ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

Madhusudan Das Picture
Published On

କୋରାପୁଟ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କୋରାପୁଟ ଜିଲ୍ଲା କୋଟପାଡ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଏହି ଚଢ଼ାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗର୍ଜିଲା ବିଜେଡି: ଛାତ୍ରଛାତ୍ରୀଙ୍କୁ ଅଣଦେଖା ସରକାରକୁ ଭାରି ପଡ଼ିବ

ଏହି ମାରାଥନ ଚଢ଼ାଉରେ ମୋଟ ୭ ଜଣ ଡିଏସପି (DSP), ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ (ASI) ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୭ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଚାଲିଛି।

ଆହୁରି ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମା ତିଥିକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ; ୨୭ରେ ଘରେ ରକ୍ଷାବନ୍ଧନ, ୨୮ରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ରେଡ୍ କରାଯାଉଛି:
* କୋରାପୁଟ ଜିଲ୍ଲା ଜୟପୁରର ପରବେଡ଼ା ସ୍ଥିତ ଭଡ଼ା ଘର।
* ଖୋର୍ଦ୍ଧା ଜିଲ୍ଲା ଜଟଣୀ ମଢ଼ିପୁର ମୌଜାରେ ଥିବା ହାଇଟେକ୍ ପ୍ଲାଜାରେ ଏକ ଆବାସିକ ଫ୍ଲାଟ୍।
* କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ନିକଟସ୍ଥ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ।
* କୋରାପୁଟ ଜିଲ୍ଲା କୋଟପାଡ଼ ସ୍ଥିତ ସରକାରୀ ବାସଭବନ।
* କୋଟପାଡ଼ ସ୍ଥିତ ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ।
* କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ତାଙ୍କର ଦୁଇଟି ଫାର୍ମ ହାଉସ୍।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆମେରିକୀୟ ଫିଲ୍ମ ନିର୍ମାତାଙ୍କୁ ମାଗଣା ଚିକିତ୍ସା, ୦ ଟଙ୍କାର ବିଲ୍ ଦେଖି ଆଶ୍ଚର୍ଯ୍ୟ ହେଲେ ବିଦେଶୀ ପର୍ଯ୍ୟଟକ

ବର୍ତ୍ତମାନ ସୁଦ୍ଧା ଶ୍ରୀ ସେଠୀଙ୍କ ଏହିସବୁ ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ଶ୍ରୀ ସେଠୀଙ୍କ ମୋଟ ଆୟ ବହିର୍ଭୂତ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଏବଂ ଆକଳନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

19 Jun 2026 By Madhusudan Das

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

କୋରାପୁଟ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କୋରାପୁଟ ଜିଲ୍ଲା କୋଟପାଡ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ଘରେ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ବିଭାଗ । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଆଜି ସକାଳୁ ଏହି ଚଢ଼ାଉ ଜାରି ରହିଛି।

ଏହି ମାରାଥନ ଚଢ଼ାଉରେ ମୋଟ ୭ ଜଣ ଡିଏସପି (DSP), ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ (ASI) ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୭ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଚାଲିଛି।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ରେଡ୍ କରାଯାଉଛି:
* କୋରାପୁଟ ଜିଲ୍ଲା ଜୟପୁରର ପରବେଡ଼ା ସ୍ଥିତ ଭଡ଼ା ଘର।
* ଖୋର୍ଦ୍ଧା ଜିଲ୍ଲା ଜଟଣୀ ମଢ଼ିପୁର ମୌଜାରେ ଥିବା ହାଇଟେକ୍ ପ୍ଲାଜାରେ ଏକ ଆବାସିକ ଫ୍ଲାଟ୍।
* କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାନ୍ଦୋଳ ନିକଟସ୍ଥ ଜାହାଙ୍ଗର ଗ୍ରାମରେ ଥିବା ପୈତୃକ ବାସଭବନ।
* କୋରାପୁଟ ଜିଲ୍ଲା କୋଟପାଡ଼ ସ୍ଥିତ ସରକାରୀ ବାସଭବନ।
* କୋଟପାଡ଼ ସ୍ଥିତ ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ।
* କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ଥିବା ତାଙ୍କର ଦୁଇଟି ଫାର୍ମ ହାଉସ୍।

ବର୍ତ୍ତମାନ ସୁଦ୍ଧା ଶ୍ରୀ ସେଠୀଙ୍କ ଏହିସବୁ ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଜାରି ରହିଛି। ଚଢ଼ାଉ ଶେଷ ହେବା ପରେ ଶ୍ରୀ ସେଠୀଙ୍କ ମୋଟ ଆୟ ବହିର୍ଭୂତ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଏବଂ ଆକଳନ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର