ଛାତ୍ର ସଂସଦ ନିର୍ବାଚନ ପାଇଁ ଉଷ୍ମ ହେଲାଣି କ୍ୟାମ୍ପସ୍‌‌

The Sakala Picture
Published On

ଭୁବନେଶ୍ୱର: ଦୀର୍ଘ ୬ ବର୍ଷ ପରେ ରାଜ୍ୟରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ନିର୍ବାଚନ ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ବିଭିନ୍ନ ଛାମୁଆ ଛାତ୍ର ସଂଗଠନ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ କଲେଣି। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ହେଲ୍ପ ଡେସ୍କ ଖୋଲିଲେଣି। ନବାଗତଙ୍କୁ ସ୍ୱାଗତ କରିବା ବେଳେ ସଂଗଠନର ପୁସିଂ କାର୍ଡ […]

ଭୁବନେଶ୍ୱର: ଦୀର୍ଘ ୬ ବର୍ଷ ପରେ ରାଜ୍ୟରେ ପୁଣି ହେବ ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିବା ପରେ ନିର୍ବାଚନ ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ବିଭିନ୍ନ ଛାମୁଆ ଛାତ୍ର ସଂଗଠନ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ କଲେଣି। ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ହେଲ୍ପ ଡେସ୍କ ଖୋଲିଲେଣି। ନବାଗତଙ୍କୁ ସ୍ୱାଗତ କରିବା ବେଳେ ସଂଗଠନର ପୁସିଂ କାର୍ଡ ପ୍ରଦାନ କରୁଛନ୍ତି। ଚାରାରୋପଣ, ବନ୍ଧୁମିଳନ ପରି ବିଭିନ୍ନ କାର୍ଯ୍ୟକ୍ରମ କରି ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି ଛାତ୍ରନେତା। ଗତ ୬ ବର୍ଷରେ କ୍ୟାମ୍ପସ୍‌‌ରେ ନିର୍ବାଚନ ହୋଇ ନ ଥିବାରୁ ନିର୍ବାଚନର ଅନୁଭୂତି ପାଇବାକୁ ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ପରିଲକ୍ଷିତ ହେଉଛି।

ଆହୁରି ପଢ଼ନ୍ତୁ: MMDR ଆଇନ ସଂଶୋଧନ ବିରୋଧରେ ବିଜେଡିର ରଣହୁଙ୍କାର: ବିଧାନସଭା ସମ୍ମୁଖରେ ବିଶାଳ ଗଣବିକ୍ଷୋଭ

ରାଜ୍ୟରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ସରକାରୀ ଭାବେ ନିର୍ଦ୍ଦିଷ୍ଟ ଘୋଷଣା ହୋଇନାହିଁ। ତଥାପି ଆଗାମୀ ଦୁର୍ଗପୂଜା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି। ପ୍ରକାଶ ଥାଉ କି ୨୦୧୭ ମସିହାରେ ଶେଷଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ୨୦୧୮ ମସିହାରେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। ନିର୍ବାଚନର ମାତ୍ର ୨ଦିନ ପୂର୍ବରୁ ତିତିଲ୍‌‌ ବାତ୍ୟାକୁ ଆଖିରେ ରଖି ନିର୍ବାଚନକୁ ବାତିଲ କରାଯାଇଥିଲା। ସେହିପରି ୨୦୧୯ରେ କୋଭିଡ୍‌‌ ମହାମାରୀ ପାଇଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। କ୍ୟାମ୍ପସ୍‌‌ରେ ହିଂସାକାଣ୍ଡ ହୋଇ ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଥିବା ଦର୍ଶାଇ ସେବେଠାରୁ ରାଜ୍ୟରେ ଆଉ ଛାତ୍ର ସଂସଦ ନିର୍ବାଚନ ହୋଇନାହଁ।
କ୍ୟାମ୍ପସ୍‌‌ରେ ଛାତ୍ର ସଂସଦ ନିର୍ବାଚନକୁ ସମସ୍ତ ଛାତ୍ର ସଂଗଠନ ସ୍ୱାଗତ କରିଛନ୍ତି।

ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ନିର୍ବାଚନ କରିବାକୁ ସରକାର ନିଷ୍ପତ୍ତି ନେଲେ ତାହା ସ୍ୱାଗତଯୋଗ୍ୟ। ନିର୍ବାଚନ ପାଇଁ ବିସିଜେଡି ପୂର୍ଣ୍ଣ ପ୍ରସ୍ତୁତ ଓ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିସାରିଛି। ପୂର୍ବପରି ହେଲ୍ପ ଡେସ୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସହଯୋଗ କରାଯାଉଛି। କ୍ୟାମ୍ପସ୍‌‌ ସଫେଇ ପରି ଛାତ୍ରଛାତ୍ରୀଙ୍କ ହିତ ପାଇଁ କାର୍ଯ୍ୟକ୍ରମ କରାଯାଉଛି। ହେଲେ ନିର୍ବାଚନ ସମୟରେ ଶିକ୍ଷାନୁଷ୍ଠାନରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଓ ଶୈକ୍ଷିକ ପରିବେଶ ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରାଯାଉ: ବିଜେଡି

ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ଦୃଢ଼ ଆଶାବାଦୀ ଥିବା କହିଛନ୍ତି। ନିର୍ବାଚନ ହେଲେ କରିବା ପାଇଁ ସେମାନେ ପୂର୍ବରୁ ଦାବି କରୁଛନ୍ତି। ଏନେଇ ଉଚ୍ଚ ନ୍ୟାୟାଳୟରେ ମାମଲା କରିଥିବାବେଳେ ବର୍ତ୍ତମାନ ସରକାରଙ୍କ ନିକଟରେ ମଧ୍ୟ ଦାବି କରୁଛନ୍ତି। ହେଲ୍ପ ଡେସ୍କ, ଚାରାରୋପଣ, ସ୍ୱାଗତ ସମ୍ବର୍ଦ୍ଧନା ପରି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ରାଜ୍ୟ ପଦାଧିକାରୀଙ୍କୁ ମଧ୍ୟ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟ।।ଳୟ ନିର୍ବାଚନ ପାଇଁଁ ଦାୟିତ୍ୱ ପ୍ରଦାନ ସରିଛି। ଜୁଲାଇ ୯ ଏବିଭିପିର ପ୍ରତିଷ୍ଠା ଦିବସରୁ ସଦସ୍ୟ ସଂଗ୍ରହ ଅଭିଯାନ କରାଯିବ ବୋଲି ସେ କହିଛନ୍ତି।

ଏଆଇଏସ୍‌‌ଏଫ୍‌‌ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି, ନିର୍ବାଚନ ବନ୍ଦ କରିବା ଅର୍ଥ ନେତୃତ୍ୱ ତିଆରି ଏନ୍ତୁଡ଼ିଶାଳରୁ ହିଁ ଭ୍ରୁଣହତ୍ୟା। ନେତା ଓ ନେତୃତ୍ୱ ବିକାଶ ପାଇଁ ଛାତ୍ରସଂସଦ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ହେଲେ ତାକୁ ସ୍ୱାଗତ କରିବୁ। ସମସ୍ତ କ୍ୟାମ୍ପସ୍‌‌ରେ ଏଆଇଏସ୍‌‌ଏ ଓ ଏସ୍‌‌ଏଫ୍‌‌ଆଇ ପରି ବାମପନ୍ଥୀ ଛାତ୍ର ସଂଗଠନ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର