ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି, ପଶ୍ଚିମ ଓଡ଼ିଶାରେ ୪୪ ଡିଗ୍ରୀ ପାର କଲା ତାତି…

The Sakala Picture
Published On

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରୁଛି ଗୁଳୁଗୁଳି।  ପୁଣି ତାତି ଉପର ମୁହାଁ ହୋଇଛି।  ତତଲା କଢେଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ୪୪ ଡିଗ୍ରୀ ପାର କଲା ଝାରସୁଗୁଡା ସହର। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪. ୮ ଡିଗ୍ରୀ ରେକର୍ଡ ହୋଇଛି। ସବୁଠାରୁ ତତଲା ସହର ପାଲଟିଛି ଝାରସୁଗୁଡ଼ା। ଅପରାହ୍ନ ସାଢେ ୨ଟାରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ଅନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। […]

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରୁଛି ଗୁଳୁଗୁଳି।  ପୁଣି ତାତି ଉପର ମୁହାଁ ହୋଇଛି।  ତତଲା କଢେଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ୪୪ ଡିଗ୍ରୀ ପାର କଲା ଝାରସୁଗୁଡା ସହର। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪. ୮ ଡିଗ୍ରୀ ରେକର୍ଡ ହୋଇଛି। ସବୁଠାରୁ ତତଲା ସହର ପାଲଟିଛି ଝାରସୁଗୁଡ଼ା। ଅପରାହ୍ନ ସାଢେ ୨ଟାରେ ଏହି ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ପଶ୍ଚିମ ଓଡ଼ିଶାର ଅନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ସମ୍ବଲପୁରରେ ଦ୍ଵିତୀୟ ସର୍ବାଧିକ ୪୨. ୬ ଡିଗ୍ରୀ, ହୀରାକୁଦ ୪୧. ୮, ରାଉରକେଲା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି। ତେବେ ଉପକୂଳରେ ତାପମାତ୍ରା ଆଭ୍ୟନ୍ତରୀଣ ତୁଳନାରେ ସାମାନ୍ୟ କମ ରହିଛି। କେନ୍ଦୁଝରରେ ୩୭.୮, ଚାନ୍ଦବାଲି ୩୭.୬, ବାଲେଶ୍ୱର ୩୬.୨ ଓ ରାଜଧାନୀ ଭୁବନେଶ୍ୱରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

ସେହପିର ଉପକୂଳ ଓଡ଼ିଶାର ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପୁରୀରେ ୭୨ ପ୍ରତିଶତ, ଗୋପାଳପୁର ୭୨ %, ପାରାଦ୍ୱୀପ ୭୦ %, ବାଲେଶ୍ୱର ୬୨%, ଭୁବନେଶ୍ୱ ୬୨% ଓ ଚାନ୍ଦବାଲିରେ ୫୯ ପ୍ରତିଶତ ଆଦ୍ରତା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର