ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ବିଜେପି ସରକାରରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ପ୍ରାକୃତିକ ଐତିହ୍ୟ ପାଇଁ ସମଗ୍ର ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଉଦ୍ବେଗଜନକ ଘଟଣା ଘଟୁଥିବାରୁ ଓଡ଼ିଶା ବାରମ୍ବାର ନିନ୍ଦିତ ହେଉଛି । ପର୍ଯ୍ୟଟନସ୍ଥଳୀରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବୃଦ୍ଧି ପାଇବା ସହିତ ରଥଯାତ୍ରା ସମୟରେ ଘଟୁଥିବା ଅଘଟଣ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ ପ୍ରସ୍ତୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ବିଜେଡି କହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

ଆଜି ଏକ ପ୍ରେସ୍ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ୍ ମହାନ୍ତି କହିଥିଲେ ଯେ, ପର୍ଯ୍ୟଟନର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ପାସୋରି ଯାଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗୋପାଳପୁର ବେଳାଭୂମିରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଓଡ଼ିଶାର ଛବିକୁ ମଳିନ କରିଥିଲା । ସେହିପରି ୨୦୨୫ ସେପ୍ଟେମ୍ୱରରେ ପୁରୀ ଜିଲ୍ଲାର ବାଲିହରଚଣ୍ଡୀ ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୨୦୨୫ ଡିସେମ୍ୱରରେ ଧଉଳି ପର୍ଯ୍ୟଟନସ୍ଥଳୀ ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଥିଲା । ଏଥିସହିତ ଢେଙ୍କାନାଳର କପିଳାସ ଓ ପୁରୀର ଏକ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ଏକ ନଗ୍ନ ଚିତ୍ର । ଅନ୍ୟପକ୍ଷରେ, ୨୦୨୫ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟାରେ ୩ ଜଣ ଭକ୍ତଙ୍କ ମୃତୁ୍ୟ ହେବା ସହ ୫୦ରୁ ଅଧିକ ଭକ୍ତ ଆହତ ହେବା ଘଟଣା ପ୍ରଶାସନିକ ପ୍ରସ୍ତୁତିରେ ଥିବା ତ୍ରୁଟିକୁ ସାମ୍ନାକୁ ଆଣିଥିଲା । ସେହିପରି, ୨୦୨୬ ରଥଯାତ୍ରା ସମୟରେ ମଧ୍ୟ ଭିଡ଼ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ୨ ଜଣ ଭକ୍ତଙ୍କ ମୃତୁ୍ୟ ହୋଇଥିବା ବେଳେ ବହୁ ଭକ୍ତ ଆହତ ହୋଇଥିଲେ । ବିଜେପି ସରକାରର ଅପାରଗ ପଣିଆ ପାଇଁ ସାରା ବିଶ୍ୱରେ ଓଡ଼ିଶା ଆଜି ଲଜ୍ଜିତ ହେଉଛି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ଡ. ମହାନ୍ତି ଆହୁରି କହିଥିଲେ ଯେ, ପର୍ଯ୍ୟଟକଙ୍କ ସୁରକ୍ଷା ସହିତ ଠକ ଟ୍ରାଭେଲ୍ ଏଜେନ୍ସି ଓ ହୋଟେଲ୍ ବୁକିଂରେ ଠକେଇ ଭଳି ସମସ୍ୟା ମଧ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ଷତି ପହଞ୍ଚାଉଛି । ଓଡ଼ିଶାକୁ ଏକ ସୁରକ୍ଷିତ, ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ କେବଳ ପ୍ରଚାର ଯଥେଷ୍ଟ ନୁହେଁ, ଏଥିପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା, ଦାୟିତ୍ୱବୋଧ ଓ ପ୍ରଭାବଶାଳୀ ପ୍ରଶାସନ ଆବଶ୍ୟକ । ରାଜ୍ୟର ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ସିସିଟିଭି କ୍ୟାମେରା, ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଓ ନିୟମିତ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉ । ମହିଳା ଓ ପର୍ଯ୍ୟଟକଙ୍କ ସହ ଘଟୁଥିବା ଅପରାଧର ତ୍ୱରିତ ଓ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋର ଦଣ୍ଡ ପ୍ରଦାନ କରାଯାଉ । ପର୍ଯ୍ୟଟକ ମାନଙ୍କ ଜୀବନ, ସମ୍ମାନ ଓ ସୁରକ୍ଷା ସହ କୌଣସି ପ୍ରକାର ସାଲିସ୍ କରାଯାଇପାରିବ ନାହିଁ । ନବୀନ ପଟ୍ଟନାୟକଙ୍କ ସମୟରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଯେଉଁ ସୁନାମ ଅର୍ଜନ କରିଥିଲା, ତାକୁ ବଜାୟ ରଖିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସୁରକ୍ଷାକୁ ନେଇ ମହିଳା ଓ ପର୍ଯ୍ୟଟକଙ୍କ ମନରେ ବିଶ୍ୱାସ ଫେରାଇ ଆଣିବା ପାଇଁ ବିଜେପି ସରକାର ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରନ୍ତୁ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର