ସମ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର: ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍

The Sakala Picture
Published On

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକ ମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା । ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା […]

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକ ମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା । ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥି ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା । ଶିଶୁଟିର ପରିବାର ଅନେକ ଗୁଡିଏ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା । ଶେଷରେ ସେମାନେ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ ଶିଶୁକୁ ଦେଖାଇଥିଲେ । ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର କରିବା ନିମନ୍ତେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗଠନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଏହି ଡାକ୍ତରୀ ଦଳରେ ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ଯାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ । ଚାରି ଘଣ୍ଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋଗ୍ରାମ୍‌ର ଟ୍ୟୁମରଟିକୁ ସଫଳତାର ସହ ବାହାର କରାଯାଇଥିଲା । ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥତା ଲାଭ କରିଥିଲା । ୧୫ ଦିନ ପରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲା । ଡାକ୍ତର ପଣ୍ଡା କହିଥିଲେ ଯେ ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ହୋଇଥିଲା । ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର କରାଯାଇପାରିବ । ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ ।

11 Oct 2022 By The Sakala

ସମ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର: ଶିଶୁ ପେଟରୁ ବାହାରିଲା ସାଢେ ୭ କେଜି ଓଜନର ଟ୍ୟୁମର୍

ଭୁବନେଶ୍ୱର: ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲର ଶୈଲ୍ୟ ଚିକିତ୍ସା ବିଭାଗର ଚିକିତ୍ସକ ମାନେ ଏକ ୨୦ ମାସ ବୟସର ଶିଶୁ ପୁତ୍ର ପେଟରୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ସାଢେ ୭ କିଲୋଗ୍ରାମ ଓଜନର ଏକ ଟ୍ୟୁମର ସଫଳତାର ସହ ବାହାର କରିପାରିଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ଆସିଥିବା ଏହି ଶିଶୁଟି ପ୍ରାୟ ଏକ ବର୍ଷ ଧରି ଅସମ୍ଭବ ଭାବେ ଫୁଲି ରହିଥିଲା । ଚିକିତ୍ସକ ମାନେ ଏହାକୁ ନ୍ୟୁରୋବ୍ଲାଷ୍ଟୋମା ସମସ୍ୟା ବୋଲି ପୂର୍ବରୁ କହିଥିଲେ ଯେଉଁଥି ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ଥିଲା । ଶିଶୁଟିର ପରିବାର ଅନେକ ଗୁଡିଏ ଡାକ୍ତରଖାନାକୁ ଯାଇଥିଲେ ମଧ୍ୟ ସେଠାରେ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇ ନଥିଲା । ଶେଷରେ ସେମାନେ ସମ୍ ହସ୍ପିଟାଲର ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ ଶିଶୁକୁ ଦେଖାଇଥିଲେ । ଯଦିଓ ଏହି ଚିକିତ୍ସା ଜଟିଳ ଓ ବିପଦପୂର୍ଣ୍ଣ ଥିଲା ତଥାପି ଏହି ଅସ୍ତ୍ରୋପଚାର କରିବା ନିମନ୍ତେ ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ସଂଗ୍ରାମ କେଶରୀ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଗଠନ କରାଯାଇଥିଲା ।

ଏହି ଡାକ୍ତରୀ ଦଳରେ ପେଡିଆଟ୍ରିକ୍ ସର୍ଜନ୍ ଡାକ୍ତର ଅନ୍ତର୍ଯ୍ଯାମୀ ପ୍ରଧାନ, ପେଡିଆଟ୍ରିକ୍ ଅଙ୍କୋଲୋଜିଷ୍ଟ ଡାକ୍ତର ସରୋଜ ପଣ୍ଡା, ଆନେସ୍‌ଥେସିଓଲଜିଷ୍ଟ ଡାକ୍ତର ଡେଜି କରନ୍‌, ଡାକ୍ତର ସ୍ୱର୍ଣ୍ଣ ବାନାର୍ଜୀ, ଡାକ୍ତର ସୁଲୋଚନା ଦାଶ, ଡାକ୍ତର ସୌମ୍ୟା ସାମଲ, ଡାକ୍ତର ନୁପୁର ମୋଡା, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ରହିଥିଲେ । ଚାରି ଘଣ୍ଟା ଧରି ହୋଇଥିବା ଏହି ଅସ୍ତ୍ରୋପଚାର ପରେ ସାଢ଼େ ୭ କିଲୋଗ୍ରାମ୍‌ର ଟ୍ୟୁମରଟିକୁ ସଫଳତାର ସହ ବାହାର କରାଯାଇଥିଲା । ଏହା ଶରୀରର ଅନ୍ୟାନ୍ୟ ଶିରାପ୍ରଶିରା ଓ ଅଙ୍ଗ ସହିତ ଜଡିତ ହୋଇ ରହିଥିବାରୁ ଏହି ଅସ୍ତ୍ରୋପଚାର ଜଟିଳ ହୋଇପଡ଼ିଥିଲା ।

ଅସ୍ତ୍ରୋପଚାର ପରେ ଶିଶୁଟିର ଅବସ୍ଥା ଆହ୍ୱାନପୂର୍ଣ୍ଣ ଥିଲେ ମଧ୍ୟ ସେ ଧୀରେ ଧୀରେ ସୁସ୍ଥତା ଲାଭ କରିଥିଲା । ୧୫ ଦିନ ପରେ ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିଲା । ଡାକ୍ତର ପଣ୍ଡା କହିଥିଲେ ଯେ ଶିଶୁଟି ଏମ୍ବ୍ରିଓନାଲ୍ ରାବଡୋମାଇଓସାରକୋମା ସମସ୍ୟାରେ ଆକ୍ରାନ୍ତ ହୋଇଥିଲା । ଏହି ରୋଗ ଶୀଘ୍ର ଜଣା ପଡ଼ିଲେ କେମୋଥେରାପି ଓ ଅସ୍ତ୍ରୋପଚାର ଦ୍ୱାରା ଏହାର ସଫଳ ଉପଚାର କରାଯାଇପାରିବ । ମାତ୍ର ଏହି କ୍ଷେତ୍ରରେ ଏହି ରୋଗ ଆଗକୁ ବଢ଼ି ଯାଇଥିଲା ବୋଲି ସେ କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର