ଅଭିନୟ ଛାଡ଼ି ରାସ୍ତାରେ ପରିବା ବିକିବି, କିନ୍ତୁ ମୁଣ୍ଡ ନୁଆଁଇବି ନାହିଁ: ଟିଭି ପ୍ରଯୋଜକଙ୍କ ଉପରେ ବର୍ଷିଲେ ଶିଳ୍ପା ସିନ୍ଦେ

Suryakanta Picture
Published On

ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସିନ୍ଦେ (Shilpa Shinde) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଟିଭି ଇଣ୍ଡଷ୍ଟ୍ରିର ପ୍ରଯୋଜକମାନଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ଟିଭି ଇଣ୍ଡଷ୍ଟ୍ରିର ପ୍ରଯୋଜକମାନେ "ହ୍ୱାଇଟ୍ କଲାର ମାଫିଆ" (White-collar mafias) ଭଳି କାମ କରୁଛନ୍ତି। ନିଜର ଆତ୍ମସମ୍ମାନ ସହ ସାଲିସ୍ କରିବା ଅପେକ୍ଷା ସେ ଅଭିନୟ ଛାଡ଼ି ରାସ୍ତାରେ ପରିବା ବିକିବାକୁ ପସନ୍ଦ କରିବେ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇଣ୍ଡୋନେସିଆରେ ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚାଙ୍କ ବଡ଼ ଦୁର୍ଘଟଣା: ମେରୁଦଣ୍ଡରେ ଫ୍ରାକ୍ଚର, ଏୟାର ଆମ୍ବୁଲାନ୍ସରେ ଫେରିବେ ଭାରତ

ଅଭିନେତା ଶହଜାଦା ଧାମି (Shehzada Dhami) ଙ୍କ ପ୍ରାୟ ୩୦ ଲକ୍ଷ ଟଙ୍କା ବକେୟା ପ୍ରଯୋଜକମାନେ ଅଟକାଇ ରଖିଥିବା ଖବର ସାମ୍ନାକୁ ଆସିବା ପରେ ଶିଳ୍ପା ଏହି ପ୍ରତିକ୍ରିୟା ଦେଇଛନ୍ତି। ଶିଳ୍ପା କଳାକାର ସଂଘ ଏବଂ ସହ-ଅଭିନେତାମାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଚେକ୍ ବାଉନ୍ସ ମାମଲା: ସୁପ୍ରିମକୋର୍ଟରେ ହାଜର ହେଲେ ରାଜପାଲ ଯାଦବ, ୧.୧୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ

ପ୍ରଯୋଜକଙ୍କ ଶୋଷଣ ଏବଂ ପେମେଣ୍ଟ୍ ସମସ୍ୟା

ଭିଡିଓରେ ଶିଳ୍ପା କହିଛନ୍ତି ଯେ, ଇଣ୍ଡଷ୍ଟ୍ରିରେ କଳାକାରମାନଙ୍କୁ ପ୍ରଯୋଜକମାନେ ମାନସିକ ସ୍ତରରେ ଶୋଷଣ କରୁଛନ୍ତି। ପାରିଶ୍ରମିକ ବାବଦ ଅର୍ଥକୁ ୯୦ ଦିନ ପର୍ଯ୍ୟନ୍ତ ଅଟକାଇ ରଖାଯାଉଛି। ଯଦି କୌଣସି କଳାକାର ଏହା ବିରୋଧରେ ସ୍ୱର ଉତ୍ତୋଳନ କରେ, ତେବେ ତାଙ୍କୁ କାମ ନଦେବା ପାଇଁ ଧମକ ଦିଆଯାଉଛି। କଳାକାର ସଂଘ (Artist Association) ମଧ୍ୟ ଏଭଳି ସ୍ଥିତିରେ କଳାକାରମାନଙ୍କୁ ସମର୍ଥନ ନକରି ନୀରବ ରହୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। "ଏଭଳି ଖରାପ ପରିବେଶରେ କାମ କରିବା ଅପେକ୍ଷା ମୁଁ ରାସ୍ତାରେ ବସି ପରିବା ବିକିବାକୁ ଶ୍ରେୟସ୍କର ମଣିବି କିନ୍ତୁ ଏମାନଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ," ବୋଲି ଶିଳ୍ପା କହିଛନ୍ତି।

ଆହୁରି ପଢ଼ନ୍ତୁ: ହୃଦଘାତରେ ଆଖି ବୁଜିଲେ ବଲିଉଡର 'କ୍ରାନ୍ତିବୀର' ବର୍ଷୀୟାନ ଅଭିନେତା ନାନା ପାଟେକର

ଅତୀତର ଘଟଣାକୁ ନେଇ କ୍ଷୋଭ

ନିଜ କଥା କହିବାକୁ ଯାଇ ଶିଳ୍ପା କହିଛନ୍ତି ଯେ, ଅତୀତରେ ଯେତେବେଳେ ସେ ଅସୁବିଧାରେ ପଡ଼ିଥିଲେ, କୌଣସି ସହ-କଳାକାର ତାଙ୍କ ସମର୍ଥନରେ ବାହାରି ନଥିଲେ। ସୂଚନାଯୋଗ୍ୟ ଯେ, ଅତୀତରେ ଲୋକପ୍ରିୟ ଶୋ’ 'ଭାବିଜୀ ଘର ପର ହୈ' (Bhabiji Ghar Par Hain) ର ପ୍ରଯୋଜକ ସଞ୍ଜୟ କୋହଲି (Sanjay Kohli) ଙ୍କ ବିରୋଧରେ ସେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ ନିକଟରେ ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆଙ୍କ ପଡ୍‌କାଷ୍ଟ୍‌ରେ ସେ ସ୍ୱୀକାର କରିଥିଲେ ଯେ ସେହି ଅଭିଯୋଗଟି ମିଥ୍ୟା ଥିଲା ଏବଂ କେବଳ ଚୁକ୍ତିରୁ ମୁକୁଳିବା ଓ ବକେୟା ପାଇବା ପାଇଁ ବାଧ୍ୟ ହୋଇ ସେ ଏହି ପଦକ୍ଷେପ ନେଇଥିଲେ କାରଣ କେହି ତାଙ୍କୁ ସାହାଯ୍ୟ କରିନଥିଲେ।

ଶେଷରେ ଶିଳ୍ପା କହିଛନ୍ତି ଯେ, କଳାକାରମାନେ ଯେତେବେଳେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି, ସେତେବେଳେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରୁଥିବା ଲୋକେ ବଞ୍ଚିଥିବା ବେଳେ ସେମାନଙ୍କୁ ସମର୍ଥନ କରୁନାହାନ୍ତି, ଯାହା ଅତ୍ୟନ୍ତ ନିରାଶାଜନକ।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Shilpa Shinde (@shilpa_shinde_official)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp