ସୁବର୍ଣ୍ଣପୁରରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଜୁନ୍ ୨୦ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା

Madhusudan Das Picture
Published On

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ ଛୁଟି । ହିଟ୍‌ ୱେଭ୍‌ ଜାରି ରହିଥିବାରୁ ଛୁଟି ଅବଧି ବୃଦ୍ଧି କଲେ ଜିଲ୍ଲାପାଳ । ଜିଲ୍ଲାର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ । ସୁବର୍ଣ୍ଣପୁର ଜିଲ୍ଲାରେ ଲଗାତାର ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ବୈଷୟିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। 

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

ତେବେ ଏହି ସମୟ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ଗୁଡ଼ିକ ନିଜ ସମୟସୂଚୀ ଅନୁଯାୟୀ ଚାଲୁ ରହିବ। କିନ୍ତୁ ଅତ୍ୟଧିକ ଗରମରୁ ବର୍ତ୍ତିବା ପାଇଁ ପରୀକ୍ଷାଗୁଡ଼ିକୁ ଯଥାସମ୍ଭବ ସକାଳ ସମୟରେ କରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଏହା ସହ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏବଂ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଂଶୁଘାତ ଏବଂ ଗ୍ରୀଷ୍ମକାଳୀନ ରୋଗରୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ସୈନିକ ସ୍କୁଲ ନିକଟରେ ସିରିଜ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଅନ୍ୟ ୩ ଜଣ ଗୁରୁତର

17 Jun 2026 By Madhusudan Das

ସୁବର୍ଣ୍ଣପୁରରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଜୁନ୍ ୨୦ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ ଛୁଟି । ହିଟ୍‌ ୱେଭ୍‌ ଜାରି ରହିଥିବାରୁ ଛୁଟି ଅବଧି ବୃଦ୍ଧି କଲେ ଜିଲ୍ଲାପାଳ । ଜିଲ୍ଲାର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ । ସୁବର୍ଣ୍ଣପୁର ଜିଲ୍ଲାରେ ଲଗାତାର ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ବୈଷୟିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। 

ତେବେ ଏହି ସମୟ ମଧ୍ୟରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ଗୁଡ଼ିକ ନିଜ ସମୟସୂଚୀ ଅନୁଯାୟୀ ଚାଲୁ ରହିବ। କିନ୍ତୁ ଅତ୍ୟଧିକ ଗରମରୁ ବର୍ତ୍ତିବା ପାଇଁ ପରୀକ୍ଷାଗୁଡ଼ିକୁ ଯଥାସମ୍ଭବ ସକାଳ ସମୟରେ କରିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଏହା ସହ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଏବଂ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଂଶୁଘାତ ଏବଂ ଗ୍ରୀଷ୍ମକାଳୀନ ରୋଗରୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର