+୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା କେବେ?, ଅପେକ୍ଷାରେ +୨ ଇନ୍ଷ୍ଟାଣ୍ଟ ପରୀକ୍ଷା ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ
ଭୁବନେଶ୍ୱର : ସ୍ନାତକ ପାଠ୍ୟକ୍ରମରେ ଖାଲିପଡ଼ିଛି ପ୍ରାୟ ଲକ୍ଷେରୁ ଅଧିକ ସିଟ୍। ନାମ ଲେଖାଇ ପାରିନଥିବା ବହୁ ଆଶାୟୀ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାକୁ ଅପେକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବାର ପ୍ରାୟ ମାସେ ଅତିକ୍ରମ କରିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନି। ଅପରପକ୍ଷେ, +୨ ଇନ୍ଷ୍ଟାଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ନାମ ଲେଖାଇବାକୁ ଅପେକ୍ଷା କରିଛନ୍ତି। +୩ ପାଠପଢ଼ା ଆରମ୍ଭ ହେବାକୁ ପ୍ରାୟ ମାସେ ପୂରିଲାଣି। […]
ଭୁବନେଶ୍ୱର : ସ୍ନାତକ ପାଠ୍ୟକ୍ରମରେ ଖାଲିପଡ଼ିଛି ପ୍ରାୟ ଲକ୍ଷେରୁ ଅଧିକ ସିଟ୍। ନାମ ଲେଖାଇ ପାରିନଥିବା ବହୁ ଆଶାୟୀ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାକୁ ଅପେକ୍ଷା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବାର ପ୍ରାୟ ମାସେ ଅତିକ୍ରମ କରିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନି। ଅପରପକ୍ଷେ, +୨ ଇନ୍ଷ୍ଟାଣ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ନାମ ଲେଖାଇବାକୁ ଅପେକ୍ଷା କରିଛନ୍ତି। +୩ ପାଠପଢ଼ା ଆରମ୍ଭ ହେବାକୁ ପ୍ରାୟ ମାସେ ପୂରିଲାଣି। ହେଲେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା କାହିଁକି ବିଳମ୍ବ ହେଉଛି ବୋଲି ଆଶାୟୀମାନେ ପ୍ରଶ୍ନ କରିଛନ୍ତି। ଠିକ୍ ସମୟରେ ଶିକ୍ଷାଦାନ ଆରମ୍ଭ କରିବାକୁ +୨ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ +୩ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଥିବା ଉଚ୍ଚଶିକ୍ଷା ବିଭାଗ ନାମଲେଖା ପ୍ରକ୍ରିୟା ମଝିରେ ବାଟ ହୁଡ଼ିଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, +୩ ପାଠ୍ୟକ୍ରମରେ ମୋଟ୍ ୨ଲକ୍ଷ ୭୪ହଜାର ୩୬୫ଟି ସିଟ୍ ରହିଛି। ପ୍ରଥମ ପର୍ଯ୍ୟାୟ ତିନି ରାଉଣ୍ଡ୍ ନାମଲେଖା ଶେଷ ସୁଦ୍ଧା ୧ଲକ୍ଷ ୬୦ହଜାର ୨୫୫ଜଣ ପିଲା ନାମ ଲେଖାଇଥିବା ବେଳେ ସ୍ପଟ୍ ନାମଲେଖାରେ ୭ହଜାର ପିଲା ନାମ ଲେଖାଇଛନ୍ତି। ଅର୍ଥାତ୍ ଆହୁରି ପାଖାପାଖି ୧ଲକ୍ଷ ସିଟ୍ ଫାଙ୍କା ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨ଲକ୍ଷ ୬୫ହଜାର ୫୯୦ଜଣ ଆବେଦନ କରିଥିବା ବେଳେ ପାଖାପାଖି ୧ଲକ୍ଷ ପିଲା କୌଣସି ଶିକ୍ଷାନୁଷ୍ଠାନରେ ନାମ ଲେଖାଇନାହାନ୍ତି।
ସେହିପରି ଗତ ଜୁଲାଇ ୧୮ ତାରିଖରେ +୨ ଇନ୍ଷ୍ଟାଣ୍ଟ ପରୀକ୍ଷାଫଳ ପ୍ରକାଶ ପାଇ ସାରିଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୯୧୩ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଅପେକ୍ଷା କରିଛନ୍ତି। ବହୁ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଅପେକ୍ଷାରତ ଥିବା ବେଳେ ନାମଲେଖା ପ୍ରକ୍ରିୟା ବିଳମ୍ବ ସେମାନଙ୍କୁ ଚିନ୍ତାରେ ପକାଇଛି। ଗତ ମାସ ୧୧ ତାରିଖରୁ ଶିକ୍ଷାନୁଷ୍ଠାନରେ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଆରମ୍ଭ ହୋଇଛି। ପାଠପଢ଼ାକୁ ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ନାମଲେଖା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରୁନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।