ଜମିଜମା ବିବାଦକୁ କେନ୍ଦ୍ରକରି ଝିଆରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଦାଦା

Madhusudan Das Picture
Published On

ବାସୁଦେବପୁର: ଜମିଜମା ବିବାଦରୁ ହତ୍ୟାକାଣ୍ଡ । ଦାଦାର ଠେଙ୍ଗା ମାଡ଼ରେ ଝିଆରୀ ମୃତ । ଅଭିଯୁକ୍ତ ଦାଦା ପ୍ରହଲ୍ଲାଦ ବାରିକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତକ ମହିଳା ହେଉଛନ୍ତି ସସ୍ମିତା ପରିଡା। ସୂଚନା ଅନୁସାରେ, ଲୁଗା ଶୁଖାଇବା ପାଇଁ ସସ୍ମିତା ଘର ପାଖରେ ଏକ ବାଉଁଶ ପୋତିଥିଲା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରହଲ୍ଲାଦ ହାତରେ ଧରିଥିବା ଠେଙ୍ଗାରେ ସସ୍ମିତାର ମୁଣ୍ଡକୁ ପ୍ରହାର କରିଥିଲା। ଘଟଣାସ୍ଥଳରେ ସସ୍ମିତା ତଳେପଡି ଚେତା ହରାଇ ଥିଲା। ପରିବାର ପକ୍ଷରୁ ତାକୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି। ପ୍ରହଲ୍ଲାଦ ଠେଙ୍ଗାରେ ପିଟି ମୋ ମା’କୁ ମାରିଦେଇଥିବା ସସ୍ମିତାର ଝିଅ ପ୍ରିୟଙ୍କା ଥାନାରେ ଅଭଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର