେତାବନୀ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଆସିବା ପରେ ୱେଟର ଜଣକ ନିଜର ଭୁଲ ମାଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ମହିଳାମାନେ ଜିଦ୍ ଧରିଥିଲେ ଯେ, ସେ କେବଳ ତାଙ୍କ ସହ କରିଥିବା ଦୁର୍ବ୍ୟବହାର ପାଇଁ ନୁହେଁ ବରଂ ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ କ୍ଷମା ମାଗନ୍ତୁ। 'ଦୟାକରି କୁହନ୍ତୁ ଯେ ଭାରତକୁ ଅପମାନିତ କରିଥିବାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି,' ବୋଲି ଭିଡିଓରେ ମହିଳାମାନେ କହୁଥିବା ଶୁଣିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବିରାଟ କୋହଲିଙ୍କ ବ୍ରାଣ୍ଡ୍ 'One8' ଜୋତାର କ୍ରେଜ୍: ୨୪ ଘଣ୍ଟାରେ ବିକ୍ରି ହେଲା ଦେଢ଼ ଲକ୍ଷ ଯୋଡ଼ା

ନିଜ ଦେଶ ଏବଂ ଆତ୍ମସମ୍ମାନ ପାଇଁ ଲଢ଼ିଥିବା ଏହି ମହିଳାମାନଙ୍କ ସାହସକୁ ଏବେ ସୋସିଆଲ ମିଡିଆରେ ୟୁଜରମାନେ ପ୍ରବଳ ପ୍ରଶଂସା କରୁଛନ୍ତି।

View this post on Instagram
 
A post shared by KHUSHI DUBEY (@khushicupcake5)

24 Jun 2026 By Suryakanta

ଇଟାଲୀରେ ଭାରତୀୟ ମହିଳାଙ୍କ ଦବଦବା: ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ୱେଟରଙ୍କୁ କଲେ ସାମ୍ନା, ଭିଡିଓ ଭାଇରାଲ

ଇଟାଲୀର ଏକ ରେସ୍ତୋରାଁରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣେ ୱେଟରଙ୍କୁ ସାମ୍ନା କରି ଏବେ ଚର୍ଚ୍ଚାରେ ଅଛନ୍ତି କିଛି ଭାରତୀୟ ମହିଳା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମହିଳାମାନେ ନିଜ ଦେଶର ସମ୍ମାନ ପାଇଁ ଦୃଢ଼ତାର ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀ ଖୁସି ଦୁବେଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓ ଏବେ ଇଣ୍ଟରନେଟରେ ବହୁଳ ମାତ୍ରାରେ ପ୍ରଶଂସା ସାଉଁଟୁଛି।

ରେସ୍ତୋରାଁରେ କ'ଣ ଘଟିଥିଲା?

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଖୁସି ଦୁବେ ଏବଂ ତାଙ୍କ ବାନ୍ଧବୀମାନେ ଇଟାଲୀର ଏକ ରେସ୍ତୋରାଁରେ ହୋସେନ ନାମକ ଜଣେ ୱେଟରଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ବିବାଦ ଆରମ୍ଭ ହୋଇଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କଥା କଟାକଟି ଏକ ଉତ୍ତପ୍ତ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ସମୟରେ ୱେଟର ଜଣକ ଅଶ୍ଳୀଳ ଭାଷାର ପ୍ରୟୋଗ କରି କହିଥିଲେ, 'ପୋଲିସକୁ ଡାକ, ମୁଁ ଏଠାରୁ ଯାଉଛି'। ଏହାର କଡ଼ା ଜବାବ ଦେଇ ଜଣେ ମହିଳା କହିଥିଲେ, 'ନିଜ ଭାଷା ଉପରେ ନିୟନ୍ତ୍ରଣ ରଖ। ପ୍ରଥମ କଥା ହେଉଛି ଆମେ ମହିଳା, ତେଣୁ ସମ୍ମାନ ଦେବା ଶିଖ।

ଭାରତ ବିରୋଧୀ ମନ୍ତବ୍ୟ ଏବଂ ପୋଲିସର ହସ୍ତକ୍ଷେପ

ବିବାଦ ବଢ଼ିବା ସହିତ ୱେଟର ଜଣକ ଭାରତ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ସେ କହିଥିଲେ, 'ତୁମେମାନେ ତୁମ ଦେଶକୁ ଖରାପ କରୁଛ, ତୁମେମାନେ ସେହି ଭାରତରୁ ଆସିଛ।' ଏହା ଶୁଣିବା ପରେ ମହିଳାମାନେ ଆହୁରି ରାଗିଯାଇ ତାଙ୍କୁ ମହିଳା ଓ ଅନ୍ୟ ଦେଶକୁ ସମ୍ମାନ ଦେବାକୁ ଚେତାବନୀ ଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଆସିବା ପରେ ୱେଟର ଜଣକ ନିଜର ଭୁଲ ମାଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟ ମହିଳାମାନେ ଜିଦ୍ ଧରିଥିଲେ ଯେ, ସେ କେବଳ ତାଙ୍କ ସହ କରିଥିବା ଦୁର୍ବ୍ୟବହାର ପାଇଁ ନୁହେଁ ବରଂ ଭାରତ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ କ୍ଷମା ମାଗନ୍ତୁ। 'ଦୟାକରି କୁହନ୍ତୁ ଯେ ଭାରତକୁ ଅପମାନିତ କରିଥିବାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି,' ବୋଲି ଭିଡିଓରେ ମହିଳାମାନେ କହୁଥିବା ଶୁଣିବାକୁ ମିଳିଛି।

ନିଜ ଦେଶ ଏବଂ ଆତ୍ମସମ୍ମାନ ପାଇଁ ଲଢ଼ିଥିବା ଏହି ମହିଳାମାନଙ୍କ ସାହସକୁ ଏବେ ସୋସିଆଲ ମିଡିଆରେ ୟୁଜରମାନେ ପ୍ରବଳ ପ୍ରଶଂସା କରୁଛନ୍ତି।

View this post on Instagram
 
A post shared by KHUSHI DUBEY (@khushicupcake5)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp