ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼, ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ
ଜଗତସିଂହପୁର: ବାସି ବିରିୟାନୀ ଦେଇଛ । ବିରିୟାନୀ ଆମ୍ବିଳା ଲାଗୁଛି, ଗନ୍ଧାଉଛି କହିବାରୁ ଗ୍ରାହକଙ୍କୁ ନିଧୂମ ମାଡ ମାରିଲେ ହୋଟେଲ କର୍ମଚାରୀ। ମୁଣ୍ଡ ଫଟାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା । ବିରିୟାନୀକୁ ବାସି କହିବାରୁ ହୋଟେଲ କର୍ମଚାରୀ ଆକ୍ରମଣ କରି କଟକ ପାରାଦୀପ ଜାତୀୟ ରାଜପଥରେ ଫୋପାଡ଼ି ଦେଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, କୁଜଙ୍ଗ ବ୍ଲକ୍ ଜୟଶଙ୍ଖପୁର ଗ୍ରାମର ସଞ୍ଜୟ ମାଝୀ ୧୫ ନମ୍ବର ଛକ ପାଖରେ ଥିବା ଏକ ହୋଟେଲକୁ ବିରିୟାନୀ ଖାଇବାକୁ ଯାଇଥିଲେ । ତେବେ ହୋଟେଲରେ ବିରିୟାନୀ ଖାଉଥିବାବେଳେ ବିରିୟାନୀ ଆମ୍ବିଳା ଲାଗୁଥିବା ଓ ଗନ୍ଧାଉଥିବା ନେଇ କହିଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀଙ୍କ ସହ ସଞ୍ଜୟଙ୍କର ବଚସା ହୋଇଥିଲା । ପରେ ହୋଟେଲ କର୍ମଚାରୀ ସଞ୍ଜୟଙ୍କୁ ମିଳିତ ଭାବେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରି କଟକ ପାରାଦୀପ ମୁଖ୍ୟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫୋପାଡ଼ି ଦେଇଥିଲେ । ଆହତ ସଞ୍ଜୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବାବେଳେ ଥାନାରେ ଅଭିଯୋଗ ପରେ ହୋଟେଲର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି କୁଜଙ୍ଗ ପୋଲିସ ।