ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦ୍ରୁତ ଅଗ୍ରଗତି ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ସୂଚନା ଅନୁଯାୟୀ, ଆଜି ସୁଦ୍ଧା ମୌସୁମୀ ସମଗ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ଛୁଇଁଛି। ଆଇଏମଡିର ତଥ୍ୟ ଅନୁସାରେ, ଗତ ଜୁନ୍ ୧୨ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ୧୧ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳରେ ବ୍ୟାପିଯାଇଛି। ଚଳିତ ବର୍ଷ ମୌସୁମୀ ଆଗମନର ଏହି ବେଗ ସ୍ୱାଭାବିକ ଠାରୁ ଯଥେଷ୍ଟ ଦ୍ରୁତ ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପୁଣି ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି! 'ଅ' ବଦଳରେ 'ଚ'ରୁ ଆରମ୍ଭ ଓଡ଼ିଆ ବର୍ଣ୍ଣମାଳା, ଜାତୀୟ ସଙ୍ଗୀତରେ ବନାନ ଭୁଲ୍

ମଙ୍ଗଳବାର ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷାର ଆଶଙ୍କା ବୃଦ୍ଧି ପାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଅନେକ ସ୍ଥାନରେ ଦିନତମାମ୍ ମେଘୁଆ ପାଗ ଲାଗି ରହିଥିଲା। ମେଘୁଆ ପାଗ ଓ ବର୍ଷା କାରଣରୁ ଅଧିକାଂଶ ସ୍ଥାନରେ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସର୍ବାଧିକ ଆଶ୍ୱସ୍ତି ମିଳିଛି। ସେଠାରେ ଅନେକ ସ୍ଥାନରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିଆସିଛି।

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲାର ଟିଙ୍କିପଡ଼ା ଗାଁ ପରିଦର୍ଶନ କଲେ ପୋଲିସ କମିଶନର, ଲୋକଙ୍କୁ ବାଣ୍ଟିଲେ ରିଲିଫ୍

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟବାସୀଙ୍କୁ ଗରମ ଓ ଗୁଳଗୁଳିରୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

23 Jun 2026 By Madhusudan Das

ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦ୍ରୁତ ଅଗ୍ରଗତି ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ସୂଚନା ଅନୁଯାୟୀ, ଆଜି ସୁଦ୍ଧା ମୌସୁମୀ ସମଗ୍ର ଓଡ଼ିଶାକୁ ସମ୍ପୂର୍ଣ୍ଣ ରୂପେ ଛୁଇଁଛି। ଆଇଏମଡିର ତଥ୍ୟ ଅନୁସାରେ, ଗତ ଜୁନ୍ ୧୨ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ୧୧ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମସ୍ତ ଅଞ୍ଚଳରେ ବ୍ୟାପିଯାଇଛି। ଚଳିତ ବର୍ଷ ମୌସୁମୀ ଆଗମନର ଏହି ବେଗ ସ୍ୱାଭାବିକ ଠାରୁ ଯଥେଷ୍ଟ ଦ୍ରୁତ ରହିଥିବା ଜଣାପଡ଼ିଛି।

ମଙ୍ଗଳବାର ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷାର ଆଶଙ୍କା ବୃଦ୍ଧି ପାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଅନେକ ସ୍ଥାନରେ ଦିନତମାମ୍ ମେଘୁଆ ପାଗ ଲାଗି ରହିଥିଲା। ମେଘୁଆ ପାଗ ଓ ବର୍ଷା କାରଣରୁ ଅଧିକାଂଶ ସ୍ଥାନରେ ତାପମାତ୍ରାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ସର୍ବାଧିକ ଆଶ୍ୱସ୍ତି ମିଳିଛି। ସେଠାରେ ଅନେକ ସ୍ଥାନରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଖସିଆସିଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ପ୍ରାୟ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟବାସୀଙ୍କୁ ଗରମ ଓ ଗୁଳଗୁଳିରୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର