ଓମ୍ବାଡସି ପାଣ୍ଠି ବିନିଯୋଗରେ ବିଭିନ୍ନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଓ ସଫଳ କାର୍ଯ୍ୟ ରୂପାୟନ ପାଇଁ ସ୍ୱତନ୍ତ୍ର କର୍ମଶାଳା

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠିର ସହାୟତାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହିସବୁ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଏବଂ ତୃଣମୂଳ ସ୍ତରରେ କିପରି ଏହାର ସଫଳ କାର୍ଯ୍ୟାନ୍ୱୟନ କରାଯାଇପାରିବ ସେ ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅ ଳ ଉନ୍ନୟନ ନିଗମ (ଓମ୍ବାଡସି) ପକ୍ଷରୁ ଗୁରୁବାର ଦିନ ସ୍ଥାନୀୟ ସଦଭାବନା ଭବନଠାରେ ଏହି କର୍ମଶାଳା କରାଯାଇଥିଲା । […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠିର ସହାୟତାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହିସବୁ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଏବଂ ତୃଣମୂଳ ସ୍ତରରେ କିପରି ଏହାର ସଫଳ କାର୍ଯ୍ୟାନ୍ୱୟନ କରାଯାଇପାରିବ ସେ ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା ।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅ ଳ ଉନ୍ନୟନ ନିଗମ (ଓମ୍ବାଡସି) ପକ୍ଷରୁ ଗୁରୁବାର ଦିନ ସ୍ଥାନୀୟ ସଦଭାବନା ଭବନଠାରେ ଏହି କର୍ମଶାଳା କରାଯାଇଥିଲା । ଏଥିରେ ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ହେଉଥିବା ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ରାସ୍ତା ସଂଯୋଗୀକରଣ, ଜୀବିକା ଓ ପରିବେଶ ସୁରକ୍ଷା ଭଳି ପ୍ରମୁଖ ପ୍ରକଳ୍ପଗୁଡ଼ିକର ଯୋଜନା ଓ ଦକ୍ଷ କାର୍ଯ୍ୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଏହି କର୍ମଶାଳାରେ ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ ଯୋଗଦେଇ ଜିଲ୍ଲାର ବିକାଶ କାର୍ଯ୍ୟକ୍ରମରେ ଓମ୍ବାଡସି ପାଣ୍ଠିର ବିନିଯୋଗ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ବିଭିନ୍ନ ବିଭାଗ, ବିଶେଷକରି କ୍ଷେତ୍ରସ୍ତରୀୟ ଅଧିକାରୀ ଏବଂ ପ୍ରକଳ୍ପ ରୂପାୟନ ସହ ସଂପୃକ୍ତ ସହଯୋଗୀ ସଂସ୍ଥାମାନଙ୍କ ସମନ୍ୱୟକ୍ରମେ ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଓମ୍ବାଡସିର ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ ଏବଂ ଜେନେରାଲ ମ୍ୟାନେଜର (ଫାଇନାନ୍ସ) ଭବାନୀ ପ୍ରସାଦ ଦାସ ଏଥିରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଯୋଜନା ବେଳେ ଆବଶ୍ୟକ ରିପୋର୍ଟ ପ୍ରସ୍ତୁତିରେ କେଉଁ କେଉଁ ବିଷୟରେ ଧ୍ୟାନ ଦିଆଯିବା ଦରକାର ସେ ସମ୍ପର୍କରେ କହିଥିଲେ । ସେହିପରି ଟିମ୍‌ ଲିଡର ଅମ୍ବୁଜ ପ୍ରସାଦ ଓମ୍ବାଡସି ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ । ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ, ବରିଷ୍ଠ କ୍ଷେତ୍ର ଅଧିକାରୀ ତଥା ବିଭିନ୍ନ ପ୍ରକଳ୍ପ ସହ ଜଡ଼ିତ ସହଯୋଗୀ ସଂସ୍ଥାର କର୍ମକ ର୍ାମାନେ ଯୋଗ ଦେଇଥିଲେ । ଓମ୍ବାଡସି ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଏବଂ ଏମଆଇଏସ୍‌ ବିଶେଷଜ୍ଞ ଉପସ୍ଥିତ ଥିଲେ ।

ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସହିତ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ପଦକ୍ଷେପ ନିଆଯାଉଛି । ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ବିକାଶ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି । ତା’ଛଡ଼ା ପରିବେଶ ସୁରକ୍ଷା ସହିତ ଜଳ ଓ ମୃ ିକା ସଂରକ୍ଷଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।ଏହି ପାଣ୍ଠି ସହଯୋଗରେ ବିଭିନ୍ନ ଦୁର୍ଗମ ଅ ଳକୁ ସୁଗମ କରିବା ଲାଗି ରାସ୍ତା ସଂଯୋଗୀକରଣ, ପିଲାମାନଙ୍କ ପାଇଁ ଅତ୍ୟାଧୁନିକ ଅଙ୍ଗନବାଡ଼ି କେନ୍ଦ୍ର, ଦୁର୍ଗମ ଅ ଳ ପାଇଁ ବାଇକ ଆମ୍ବୁଲାନ୍ସ ଏବଂ ମହିଳା ଓ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଜୀବିକା ବିକାଶ କାର୍ଯ୍ୟକ୍ରମ ଉପରେ ପ୍ରଶାସନ ପକ୍ଷରୁ ଅଗ୍ରାଧିକାର ଦିଆଯାଉଛି।

04 May 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର