ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ

The Sakala Picture
Published On

ଶରତ : କପ୍ତିପଦା ବ୍ଲକ ଶରତଥାନା ଶୁଖୁଆପଟା ଗ୍ରାମର ଦୁର୍ଯୋଧନ ମହାନ୍ତ(୫୨) ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଘରକୁ ଫେରିବାରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଘରୋଇ କଳି ଉଗ୍ର ରୂପ ଧାରଣ କରିବା ପରେ, ଉତ୍ତ୍ୟକ୍ତ ସ୍ୱାମୀ ଦୁର୍ଯ୍ୟୋଧନ ଏକ କାଠ ଫାଳିଆରେ ସ୍ତ୍ରୀ ପୁଷ୍ପଲତାଙ୍କୁ ନିର୍ଦ୍ଦୟ ଭାବେ ମାଡ ମାରିଥିଲା। […]

ଶରତ : କପ୍ତିପଦା ବ୍ଲକ ଶରତଥାନା ଶୁଖୁଆପଟା ଗ୍ରାମର ଦୁର୍ଯୋଧନ ମହାନ୍ତ(୫୨) ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ଘରକୁ ଫେରିବାରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଘରୋଇ କଳି ଉଗ୍ର ରୂପ ଧାରଣ କରିବା ପରେ, ଉତ୍ତ୍ୟକ୍ତ ସ୍ୱାମୀ ଦୁର୍ଯ୍ୟୋଧନ ଏକ କାଠ ଫାଳିଆରେ ସ୍ତ୍ରୀ ପୁଷ୍ପଲତାଙ୍କୁ ନିର୍ଦ୍ଦୟ ଭାବେ ମାଡ ମାରିଥିଲା। ମାଡରେ ଘଟଣାସ୍ତଳରେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର