ବୌଦ୍ଧରେ BLOଙ୍କ ଆତ୍ମହତ୍ୟା: SIR କାର୍ଯ୍ୟ ପାଇଁ ମାନସିକ ଚାପ ଓ ଅଧିକାରୀଙ୍କ ଧମକ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ

Madhusudan Das Picture
Published On

ବୌଦ୍ଧ: ଜୀବନ ହାରିଲେ SIR କାମରେ ନିୟୋଜିତ BLO । SIR କାର୍ଯ୍ୟ ପାଇଁ ମାନସିକ ଚାପ ଓ ଉପରିସ୍ଥ ଅଧିକାରୀଙ୍କ ସସପେଣ୍ଡ୍‌ ଧମକ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ । ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଜଣେ ବୁଥ୍ ଲେଭେଲ୍ ଅଫିସର (ବିଏଲଓ) କାର୍ଯ୍ୟ ଚାପ ଏବଂ ମାନସିକ ଅବସାଦ ସହି ନପାରି ଆତ୍ମହତ୍ୟା କରିଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ହେଉଛନ୍ତି ଗୋଚ୍ଛାପଡ଼ା ଗାଁର ସାୟନ ଗୁଣ୍ଡୁଳିଆ କ୍ଲଷ୍ଟର ଅଧୀନସ୍ଥ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାୟନ ସାହୁ।

ଆହୁରି ପଢ଼ନ୍ତୁ: କେନ୍ଦ୍ରରେ ଡିଜି ପାହ୍ୟା ପଦବୀ ପାଇଁ ଓଡ଼ିଶା କ୍ୟାଡରର ୨ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଏବଂ ପଦ୍ମାକର ଏସ୍ ମନୋନୀତ

ପରିବାର ଲୋକଙ୍କ କହିବା ଅନୁଯାୟୀ, ଶ୍ରୀ ସାହୁଙ୍କୁ ନିଜ ସ୍କୁଲର ଦାୟିତ୍ୱ ସହ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR) କାର୍ଯ୍ୟ ପାଇଁ ବିଏଲଓ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ତେବେ ଉପରିସ୍ଥ ଅଧିକାରୀମାନେ ତାଙ୍କୁ କାମର ଅଗ୍ରଗତିକୁ ନେଇ ବାରମ୍ବାର ଚାପ ପକାଉଥିଲେ ଏବଂ କାର୍ଯ୍ୟରେ ଅବହେଳା କଲେ ନିଲମ୍ବନ କରାଯିବାର ଧମକ ଦେଉଥିଲେ। ଗତ ଦୁଇ ଦିନ ତଳେ ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ଭୟରେ ଶ୍ରୀ ସାହୁ ଅତ୍ୟଧିକ ମାନସିକ ଚାପରେ ଥିଲେ ଏବଂ ଗୁରୁବାର ଦିନ ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ୍ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣା: ୩ ଜଣିଆ ତଦନ୍ତ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ, ୭ ଦିନରେ ରିପୋର୍ଟ ତଲବ

ବିଷପାନ ପରେ ତାଙ୍କୁ ପ୍ରଥମେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପିତାଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଦୃଢ଼ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପଡ଼ିଲା ହାତ ଗଣ୍ଠି, ବିବାହ ବନ୍ଧନରେ ବାନ୍ଧି ହେଲେ ଏକାମ୍ରଧିପତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ; ଯୁଗଳବନ୍ଦୀ ଦର୍ଶନ ପାଇଁ ଭିଡ଼

19 Jun 2026 By Madhusudan Das

ବୌଦ୍ଧରେ BLOଙ୍କ ଆତ୍ମହତ୍ୟା: SIR କାର୍ଯ୍ୟ ପାଇଁ ମାନସିକ ଚାପ ଓ ଅଧିକାରୀଙ୍କ ଧମକ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ

ବୌଦ୍ଧ: ଜୀବନ ହାରିଲେ SIR କାମରେ ନିୟୋଜିତ BLO । SIR କାର୍ଯ୍ୟ ପାଇଁ ମାନସିକ ଚାପ ଓ ଉପରିସ୍ଥ ଅଧିକାରୀଙ୍କ ସସପେଣ୍ଡ୍‌ ଧମକ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ । ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଜଣେ ବୁଥ୍ ଲେଭେଲ୍ ଅଫିସର (ବିଏଲଓ) କାର୍ଯ୍ୟ ଚାପ ଏବଂ ମାନସିକ ଅବସାଦ ସହି ନପାରି ଆତ୍ମହତ୍ୟା କରିଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ହେଉଛନ୍ତି ଗୋଚ୍ଛାପଡ଼ା ଗାଁର ସାୟନ ଗୁଣ୍ଡୁଳିଆ କ୍ଲଷ୍ଟର ଅଧୀନସ୍ଥ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାୟନ ସାହୁ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଶ୍ରୀ ସାହୁଙ୍କୁ ନିଜ ସ୍କୁଲର ଦାୟିତ୍ୱ ସହ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SIR) କାର୍ଯ୍ୟ ପାଇଁ ବିଏଲଓ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ତେବେ ଉପରିସ୍ଥ ଅଧିକାରୀମାନେ ତାଙ୍କୁ କାମର ଅଗ୍ରଗତିକୁ ନେଇ ବାରମ୍ବାର ଚାପ ପକାଉଥିଲେ ଏବଂ କାର୍ଯ୍ୟରେ ଅବହେଳା କଲେ ନିଲମ୍ବନ କରାଯିବାର ଧମକ ଦେଉଥିଲେ। ଗତ ଦୁଇ ଦିନ ତଳେ ଏସଆଇଆର କାର୍ଯ୍ୟରେ ଅବହେଳା ଅଭିଯୋଗରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ଭୟରେ ଶ୍ରୀ ସାହୁ ଅତ୍ୟଧିକ ମାନସିକ ଚାପରେ ଥିଲେ ଏବଂ ଗୁରୁବାର ଦିନ ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି।

ବିଷପାନ ପରେ ତାଙ୍କୁ ପ୍ରଥମେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପିତାଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଦୃଢ଼ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର