ଦମ୍ପତ୍ତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମ, ୩ ଲୁଟେରାଙ୍କୁ କାବୁ କଲେ ଗ୍ରାମବାସୀ

The Sakala Picture
Published On

ଉଲୁଣ୍ଡା: ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଡକାୟତି। ଚୋତ ଡକାୟତମାନଙ୍କ ପାଦୁର୍ଭାବ ବଢିଚାଲିଥିବା ବେଳେ ରୋକିବାରେ ବିଫଳ ହେଉଛି ପୁଲିସ ପ୍ରଶାସନ। ଲୁଟେରା କେତେବେଳେ ରାତି ଘରକୁ ପସି ବନ୍ଧୁକ ଦେଖାଇ ଟଙ୍କା ପଇସା ଲୁଟି ନେଉଥିବା ବେଳେ କେତେବେଳେ ଦିନ ଦ୍ବିପହରରେ ସୁନସାନ ରାସ୍ତା ଦେଖି ଲୋକଙ୍କୁ ଅଟକାଇ ଲୁଟି ନେଉଛନ୍ତି ଟଙ୍କା ଏବଂ ସୁନାଗହଣା। ମାତ୍ର ଏସବୁକୁ ରୋକିବାରେ ଫେଲ ମାରୁଛି ପୁଲିସ। ସେହିପରି ଭାବରେ ଆଜି ଉଲୁଣ୍ଡା ଥାନା ଅନ୍ତର୍ଗତ […]

ଉଲୁଣ୍ଡା: ଉଲୁଣ୍ଡା ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ଚୋରି ଡକାୟତି। ଚୋତ ଡକାୟତମାନଙ୍କ ପାଦୁର୍ଭାବ ବଢିଚାଲିଥିବା ବେଳେ ରୋକିବାରେ ବିଫଳ ହେଉଛି ପୁଲିସ ପ୍ରଶାସନ। ଲୁଟେରା କେତେବେଳେ ରାତି ଘରକୁ ପସି ବନ୍ଧୁକ ଦେଖାଇ ଟଙ୍କା ପଇସା ଲୁଟି ନେଉଥିବା ବେଳେ କେତେବେଳେ ଦିନ ଦ୍ବିପହରରେ ସୁନସାନ ରାସ୍ତା ଦେଖି ଲୋକଙ୍କୁ ଅଟକାଇ ଲୁଟି ନେଉଛନ୍ତି ଟଙ୍କା ଏବଂ ସୁନାଗହଣା। ମାତ୍ର ଏସବୁକୁ ରୋକିବାରେ ଫେଲ ମାରୁଛି ପୁଲିସ। ସେହିପରି ଭାବରେ ଆଜି ଉଲୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ନିକଟରେ ଏକ ଫିଲ୍ମି ଷ୍ଚଲରେ ଲୁଟର ଉଦ୍ୟମ କରାଯାଇଥିଲା। ଦମ୍ପତ୍ତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ ଉଦ୍ୟମ କରିଥିବା ନେଇ ଉଲୁଣ୍ଡା ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ସାରସମାଲ ଗ୍ରାମର ଗଣ୍ଡାରାମ ଭୋଇ ଓ ତାଙ୍କ ସ୍ତ୍ରୀ ସବିତା ସମ୍ବଲପୁରରୁ ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ କେଉଟିପାଲି ନିକଟରେ ୩ଜଣ ଦୁର୍ବୃତ୍ତ ମୁଖାପିନ୍ଧି ଏକ ବାଇକରେ ତାଙ୍କ ପାଖକୁ ଆସି ତାଙ୍କ ମୁହଁକୁ ସ୍ପ୍ରେ ମାରି କିଛି ଦୁରକୁ ଚାଲିଯାଇଥିଲେ । ଗଣ୍ଡାରାମ ହେଲମେଟ ପିନ୍ଧିଥିବାରୁ ତାଙ୍କ ମୁହଁରେ ପଡି ନ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୁହଁରେ ପଡିଥିଲା । ମୁହଁ ଜଳିବାରୁ ଗାଡିକୁ ଅଟକାଇ ମୁହଁ ଧୋଉଥିବା ବେଲେ ଦୁର୍ବୃତ୍ତ ମାନେ ପୁଣି ଆସି ଯୁକ୍ତିତର୍କ କରି ଲୁଟ ଉଦ୍ୟମ କରୁଥିବା ବେଲେ ଦମ୍ପତି ଚିକ୍ତାର କରିଥିଲେ । ଫଲରେ ଘଟଣା ସ୍ଥଲରୁ ଦୁର୍ବୃତ୍ତ ମାନେ ଫେରାର ମାରିଥିଲେ । ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା କିଛି ଲୋକଙ୍କ ସହାୟତାରେ ଦମ୍ପତି ଘରକୁ ଫେରୁଥିବା ବେଲେ ପୁଣି ସିଣ୍ଢୋଲ ପର୍ଯ୍ଯନ୍ତ ପିଛା କରିଥିଲେ । ପିଛା କରୁଥିବା ଜାଣିପାରି ଦମ୍ପତି ସିଣ୍ଢୋଲ କଲେଜ ନିକଟରେ ଥିବା ଏକ ହଟେଲ ଭିତରକୁ ପସି ଯାଇଥିଲେ ।

ସେଠାରେ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ସ୍ଥାନୀୟ ଲୋକେ ଦୁର୍ବୁତ୍ତ ମାନେ କେଉଟିପାଲି ପଟକୁ ଯାଉଥିବା ଖବର ପାଇ ସ୍ଥାନୀୟ କିଛି ଲୋକଙ୍କୁ ଯୋଗାଯୋଗ କରିଥିଲେ। କେଉଟିପାଲି ନଦୀଘାଟ ଦେଇ ଫେରାର ଉଦ୍ୟମ କରୁଥିବା ବେଲେ ସ୍ଥାନୀୟଲୋକେ ତିନିଜଣ ଦୁର୍ବୃତ୍ତଙ୍କୁ କାବୁ କରି ପୁଲିସକୁ ଜଣାଇଥିଲେ । ଘଟଣା ସ୍ଥଲରେ ପୁଲିସ ପହଞ୍ଚିବା ପରେ ଦୁର୍ବୁତ୍ତ ମାନଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଦୁର୍ବୃତ୍ତ ମାନଙ୍କ  ଏକ ବାଇକ ମଧ୍ୟ ପୁଲିସ ଜବତ କରିଥିବା ଜଣାପଡିଛି । ଏନେଇ ଗଣ୍ଡାରାମା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି । ଅଟକ ୩ ଜଣ ଦୁର୍ବୃତ୍ତମାନଙ୍କୁ ପଚରା ଉଚୁରା କରୁଥିବା ଜଣାପଡିଛି ।

ତେବେ ପୁଲିସ ପକ୍ଷରୁ ପାଟ୍ରୋଲିଙ୍ଗ ବଢାଇବା ସହିତ ଚୋର ଡକାୟତମାନଙ୍କୁ କାବୁକରି ଗିରଫ କରିବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି। ତେବେ ଏନେଇ ଉଲୁଣ୍ଡା ଆଇଆଇସି ଚନ୍ଦ୍ରମୋହନ ସିଂ ପ୍ରକାଶ କରିଛନ୍ତି ଯେ, ଆମେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସର୍ବଦା ଚେଷ୍ଟା ଜାରି ରଖିଛୁ। ପ୍ରତିଦିନ ରାତିରେ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପାଟ୍ରୋଲିଙ୍ଗ ମଧ୍ୟ ଚାଲିଛି ଏବଂ ଚୋରଙ୍କୁ ଧରିବାରେ ମଧ୍ୟ ଆମେ ଆମ ଚେଷ୍ଟା ଜାରି ରଖିଛୁ।

07 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର