ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା : ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

The Sakala Picture
Published On

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର କୋଟସମଲାଇର ପାତାଳି ଶ୍ରୀକ୍ଷେତ୍ରଠାରେ ଗୁରୁବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଗମ୍ଭିରିରୁ ଗୋଟି ପହଣ୍ଡିରେ ଦାରୁଦିଅଁ ମାନଙ୍କୁ ସ୍ନାନ ମଣ୍ଡପକୁ ଆଣି ନୀତିକାନ୍ତି ପରେ ସ୍ନାନ କରାଯାଇଥିଲା। ଠାକୁର ମାନଙ୍କ ସ୍ନାନ ପାଇଁ  ମହାନଦୀର ଜାମ୍ବବାନ ଧାରରୁ  ୧୦୮ ଗରା ଜଳ ଅଣାଯାଇଥିଲା। ଏବଂ ସେହି ୧୦୮ ଗରା ସୁବାସିତ ଜଳରେ ଠାକୁର ମାନଙ୍କର ସ୍ନାନ କରାଯାଇଥିଲା। ମହାପ୍ରଭୁଙ୍କ […]

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର କୋଟସମଲାଇର ପାତାଳି ଶ୍ରୀକ୍ଷେତ୍ରଠାରେ ଗୁରୁବାର ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଯାତ୍ରା ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଗମ୍ଭିରିରୁ ଗୋଟି ପହଣ୍ଡିରେ ଦାରୁଦିଅଁ ମାନଙ୍କୁ ସ୍ନାନ ମଣ୍ଡପକୁ ଆଣି ନୀତିକାନ୍ତି ପରେ ସ୍ନାନ କରାଯାଇଥିଲା। ଠାକୁର ମାନଙ୍କ ସ୍ନାନ ପାଇଁ  ମହାନଦୀର ଜାମ୍ବବାନ ଧାରରୁ  ୧୦୮ ଗରା ଜଳ ଅଣାଯାଇଥିଲା। ଏବଂ ସେହି ୧୦୮ ଗରା ସୁବାସିତ ଜଳରେ ଠାକୁର ମାନଙ୍କର ସ୍ନାନ କରାଯାଇଥିଲା। ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା  ଅବସରରେ ଆଜି ଘଣ୍ଟ, ସଙ୍ଖ, ହୁଳହୁଳିରେ କମ୍ପି ଉଠୁଥିଲା ପାତାଳୀ କ୍ଷେତ୍ର। ତାସାଙ୍ଗକୁ ଫୁଲମାଳ ଏବଂ ତୁଳସୀ ମାଳରେ ମହାପ୍ରଭୁଙ୍କୁ ସଜାଇ ଦିଆଯାଇଥିଲା। ପରେ ଗଜାନନ ବେଶରେ  ଦର୍ଶନ ଦେଇଥିଲେ ମହାପ୍ରଭୁ। ମାତ୍ର କରୋନା କଟକଣା ଯୋଗୁଁ ଚଳିତ ବର୍ଷ ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂଣ୍ଣିମାକୁ ଆଡମ୍ବର ଭାବରେ ନକରି ସରକାରଙ୍କ କୋଭିଡ ନିୟମକୁ ଦୃଷ୍ଟିରେ ରଖି ନିଡାମ୍ବର ଭାବରେ ପାଳିତ ହୋଇଯାଇଛି ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ଅନ୍ୟପଟେ ଭକ୍ତମାନଙ୍କୁ ବାରଣ କରାଯାଇଥିବା ବେଳେ ହାତଗଣତି କେତେକ ସେବାୟତଙ୍କୁ ନେଇ ନୀତିକାନ୍ତିରେ ମହାପ୍ରଭୁଙ୍କ  ସ୍ନାନ ଯାତ୍ରା ସମ୍ପୂର୍ଣ୍ଣ ହୋଇଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର