ଏସଆଇ ପରୀକ୍ଷା ସ୍କାମ: ବୌଦ୍ଧିକ ଚୋରି ହୋଇଛି ଏହା ମହାପାପ; ଆସନ୍ତା ୬ରେ ପ୍ରତିବାଦ କରିବ ବିଜୁ ଯୁବ ଓ ଛାତ୍ର ଜନତା ଦଳ

Deviprasad Mohanty Picture
Published On

ଭୁବନେଶ୍ବର: ଏସଆଇ ପରୀକ୍ଷା ସ୍କାମ ବିରୋଧରେ ଆସନ୍ତା ୬ ତାରିଖରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରିବ। ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦେଶ ଦିଆ ନ ଗଲେ ବ୍ୟାପକ ଆନ୍ଦୋଳନ ଚେତାବନୀ ଦେଇଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ବହୁ ପରୀକ୍ଷାର୍ଥୀ ମାନେ ଆନ୍ଦୋଳନରେ ବ୍ୟାପକ ଭାବେ ଯୋଗ ଦେବେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଖବର ଅନୁଯାୟୀ, ମାର୍ଚ୍ଚ ୭ରେ ହଠାତ ଘୋଷଣା ହେଲା ଏସଆଇ ପରୀକ୍ଷା ସ୍ଥଗିତ ବୋଲି। ଅନଡିସ୍କୋଲଜଡ଼ ରିଜିନ ଦେଖାଇ ସ୍ଥଗିତ କରାଗଲା କିନ୍ତୁ ଏହା ଏଯାଏ ଜଣାଗଲା ନାହିଁ। ଏହା ପରେ କ୍ୟାସ ଫର ଜବ ଅପରେସନ ଆରମ୍ଭ କରାଗଲା। ଏହା ଏକ ଅର୍ଗାନାଇଜଡ଼ କ୍ରାଇମ। ପାର୍ବଣ ଋତୁ ସମୟରେ ଏହା କରିବାକୁ ଯୋଜନା ଥିଲା। ଜେଲରୁ ବାହାରିଲେ ପିଲାମାନେ ସତ କହିବେ। ଓପିଆରବି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏହା ଘଟିଛି ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଅଭିଯୋଗ କରିଛି। ସୁଶାନ୍ତ ନାଥଙ୍କ ଦେହରେ ହାତ ମାରିଲେ ସେ ସରକାରଙ୍କ ପୋଲ ଖୋଲିଦେବେ ବୋଲି ଅଭିଯୋଗ ଆଣିଛି ବିଜେଡି। ବୌଦ୍ଧିକ ଚୋରି ହୋଇଛି ଏହା ମହାପାପ। ଏହାକୁ ରାଜରାସ୍ତାକୁ ନିଆଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ବିଜେପି ରାଜ୍ୟ ସଭାପତି ଏହି ଘଟଣାକୁ ଅତି ହାଲକା ଭାବେ ନେଉଛନ୍ତି। ସିବିଆଇ ତଦନ୍ତ ପାଇଁ ଆମେ କହିଛୁ। ପୁଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପିଲା ଧରା ପଡିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ପଦ ଛାଡିବାକୁ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର