ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

Madhusudan Das Picture
Published On

ମୟୁରଭଞ୍ଜ: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ MI-17 ହେଲିକପ୍ଟର ଯୋଗେ ମୟୂରଭଞ୍ଜର ପାହାଡ଼ପୁର ହେଲିପ୍ୟାଡ୍‌ରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନରେ ସାମିଲ ହେବେ ମୋଦି । ପୂର୍ବରୁ ପାହାଡ଼ପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ମହାମହିମଙ୍କୁ ଶୁଭେଚ୍ଛା ଜଣାଇବା ସହ ସାକ୍ଷାତ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜରେ ଲଜ୍ଜ୍ୟା; ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

ଆଜି ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସହ ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଏହି ଗସ୍ତ ଆଦିବାସୀ ବହୁଳ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ରାଇରଙ୍ଗପୁର ତଥା ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ଏକ ସ୍ବର୍ଣ୍ଣିମ ଇତିହାସ।

ଆହୁରି ପଢ଼ନ୍ତୁ: କଳାହାଣ୍ଡିରେ ଜୈବିକ କୃଷିକୁ ତ୍ୱରାନ୍ୱିତ କରିଛି ବେଦାନ୍ତ ଆଲୁମିନିୟମ, ୧୭୦ଟି ପରିବାର ଉପକୃତ

20 Jun 2026 By Madhusudan Das

ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

ମୟୁରଭଞ୍ଜ: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ MI-17 ହେଲିକପ୍ଟର ଯୋଗେ ମୟୂରଭଞ୍ଜର ପାହାଡ଼ପୁର ହେଲିପ୍ୟାଡ୍‌ରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ତମ ଜନ୍ମଦିନରେ ସାମିଲ ହେବେ ମୋଦି । ପୂର୍ବରୁ ପାହାଡ଼ପୁରରେ ପହଞ୍ଚି ସାରିଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ନିଜ ଜନ୍ମଭୂମିରେ ଜନ୍ମଦିନ ପାଳନ କରୁଥିବା ମହାମହିମଙ୍କୁ ଶୁଭେଚ୍ଛା ଜଣାଇବା ସହ ସାକ୍ଷାତ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ଆଜି ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ଯୋଗଦେବେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସହ ପାହାଡ଼ପୁର ଗ୍ରାମ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଏହି ଗସ୍ତ ଆଦିବାସୀ ବହୁଳ ଅଞ୍ଚଳ ତଥା ଗ୍ରାମାଞ୍ଚଳରେ ଶିକ୍ଷାଗତ ସୁଯୋଗ, ଦକ୍ଷତା ବିକାଶ ଏବଂ ସାମାଜିକ-ଆର୍ଥିକ ସଶକ୍ତୀକରଣକୁ ସୁଦୃଢ଼ କରିବା ପାଇଁ ଚାଲିଥିବା ପ୍ରୟାସ ଉପରେ ଆଲୋକପାତ କରିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗରିମାମୟ ଉପସ୍ଥିତି ରାଇରଙ୍ଗପୁର ତଥା ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ଏକ ସ୍ବର୍ଣ୍ଣିମ ଇତିହାସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର