ଭୁଲ ଇଞ୍ଜେକସନ୍ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗ

The Sakala Picture
Published On

ଉଲୁଣ୍ଡା: ଫାର୍ମାସିଷ୍ଟର ଭୁଲ ଇଞ୍ଜେକସନ୍ ପ୍ରୟୋଗ ଯୋଗୁଁ ଜଣେ ପାଞ୍ଚ ବର୍ଷିୟ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମରୁ ଗୁରୁବାର ଦିନ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, କୋଟସମଲାଇ ଗ୍ରାମର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନ ଜଗଦଲାର(୫) ଙ୍କ ଦେହରେ ଏକ ଯାଦୁ (ଚର୍ମରୋଗ) ହୋଇଥିଲା । ଉକ୍ତ ଯାଦୁ ରୋଗର ଚିକିତ୍ସା ପାଇଁ କୋଟସମଲାଇ ଡାକ୍ତରଖାନାରେ କାର୍ଯ୍ଯରତ କମ୍ପାଉଣ୍ଡର […]

ଉଲୁଣ୍ଡା: ଫାର୍ମାସିଷ୍ଟର ଭୁଲ ଇଞ୍ଜେକସନ୍ ପ୍ରୟୋଗ ଯୋଗୁଁ ଜଣେ ପାଞ୍ଚ ବର୍ଷିୟ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମରୁ ଗୁରୁବାର ଦିନ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି।

ଅଭିଯୋଗ ଅନୁଯାୟୀ, କୋଟସମଲାଇ ଗ୍ରାମର ପିଣ୍ଟୁ ଜଗଦଲାଙ୍କ ପୁଅ ଚନ୍ଦନ ଜଗଦଲାର(୫) ଙ୍କ ଦେହରେ ଏକ ଯାଦୁ (ଚର୍ମରୋଗ) ହୋଇଥିଲା । ଉକ୍ତ ଯାଦୁ ରୋଗର ଚିକିତ୍ସା ପାଇଁ କୋଟସମଲାଇ ଡାକ୍ତରଖାନାରେ କାର୍ଯ୍ଯରତ କମ୍ପାଉଣ୍ଡର ଗୁପ୍ତେଶ୍ୱର ମେହେରଙ୍କୁ ଘରକୁ ଡାକିଥିଲେ । କମ୍ପାଉଣ୍ଡ ଜଣକ ଘରକୁୁ ଆସି ଚନ୍ଦନକୁ ଏକ ଇଂଜେକସନ ଦେଇଥିଲେ । ଇଞ୍ଜେକସନ୍ ଦେବାପରେ ଚନ୍ଦନ ଗୁରୁତର ହୋଇଯାଇଥିଲା । ତେବେ ପରିବାର ଲୋକ ଗୁରୁତର ଅବସ୍ଥାରେ ଚନ୍ଦନକୁ ପ୍ରଥମେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଚନ୍ଦନଙ୍କ ଅବସ୍ଥା ସଂଙ୍କଟାପରନ୍ନ ହେବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ମାତ୍ର ଜିଲ୍ଲା ଚିକିତ୍ସାଳୟକୁ ନେଉଥିବା ବେଳେ ମଝି ରାସ୍ତାରେ ଶିଶୁଟିର ମ୍ରୁତ୍ୟୁ ହୋଇଥିଲା। ଅନ୍ୟପଟେ ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଂଚିଲା ବେଳକୁ ତାର ମୃତ୍ୟୁ ହୋଇଯାଇଥିବା କହିବା ସହ ପୋଷ୍ଟମଟମ ପରେ ମୃତ୍ୟୁର କାରଣ ଜଣାପଡିବବୋଲି ଡାକ୍ତର ସୁଚନା ଦେଇଛନ୍ତି। ତେବେ ଫାର୍ମାସିଷ୍ଟର ଭୁଲ ଇଞ୍ଜେକସନ୍ ପ୍ରୟୋଗ ଯୋଗୁଁ ଶିଶୁଟିର ମ୍ରୁତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରୁଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

03 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର