ଏଥର ବର୍ଷାଭିଜା ପାର୍ବଣ : ସେପ୍ଟେମ୍ବର, ଅକ୍ଟୋବର ମାସରେ ହେବ ଭଲ ବର୍ଷା

The Sakala Picture
Published On

ଭୁବନେଶ୍ୱର, : ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି, ଯାହା ପାର୍ବଣ ଋତୁକୁ ଫିକା କରିପାରେ। ଏପରିକି ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବାକୁ ଥିବାବେଲେ ଅଗଷ୍ଟ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ବିଭିନ୍ନ ମଡେଲର ତଥ୍ୟକୁ ଅନୁଶୀଳନ କରି ଡ. ପଶୁପାଳକ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ […]

ଭୁବନେଶ୍ୱର, : ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି, ଯାହା ପାର୍ବଣ ଋତୁକୁ ଫିକା କରିପାରେ। ଏପରିକି ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବାକୁ ଥିବାବେଲେ ଅଗଷ୍ଟ ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅଶାନ୍ତ ରାଜଧାନୀ: ଗୁଳିମାଡ଼ରେ ଜେସିବି କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ, ୫ ଜଣଙ୍କୁ ଅଟକ ରଖିଛି ପୋଲିସ

ବିଭିନ୍ନ ମଡେଲର ତଥ୍ୟକୁ ଅନୁଶୀଳନ କରି ଡ. ପଶୁପାଳକ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଚାଷକାର୍ଯ୍ୟ ପାଇଁ ବର୍ତ୍ତମାନ ପାଗ ଅନୁକୁଳ ଥିବାବେଳେ ଚାଷୀଭାଇମାନେ ଧାନ ତଳି ଏବଂ ବୁଣାବୁଣି କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଥିବା ବେଳେ ଏନେଇ ନିଜର ଆକଳନ ପ୍ରକାଶ କରିଛନ୍ତି ଡ. ପଶୁପାଳକ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଉପକୂଳରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ବର୍ତ୍ତମାନ ସକ୍ରିୟ ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡର ଧାନ୍‌ବାଦ୍‌ ଉପରେ ରହିଛି। ଏହା ଆସନ୍ତା ୨ରୁ ୩ ଦିନ ପାଖାପାଖି ସେହି ଅଞ୍ଚଳରେ ରହିବ। ଏହାପରେ ପଶ୍ଚିମ ଝାଡ଼ଖଣ୍ଡ ଓ ସଂଲଗ୍ନ ମଧ୍ୟ ପ୍ରଦେଶରେ ଦୁଇ ଦିନ ରହି ଏହାର ପରବର୍ତ୍ତୀ ଦୁଇ ଦିନ ପ୍ରୟାଗରାଜ ଓ ପାଟଣା ମଧ୍ୟରେ ସକ୍ରିୟ ରହିବ। ଫଳତଃ ଓଡ଼ିଶା ଉପକୂଳରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହୋଇପାରେ ବୋଲି ସେ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଚ ନେବା ଅଭିଯୋଗରେ ମହୁଲପାଲି SI ସୁଜିତ ମହାନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଦ୍ରକଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ୬ ଓ ୭ ତାରିଖରେ କେତେକ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ରେ ୮ ତାରିଖ ପର୍ଯ୍ୟନ୍ତ ଏବଂ ପଶ୍ଚିମ ଓଡ଼ିଶାରେ ସମ୍ବଲପୁରରୁ କଳାହାଣ୍ଡି ପର୍ଯ୍ୟନ୍ତ ସୀମାନ୍ତ ଜିଲ୍ଲାରେ ୯ ତାରିଖ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅପରପକ୍ଷେ ଆସନ୍ତାକାଲି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ଓ ଭୂସ୍ଖଳନ ବିପନ୍ନଙ୍କୁ ସମବେଦନା ଜଣାଇ ଚଳିତ ବର୍ଷ ଦୀପାବଳି ପାଳିବେନି ନବୀନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର