ପାରୋଲରେ ଯାଇ ଆଉ ଜେଲକୁ ଫେରୁନାହାନ୍ତି କଏଦୀ, ଥାନାର ଦ୍ୱାରସ୍ଥ ହେଲେ ଜେଲ ଅଧିକ୍ଷକ

Madhusudan Das Picture
Published On

ଭୁବନେଶ୍ୱର: ଭୁଶୁଡି ପଡ଼ିଲାଣି ଜେଲ ବ୍ୟବସ୍ଥା । କେଉଁଠାରେ କଏଦୀ ଚମ୍ପଟ ମାରିଲେଣି ତ ଆଉ କେଉଁଠାରେ ପାରୋଲରେ ଯାଇ ଫେରୁନାହାନ୍ତି କଏଦୀ । ଏଭଳି ଏକ ସଙ୍ଗିନ ଘଟଣା ସାମ୍ନାକୁ ଆସିଛି ଝାରପଡା ଜେଲରୁ । ପାରୋଲରେ ଯାଇ ଦେଢ଼ ବର୍ଷ ହେଲା ଫେରାର ହୋଇଯାଇଛନ୍ତି ଦୁଇ କଏଦୀ । ଜଣେ ଦୁଷ୍କର୍ମ ଅଭିଯୁକ୍ତ, ଆଉ ଜଣେ ହତ୍ୟା ଅଭିଯୁକ୍ତ । ଜଣଙ୍କ ନାଁ ଶୁଶୀଲ ଦିଗଲ ଓ ଅନ୍ୟ ଜଣଙ୍କ ନାଁ ରଞ୍ଜିତ ନାୟକ । ଏଭଳି ଘଟଣାକୁ ନେଇ ଗତକାଲି ଲକ୍ଷ୍ମୀସାଗର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି ଝାରପଡା ଜେଲ ଅଧିକ୍ଷକ ସର୍ବେଶ୍ୱର ସାହୁ । ତେବେ ବଡ଼ କଥା ହେଉଛି ଦୁଇ ଜଣ କଏଦୀ ଏତେ ଦିନ ଧରି ବାହାରେ ରହିଲେ । କେହି କେମିତି ତାଙ୍କୁ ଖୋଜିଲେନି ? ନା ବିଭାଗୀୟ ଉଦାସୀନତା ପଦାରେ ପଡିବା ଭୟରେ ଏସବୁକୁ ଲୁଚାଇ ରଖିଲେ ? ସେହିପରି ଗତ ଅକ୍ଟୋବର ୩ ତାରିଖରୁ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିବା ଦୁଇ ବିହାରୀ କଏଦୀଙ୍କ ମଧ୍ୟ ପତ୍ତା ଏଯାବତ ପାଉନି ପୋଲିସ । ବାରମ୍ବାର ଏଭଳି ଘଟଣା ଘଟିବା ପରେ ଜେଲ ବିଭାଗର ଅପାରଗତା ପଦାରେ ପଡିଛି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ସୂଚନା ଅନୁସାରେ, ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ସୁଶୀଲ ଦିଗଲ ପୂର୍ବରୁ ବହୁ ବାର ଛୁଟିରେ ଯାଇ ଜେଲକୁ ଫେରିଥିଲା । କିନ୍ତୁ ୨୦୨୪ ମସିହାରେ ଫଲୋ ଛୁଟିରେ ଘରକୁ ଯାଇ ଆଉ ଫେରି ନଥିଲା । ଘଟଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଜେଲକୁ ଫେରି ନାହିଁ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଖୋଜ ଖବର ନାହିଁ । କେବଳ ସେ ନୁହନ୍ତି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ରଞ୍ଜିତ ନାୟକ ଗତ ଅକ୍ଟୋବର ୧ ତାରିଖରେ ଫଲୋ ଛୁଟିରେ ଯାଇଥିଲା । ସେ ଅକ୍ଟୋବର ମାସ ଶେଷ ସୁଦ୍ଧା ଫେରିବା କଥା । କିନ୍ତୁ ଦୁଇ ମାସ ହେବ ସେ ଆଉ ଜେଲକୁ ଫେରିନାହାନ୍ତି । ଏହାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ଝାରପଡା ଜେଲ ଅଧିକ୍ଷକ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର