ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି, ପଶ୍ଚିମ ଓଡ଼ିଶାରେ ୪୪ ଡିଗ୍ରୀ ପାର କଲା ତାତି…

The Sakala Picture
Published On

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରୁଛି ଗୁଳୁଗୁଳି।  ପୁଣି ତାତି ଉପର ମୁହାଁ ହୋଇଛି।  ତତଲା କଢେଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ୪୪ ଡିଗ୍ରୀ ପାର କଲା ଝାରସୁଗୁଡା ସହର। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪. ୮ ଡିଗ୍ରୀ ରେକର୍ଡ ହୋଇଛି। ସବୁଠାରୁ ତତଲା ସହର ପାଲଟିଛି ଝାରସୁଗୁଡ଼ା। ଅପରାହ୍ନ ସାଢେ ୨ଟାରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ପଶ୍ଚିମ ଓଡ଼ିଶାର ଅନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। […]

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ କଲବଲ କରୁଛି ଗୁଳୁଗୁଳି।  ପୁଣି ତାତି ଉପର ମୁହାଁ ହୋଇଛି।  ତତଲା କଢେଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ୪୪ ଡିଗ୍ରୀ ପାର କଲା ଝାରସୁଗୁଡା ସହର। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪. ୮ ଡିଗ୍ରୀ ରେକର୍ଡ ହୋଇଛି। ସବୁଠାରୁ ତତଲା ସହର ପାଲଟିଛି ଝାରସୁଗୁଡ଼ା। ଅପରାହ୍ନ ସାଢେ ୨ଟାରେ ଏହି ତାପମାତ୍ରା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ପଶ୍ଚିମ ଓଡ଼ିଶାର ଅନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ସମ୍ବଲପୁରରେ ଦ୍ଵିତୀୟ ସର୍ବାଧିକ ୪୨. ୬ ଡିଗ୍ରୀ, ହୀରାକୁଦ ୪୧. ୮, ରାଉରକେଲା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି। ତେବେ ଉପକୂଳରେ ତାପମାତ୍ରା ଆଭ୍ୟନ୍ତରୀଣ ତୁଳନାରେ ସାମାନ୍ୟ କମ ରହିଛି। କେନ୍ଦୁଝରରେ ୩୭.୮, ଚାନ୍ଦବାଲି ୩୭.୬, ବାଲେଶ୍ୱର ୩୬.୨ ଓ ରାଜଧାନୀ ଭୁବନେଶ୍ୱରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାର ୨୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ସମୁଦ୍ରରେ ନିଖୋଜ: ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି

ସେହପିର ଉପକୂଳ ଓଡ଼ିଶାର ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପୁରୀରେ ୭୨ ପ୍ରତିଶତ, ଗୋପାଳପୁର ୭୨ %, ପାରାଦ୍ୱୀପ ୭୦ %, ବାଲେଶ୍ୱର ୬୨%, ଭୁବନେଶ୍ୱ ୬୨% ଓ ଚାନ୍ଦବାଲିରେ ୫୯ ପ୍ରତିଶତ ଆଦ୍ରତା ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ ପମ୍ପର ପୁରୁଣା ଟାଙ୍କି କାଟିବା ବେଳେ ଭୟଙ୍କର ବିସ୍ଫୋରଣ: ଜଣେ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର