ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ: ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ, ଜାଣନ୍ତୁ କେତେବେଳେ ହେବ ସର୍ବମୋକ୍ଷ

The Sakala Picture
Published On

ଭୁବନେଶ୍ୱର: ଆଜି ବିରଳ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ। ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେଉଥିବା ବେଳେ ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ। ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ […]

ଭୁବନେଶ୍ୱର: ଆଜି ବିରଳ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ। ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେଉଥିବା ବେଳେ ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ। ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଏହି ସୂର୍ଯ୍ୟପରାଗ ପାଇଁ ଭୋର୍‌ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ। ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି । ବୁଧବାର ପ୍ରାତଃ ସ୍ନାନାଦି କର୍ମ କରିବା ପରେ ଦେବନୀତି ଓ ଭୋଜନାଦି କରିବାକୁ ପରାମର୍ଶ ଦିଆଯାଇଛି । ତେବେ ବୃଦ୍ଧ, ରୋଗୀ, ବାଳକଙ୍କ ପକ୍ଷେ ନିୟମ ଉଲ୍ଲଂଘନ କରାଯାଇପାରେ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ସମୟ ଅଶୁଭ ହୋଇ ଥିବାରୁ ସେମାନଙ୍କୁ ଏହି ସମୟରେ ବିଶେଷ ସାବଧାନ ରହିବା ସହିତ ପରାଗ ଦେଖିବା ପାଇଁ ବାରଣ ବି କରାଯାଇଛି। ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷକୁ କଟାକଟି କରନ୍ତୁ ନାହିଁ ବା କପଡା ଆଦି ସିଲେଇ କରନ୍ତୁ ନାହିଁ।ଚାକୁ, ଛୁରୀ ଇତ୍ୟାଦି ଧାରୁଆ ଜିନିଷ ଠାରୁ ଦୂରେଇ ରୁହନ୍ତୁ। ପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ବି ବାହରନ୍ତୁ ନାହିଁ। ଏହି ସମୟରେ କେବଳ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇବା ଉଚିତ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ କି ଆଲୋଚନା ବି କରନ୍ତୁ ନାହିଁ। ଏହି ସମୟରେ ଠାକୁରଙ୍କ ପୂଜା କରନ୍ତୁ ନାହିଁ।ତେବେ ଏହି ଗ୍ରହଣ ସମୟରେ କିଛି ରାଶିରେ ଖରାପ ପ୍ରଭାଵ ପଡ଼ୁଥିବା ସମୟରେ କିଛି ରାଶିରେ ଭଲ ପ୍ରଭାବ ପଡ଼ିବା ପାଇଁ ଯାଉଛି। ଏହି ୪ ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ।ସେହି ରାଶି ମାନେ ହେଉଛନ୍ତି। ବୃଷ ରାଶି,ସିଂହ ରାଶି,ଧନୁ ରାଶି, ମକର ରାଶି। ଏହି ୪ ରାଶି ଯଥା ମେଷ,ମିଥୁନ,କନ୍ୟା,କୁମ୍ଭ ରାଶି ମାନଙ୍କ ପାଇଁ ସାମାନ୍ୟ ରହିବ।କର୍କଟ ରାଶି,ତୁଳା ରାଶି ବିଛା ରାଶି ଓ ମୀନ ରାଶି ପାଇଁ ଏହା ବହୁତ ଅଶୁଭ ରହିବ। ତେବେ ଆପଣ ସତର୍କ ରୁହନ୍ତୁ।

25 Oct 2022 By The Sakala

ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ: ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ, ଜାଣନ୍ତୁ କେତେବେଳେ ହେବ ସର୍ବମୋକ୍ଷ

ଭୁବନେଶ୍ୱର: ଆଜି ବିରଳ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ। ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେଉଥିବା ବେଳେ ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ପ୍ରାୟ ୨୦ ମିନିଟ୍ ପାଇଁ ଦେଖାଯିବ ଏହି ମହାଜାଗତିକ ଦୃଶ୍ୟ। ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବମୋକ୍ଷ ହେବ।

ଏହି ସୂର୍ଯ୍ୟପରାଗ ପାଇଁ ଭୋର୍‌ ୪ଟା ୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ହିନ୍ଦୁ ରୀତିନୀତି ଅନୁସାରେ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ଓ ଦେବନୀତି ନିଷେଧ। ଅନ୍ନ ଭୋଜନ, ଦେବନୀତି ବାରଣ କରାଯାଇଛି । ବୁଧବାର ପ୍ରାତଃ ସ୍ନାନାଦି କର୍ମ କରିବା ପରେ ଦେବନୀତି ଓ ଭୋଜନାଦି କରିବାକୁ ପରାମର୍ଶ ଦିଆଯାଇଛି । ତେବେ ବୃଦ୍ଧ, ରୋଗୀ, ବାଳକଙ୍କ ପକ୍ଷେ ନିୟମ ଉଲ୍ଲଂଘନ କରାଯାଇପାରେ ।

ଗର୍ଭବତୀ ମହିଳା ମାନଙ୍କ ପାଇଁ ଏହି ସମୟ ଅଶୁଭ ହୋଇ ଥିବାରୁ ସେମାନଙ୍କୁ ଏହି ସମୟରେ ବିଶେଷ ସାବଧାନ ରହିବା ସହିତ ପରାଗ ଦେଖିବା ପାଇଁ ବାରଣ ବି କରାଯାଇଛି। ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ କୌଣସି ଜିନିଷକୁ କଟାକଟି କରନ୍ତୁ ନାହିଁ ବା କପଡା ଆଦି ସିଲେଇ କରନ୍ତୁ ନାହିଁ।ଚାକୁ, ଛୁରୀ ଇତ୍ୟାଦି ଧାରୁଆ ଜିନିଷ ଠାରୁ ଦୂରେଇ ରୁହନ୍ତୁ। ପରାଗ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ବି ବାହରନ୍ତୁ ନାହିଁ। ଏହି ସମୟରେ କେବଳ ଶୁଖିଲା ଖାଦ୍ୟ ବା ଫଳ ମୂଳ ଖାଇବା ଉଚିତ।

ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ କି ଆଲୋଚନା ବି କରନ୍ତୁ ନାହିଁ। ଏହି ସମୟରେ ଠାକୁରଙ୍କ ପୂଜା କରନ୍ତୁ ନାହିଁ।ତେବେ ଏହି ଗ୍ରହଣ ସମୟରେ କିଛି ରାଶିରେ ଖରାପ ପ୍ରଭାଵ ପଡ଼ୁଥିବା ସମୟରେ କିଛି ରାଶିରେ ଭଲ ପ୍ରଭାବ ପଡ଼ିବା ପାଇଁ ଯାଉଛି। ଏହି ୪ ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ।ସେହି ରାଶି ମାନେ ହେଉଛନ୍ତି। ବୃଷ ରାଶି,ସିଂହ ରାଶି,ଧନୁ ରାଶି, ମକର ରାଶି। ଏହି ୪ ରାଶି ଯଥା ମେଷ,ମିଥୁନ,କନ୍ୟା,କୁମ୍ଭ ରାଶି ମାନଙ୍କ ପାଇଁ ସାମାନ୍ୟ ରହିବ।କର୍କଟ ରାଶି,ତୁଳା ରାଶି ବିଛା ରାଶି ଓ ମୀନ ରାଶି ପାଇଁ ଏହା ବହୁତ ଅଶୁଭ ରହିବ। ତେବେ ଆପଣ ସତର୍କ ରୁହନ୍ତୁ।

https://www.thesakala.in/latest-odisha-news/today-solar-eclipse-in-odisha/article-16011
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର