ଘର ଭିତରୁ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

The Sakala Picture
Published On

ବେଲପଡା : ବେଲପଡା ବ୍ଲକ କର୍ଲାବାହାଲି ଗାଁରେ ରବିବାର ପୋଲିସ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି | ମୃତ ମହିଳା ଜଣକ ହେଲେ ସେହି ଗାଁର ଋଷିକେଶ ବନଗୁଳାଙ୍କ ସ୍ତ୍ରୀ ହେମଳତା ବନଗୁଳା |ତାଙ୍କୁ ସ୍ୱାମୀ ଋଷିକେଶ ହତ୍ୟାକରି ଆତ୍ମହତ୍ୟା ରୁପ ଦେଉଥିବା ଅଭିଯୋଗ କରି ହେମଳତାଙ୍କ ଭାଇ ଚିତ୍ରସେନ ଭୋଇ ବେଲପଡା ଥାନାରେ ଅଭିଯୋଗ କରିଛନ୍ତି |ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ସ୍ୱାମୀ ଋଷିକେଶ କୁ […]

ବେଲପଡା : ବେଲପଡା ବ୍ଲକ କର୍ଲାବାହାଲି ଗାଁରେ ରବିବାର ପୋଲିସ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି | ମୃତ ମହିଳା ଜଣକ ହେଲେ ସେହି ଗାଁର ଋଷିକେଶ ବନଗୁଳାଙ୍କ ସ୍ତ୍ରୀ ହେମଳତା ବନଗୁଳା |ତାଙ୍କୁ ସ୍ୱାମୀ ଋଷିକେଶ ହତ୍ୟାକରି ଆତ୍ମହତ୍ୟା ରୁପ ଦେଉଥିବା ଅଭିଯୋଗ କରି ହେମଳତାଙ୍କ ଭାଇ ଚିତ୍ରସେନ ଭୋଇ ବେଲପଡା ଥାନାରେ ଅଭିଯୋଗ କରିଛନ୍ତି |ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ସ୍ୱାମୀ ଋଷିକେଶ କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡୁଛି |ତେବେ ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ |

ଆହୁରି ପଢ଼ନ୍ତୁ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ର ମୃତ

ପ୍ରାପ୍ତ ସୂଚନା ମତେ କର୍ଲାବାହାଲୀ ଗାଁର ଋଷିକେଶ ବନଗୁଳା ୪ ବର୍ଷ ପୂର୍ବେ ମୁରିବାହାଲ ଥାନା ବଡ଼ ସାଇମରା ଗାଁର ଦୂତିଆ ଭୋଇଙ୍କ କନ୍ୟାକୁ ବାହା ହୋଇ ଘର ସଂସାର କରିଥିଲେ |ତାଙ୍କର ଏକ 3ବର୍ଷର ଝିଅ ଟିଏ ଅଛି | ଝିଅର ଆଜି ମୁଣ୍ଡନ ଥିବାରୁ ଟଙ୍କା ପାଇଁ ପୂର୍ଵରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ୍ୟରେ ଟଙ୍କାକୁ ନେଇ କଲହ ଲାଗି ରହିଥିବା ବେଳେ ଶନିବାର ସ୍ତ୍ରୀ ହେମଲତା ଜାଳେଣି କାଠ ପାଇଁ ନିକଟ ଜଙ୍ଗଲକୁ ଯାଇ ଘରକୁ ଡେରିରେ ପହଁଞ୍ଚିଥିଲେ, ଏହାକୁ ନେଇ ଦୁହିଁଙ୍କ ମଧ୍ୟ୍ୟରେ ପାଟିତୁଣ୍ଡ ହୋଇଥିଲା ପରେ ସ୍ୱାମୀ ବାହାରକୁ ଚାଲି ଆସିଥିଲା ଏହାର କିଛି ସମୟ ପରେ ଘରୁ ହେମଲତାଙ୍କ ମୃତ ଦେହ ପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ | ରାତ୍ରି ହେବାରୁ ପୋଲିସ ଶବ ଜବତ କରି ଆଜି ସକାଳେ ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା, ଏ ଆଇ ସି କିରଣ କୁମାର ଜାନି, ମାଜିଷ୍ଟ୍ରେଟ ଭାବେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ, ସାଇଣ୍ଟିକଫିକ ଷ୍ଟିମ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଛେଦ ପାଇଁ ବେଲପଡା କୁ ଆଣିଥିଲେ | ପୋଲିସ କେସ ନମ୍ବର 107/2021 ରେ ଏକ ମାମଲା ରୁଜୁ କରି ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି |

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର