ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ପିଲାଙ୍କ ପଢ଼ା ବହିରେ ମାଳମାଳ ତ୍ରୁଟି ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ୱହୀନ ତଥା ଖାମଖିଆଲି ମନୋଭାବକୁ ଦର୍ଶାଉଛି। ପିଲାମାନଙ୍କୁ ରାଜ୍ୟ ସରକାର ଠିକ୍‌ ସମୟରେ ପାଠ୍ୟପୁସ୍ତକ ଯୋଗାଇ ପାରୁନଥିବା ବେଳେ, ମିଳିଥିବା ପାଠ୍ୟପୁସ୍ତକରେ ବି ଅନେକ ଭୁଲ ବାହାରିଛି। ଯାହା ପିଲାଙ୍କ ପାଠପଢ଼ା ଆଶାକୁ ଭାଙ୍ଗି ଦେଇଛି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ମୋହନ ସରକାରକୁ ପୂରିଲା ୨ ବର୍ଷ: ଲୋକପ୍ରିୟତା ତଉଲିବ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ

ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ ଓ ସମୃଦ୍ଧିର ବାଟ ଫିଟାଇଥାଏ। ହେଲେ ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତ୍ରୁଟିପୂର୍ଣ୍ଣ ଶିକ୍ଷାଦାନ କରି ବିଜେପି ସରକାର ପିଲାଙ୍କ କିପରି ଭବିଷ୍ୟତ ଗଢ଼ିବାକୁ ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମହାପୁରୁଷଙ୍କ ନାମକୁ କଦର୍ଥ କରିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଅଭିହିତ କରିବା, ଭୁଲ ବନାନ ଲେଖାଯିବା ଛୋଟିଆ କଥା ନୁହେଁ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଆ ଭାଷା ଓ ଲିପିକୁ ସର୍ବାଧିକ କଦର୍ଥ କରାଯାଇଛି। ଶୈଶବରୁ ପିଲାମାନଙ୍କ ଶିକ୍ଷା ସହ ବିଜେପି ସରକାର କରୁଥିବା ସାଲିସ୍‌ କଦାପି କ୍ଷମଣୀୟ ନୁହେଁ। ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହ ପିଲାମାନଙ୍କ ଉତ୍ତମ ଶିକ୍ଷା ସୁନିଶ୍ଚିତ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ଶୀତଳଷଷ୍ଠୀ ପାଇଁ ଜୁନ୍ ୨୦ରେ ଛୁଟି ଘୋଷଣା, ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍ ପୋଲିସ ମୁତୟନ

17 Jun 2026 By Madhusudan Das

ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଶହଶହ ତ୍ରୁଟି ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ପିଲାଙ୍କ ପଢ଼ା ବହିରେ ମାଳମାଳ ତ୍ରୁଟି ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ୱହୀନ ତଥା ଖାମଖିଆଲି ମନୋଭାବକୁ ଦର୍ଶାଉଛି। ପିଲାମାନଙ୍କୁ ରାଜ୍ୟ ସରକାର ଠିକ୍‌ ସମୟରେ ପାଠ୍ୟପୁସ୍ତକ ଯୋଗାଇ ପାରୁନଥିବା ବେଳେ, ମିଳିଥିବା ପାଠ୍ୟପୁସ୍ତକରେ ବି ଅନେକ ଭୁଲ ବାହାରିଛି। ଯାହା ପିଲାଙ୍କ ପାଠପଢ଼ା ଆଶାକୁ ଭାଙ୍ଗି ଦେଇଛି। 

ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ ଓ ସମୃଦ୍ଧିର ବାଟ ଫିଟାଇଥାଏ। ହେଲେ ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତ୍ରୁଟିପୂର୍ଣ୍ଣ ଶିକ୍ଷାଦାନ କରି ବିଜେପି ସରକାର ପିଲାଙ୍କ କିପରି ଭବିଷ୍ୟତ ଗଢ଼ିବାକୁ ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମହାପୁରୁଷଙ୍କ ନାମକୁ କଦର୍ଥ କରିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଅଭିହିତ କରିବା, ଭୁଲ ବନାନ ଲେଖାଯିବା ଛୋଟିଆ କଥା ନୁହେଁ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଆ ଭାଷା ଓ ଲିପିକୁ ସର୍ବାଧିକ କଦର୍ଥ କରାଯାଇଛି। ଶୈଶବରୁ ପିଲାମାନଙ୍କ ଶିକ୍ଷା ସହ ବିଜେପି ସରକାର କରୁଥିବା ସାଲିସ୍‌ କଦାପି କ୍ଷମଣୀୟ ନୁହେଁ। ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହ ପିଲାମାନଙ୍କ ଉତ୍ତମ ଶିକ୍ଷା ସୁନିଶ୍ଚିତ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର