ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି, ନିଜ ଅଧିକାରୀଙ୍କ ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖିଛି ଭିଜିଲାନ୍ସ

The Sakala Picture
Published On

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁକରୁ ଦୁର୍ନୀତିରେ ସାମିଲ ହେଉଥିବା ନିଜ ଅଧିକାରୀଙ୍କୁ ଧରିବା ପାଇଁ ଏକ ଆଭ୍ୟନ୍ତରୀଣ ଶାଖା ବିକାଶ କରିଛି ଭିଜିଲାନ୍ସ। ନିଜ ବିଭାଗର ‘ଢୋଲ ଭିତର ମୂଷା’ମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଦୁର୍ନୀତିଗ୍ରସ୍ତ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ସେମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଆଧାରରେ ଭିଜିଲାନ୍ସ ଅନୁରୂପ ପଦକ୍ଷେପ ଗ୍ରହଣ କରିଛି। ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କ […]

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁକରୁ ଦୁର୍ନୀତିରେ ସାମିଲ ହେଉଥିବା ନିଜ ଅଧିକାରୀଙ୍କୁ ଧରିବା ପାଇଁ ଏକ ଆଭ୍ୟନ୍ତରୀଣ ଶାଖା ବିକାଶ କରିଛି ଭିଜିଲାନ୍ସ। ନିଜ ବିଭାଗର ‘ଢୋଲ ଭିତର ମୂଷା’ମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଦୁର୍ନୀତିଗ୍ରସ୍ତ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ସେମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଆଧାରରେ ଭିଜିଲାନ୍ସ ଅନୁରୂପ ପଦକ୍ଷେପ ଗ୍ରହଣ କରିଛି। ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏହାର ଉଦାହରଣ ମାତ୍ର ଏବଂ ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ ପଦକ୍ଷେପର ଏହା ତୃତୀୟ ଘଟଣା।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ମାନସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେବଳ ସମୟୋପଯୋଗୀ ଚେତାବନୀ ଦିଆଯାଇ ନାହିଁ, ପକ୍ଷାନ୍ତରେ ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚେଇ ଦିଆଯାଇଛି। ଅନୁରୂପ ଭାବରେ ଅଭିଯୁକ୍ତଙ୍କ ବିରୋଧରେ ନରମ ଅଭିଯୋଗ ପତ୍ର ପ୍ରସ୍ତୁତ କରିବା ଏବଂ ଖସାଇ ଦେବାକୁ ବାଟ ପ୍ରସ୍ତୁତ କରୁଥିବା ନିଜ ଅଧିକାରୀଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭାଗ ପକ୍ଷରୁ ଲକ୍ଷ୍ୟଭେଦୀ ପଦକ୍ଷେପ ଗ୍ରହଣ କରାଯାଉଛି।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଅନ୍ୟ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପରି ଭିଜିଲାନ୍ସ ନିଜ ଅଧିକାରୀଙ୍କ ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖିଛି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ‘ସେଲ୍‌’ ଗଠନ କରାଯାଇଛି। ଯେଉଁ ଅଧିକାରୀମାନେ ନକରାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହେଉଛି ବା ସନ୍ଦେହ ଘେରରେ ଆସୁଛନ୍ତି ସେମାନଙ୍କ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

ଅନ୍ୟପକ୍ଷରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଆଚରଣ ଆଧାରରେ ‘ସନ୍ଦିଗ୍ଧ’ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ବିଭିନ୍ନ ବିଭାଗକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ରିପୋର୍ଟ ଅଧାରରେ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ବ୍ୟତୀତ ଭିଜିଲାନ୍ସ ନିଜ ସୂତ୍ରରୁ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରି ପଦକ୍ଷେପ ଗ୍ରହଣ କରୁଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

14 May 2022 By The Sakala

ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି, ନିଜ ଅଧିକାରୀଙ୍କ ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖିଛି ଭିଜିଲାନ୍ସ

ଭୁବନେଶ୍ବର : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁକରୁ ଦୁର୍ନୀତିରେ ସାମିଲ ହେଉଥିବା ନିଜ ଅଧିକାରୀଙ୍କୁ ଧରିବା ପାଇଁ ଏକ ଆଭ୍ୟନ୍ତରୀଣ ଶାଖା ବିକାଶ କରିଛି ଭିଜିଲାନ୍ସ। ନିଜ ବିଭାଗର ‘ଢୋଲ ଭିତର ମୂଷା’ମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଦୁର୍ନୀତିଗ୍ରସ୍ତ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ସେମାନଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଆଧାରରେ ଭିଜିଲାନ୍ସ ଅନୁରୂପ ପଦକ୍ଷେପ ଗ୍ରହଣ କରିଛି। ସମ୍ବଲପୁରର ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏହାର ଉଦାହରଣ ମାତ୍ର ଏବଂ ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ ପଦକ୍ଷେପର ଏହା ତୃତୀୟ ଘଟଣା।

ମାନସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କେବଳ ସମୟୋପଯୋଗୀ ଚେତାବନୀ ଦିଆଯାଇ ନାହିଁ, ପକ୍ଷାନ୍ତରେ ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚେଇ ଦିଆଯାଇଛି। ଅନୁରୂପ ଭାବରେ ଅଭିଯୁକ୍ତଙ୍କ ବିରୋଧରେ ନରମ ଅଭିଯୋଗ ପତ୍ର ପ୍ରସ୍ତୁତ କରିବା ଏବଂ ଖସାଇ ଦେବାକୁ ବାଟ ପ୍ରସ୍ତୁତ କରୁଥିବା ନିଜ ଅଧିକାରୀଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭାଗ ପକ୍ଷରୁ ଲକ୍ଷ୍ୟଭେଦୀ ପଦକ୍ଷେପ ଗ୍ରହଣ କରାଯାଉଛି।

ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଅନ୍ୟ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପରି ଭିଜିଲାନ୍ସ ନିଜ ଅଧିକାରୀଙ୍କ ଉପରେ ମଧ୍ୟ ତୀକ୍ଷ୍ମ ନଜର ରଖିଛି ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ‘ସେଲ୍‌’ ଗଠନ କରାଯାଇଛି। ଯେଉଁ ଅଧିକାରୀମାନେ ନକରାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହେଉଛି ବା ସନ୍ଦେହ ଘେରରେ ଆସୁଛନ୍ତି ସେମାନଙ୍କ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ଆଚରଣ ଆଧାରରେ ‘ସନ୍ଦିଗ୍ଧ’ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ବିଭିନ୍ନ ବିଭାଗକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ରିପୋର୍ଟ ଅଧାରରେ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ବ୍ୟତୀତ ଭିଜିଲାନ୍ସ ନିଜ ସୂତ୍ରରୁ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରି ପଦକ୍ଷେପ ଗ୍ରହଣ କରୁଛି ବୋଲି ଶ୍ରୀ ଜେଠୱା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର