ବିଦ୍ୟୁତ ବିଭାଗର ଖାମଖିଆଲ ନୀତି, ମୁକୁଳା ଟ୍ରନ୍ସଫରମର ନେଲା ଯୁବକର ଜୀବନ

The Sakala Picture
Published On

ଖଲ୍ଲିକୋଟ: ଖଲ୍ଲିକୋଟ ବିଦ୍ୟୁତ ସବଡିଭିଜନ ଅଞ୍ଚଳର ବହୁ ସ୍ଥାନରେ ଟ୍ରାନ୍ସଫରମର ମାନ ମୁକୁଳା ଥିବା ନେଇ ବହୁ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଇଥିଲା। ବହୁ ସ୍ଥାନରେ ଟ୍ରାନ୍ସଫରମର ଚାରିପାଖରେ ନା ପାଚେରି ଅଛି ନା ବ୍ୟାରିକେଟ। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅତିତରେ ବହୁ ଧନଜୀବନ ହାନି ହୋଇଥିବାର ନଜିର ରହିଛି। ଏହି ମୁକୁଳା ଟ୍ରାନ୍ସଫରମର ଯୋଗୁଁ  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା […]

ଖଲ୍ଲିକୋଟ: ଖଲ୍ଲିକୋଟ ବିଦ୍ୟୁତ ସବଡିଭିଜନ ଅଞ୍ଚଳର ବହୁ ସ୍ଥାନରେ ଟ୍ରାନ୍ସଫରମର ମାନ ମୁକୁଳା ଥିବା ନେଇ ବହୁ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ଏଥିପ୍ରତି ସ୍ଥାନୀୟ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ନେଇଥିଲା। ବହୁ ସ୍ଥାନରେ ଟ୍ରାନ୍ସଫରମର ଚାରିପାଖରେ ନା ପାଚେରି ଅଛି ନା ବ୍ୟାରିକେଟ। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅତିତରେ ବହୁ ଧନଜୀବନ ହାନି ହୋଇଥିବାର ନଜିର ରହିଛି। ଏହି ମୁକୁଳା ଟ୍ରାନ୍ସଫରମର ଯୋଗୁଁ  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମର ଧନେଶ୍ୱର ପ୍ରଧାନ (୩୦) ବୁଧବାର ରାତି ସାଢ଼େ ୧୦ଟାରେ ନିଜ ଘର ଆଗରେ ଛିଡ଼ା ହୋଇଥିବା ବେଳେ ବୁଲା ଗାଡ଼ିଆ ପୋଖରୀ ନିକଟରେ ଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫରମର ନିକଟକୁ ଏକ ଗାଈ ଯାଉଥିବାର ଦେଖିବାକୁ ପାଇଥିଲେ। ସେ ଦୌଡ଼ି ଆସି ଗାଈକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ନିଜେ ବିଦ୍ୟୁତ ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଯିବାରୁ ଦୂରକୁ ଛିଟିକି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କର ମୃତ୍ୟୁରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛି। ମୁକୁଳା ଟ୍ରାନ୍ସଫରମର ଯୋଗୁଁ ଏମିତି ବହୁ ଧନଜୀବନ ହାନି ହୋଇ ପରିବାର ଉଜୁଡ଼ି ଯାଉଥିବାର ଦେଖିବାକୁ ମିଳୁଛି। ଖଲ୍ଲିକୋଟ ପୁଲିସ ଖବର ପାଇ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ଗୁରୁବାର ପୂର୍ବାହ୍ନରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏସମ୍ପର୍କରେ ଖଲ୍ଲିକୋଟ ଥାନ କେସ ନମ୍ୱର ୮/୨୨ରେ ମାମଲା ରୁଜୁ ହୋଇଛି। ବିଦ୍ୟୁତ ବିଭାଗ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର